ଧୋନୀଙ୍କ ଟିମ୍‌କୁ ଫେରିବା ନେଇ ଦେଲେ ବଡ଼ ସଙ୍କେତ
by Argus News
Sat, Jul 06 | 5:56 p.m.

ଅର୍ଗସ ବ୍ୟୁରୋ: ଟିମ ଇଣ୍ଡିଆ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଆଇପିଏଲରେ ଏବେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଛନ୍ତି। ଏହାପୂର୍ବରୁ ଅନେକ ବର୍ଷ ଯାଏ ସେ ମହେନ୍ଦ୍ର ସିଂ ଧୋନୀଙ୍କ ଟିମ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିଲେ। ଚଳିତବର୍ଷ ଶେଷରେ ଆଇପିଏଲରେ ମେଗା ଅକ୍ସନ ହେବାକୁ ଯାଉଛି। ତା' ପୂର୍ବରୁ ସେ ପୁଣିଥରେ ଚେନ୍ନାଇ ଫେରିବାର ସଙ୍କେତ ଦେଇଛନ୍ତି। ନିକଟରେ ସେ ତାମିଲନାଡ଼ୁୀ ସେଲମରେ ଥିବା CSK ଏକାଡେମୀ ଗସ୍ତ କରିଥିଲେ। ସେ ଏକାଡେମୀର ପିଲାଙ୍କ ସହ ଆଲୋଚନାର ଭିଡିଓ ଶେୟାର କରିଛନ୍ତି। ଏଣୁ ସେ ଫେରିବାନେଇ ଚର୍ଚ୍ଚା ଜୋର ଧରିଛି। 

 

ଚେନ୍ନାଇ ସୁପର କିଙ୍ଗ୍ସ ତାମିଲନାଡ଼ୁ ସମେତ ବିଦେଶରେ ଥିବା ପିଲାମାନଙ୍କ ଲାଗି ଅନେକ ହାଇ ପର୍ଫମାନ୍ସ ସେଣ୍ଟର କରିଛି। ଏହି ଏକାଡେମୀରେ ଯୁବ କ୍ରିକେଟରମାନଙ୍କୁ ତାଲିମ ଦିଆଯାଉଛି। ଗତମାସରେ ସିଏସକେ ସିଇଓ କାଶୀ ବିଶ୍ବନାଥନ ଅଶ୍ବିନଙ୍କୁ ଏହାର ହେଡ କରିଥିଲେ। ସେବେଠାରୁ ତାଙ୍କର ପୁନର୍ବାର ଦଳକୁ ଫେରିବା ନେଇ ଆଲୋଚନା ହେଉଛି। 

ଅପରପକ୍ଷେ ଖୁବଶୀଘ୍ର ମେଗା ଅକ୍ସନ ହେବ। ଏଥିରେ ଅଶ୍ବୀିନଙ୍କ ରିଟେନ ହେବାର ସମ୍ଭାବନା କମ ରହିଛି। ଏଣୁ ଯଦି ରାଜସ୍ଥାନ ତାଙ୍କୁ ଅକ୍ସନକୁ ଛାଡ଼ିଦିଏ ତେବେ ସିଏସକେ ପାଇଁ ତାଙ୍କୁ କିଣିବା ସହଜ ହେବ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ଗ୍ୟାସ୍‌ ଲିକ୍
କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍ , ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ
ଅର୍ଗସ ବ୍ୟୁରୋ : କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍‌ ଘଟଣା। ସଘଟଣା ସ୍ଥଳରେ ପହଞ୍ଚିଲେ ଅତିରିକ୍ତ ଜିଲ୍ଲାପାଳ। ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିବାଛନ୍ତି। ଅଗ୍ନିଶମ
ମଟନ୍ ବିରିୟାନୀ
ଜେଲରେ କଏଦୀଙ୍କୁ ମିଳିବ ମଟନ୍ ବିରିୟାନୀ
ଅର୍ଗସ ବ୍ୟୁରୋ : କଏଦୀଙ୍କ ପାଇଁ ଦଶହରା ଭେଟି । ଜେଲରେ ମିଳିବ ବିରିୟାନୀର ମଜା । ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି । ଅକ୍ଟୋବର ୯ରୁ ୧୨ ତାରିଖ ଯାଏଁ ଜେଲରେ କଏଦୀଙ୍କୁ ମିଳିବ ସ୍ବାଦିଷ୍
ହରିୟାଣା ନିର୍ବାଚନ
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ