ଜ୍ୟୋତିଷଙ୍କ ଚାଞ୍ଚଲ୍ୟକର ଖୁଲାସା : ପାଣ୍ଡିଆନଙ୍କ ଗ୍ରହର ପ୍ରଭାବ ନବୀନଙ୍କ ଉପରେ ପଡିଲା !
by Argus News
Mon, Sep 30 | 7:13 p.m.

ଅର୍ଗସ ବ୍ୟୁରୋ: ଗ୍ରହଚଳନରେ ଅନେକ ଅସମ୍ଭବ ବି ସମ୍ଭବ ହୁଏ, ସମ୍ଭବ ବି ଅସମ୍ଭବ ହୁଏ । ଅନେକ ସମୟରେ ଆମେ ଏହାର ଉଦାହରଣ ବି ଦେଖିଛେ । ହେଲେ ନବୀନଙ୍କ ହାରିବା ପଛରେ ଯେ ପାଣ୍ଡିଆନଙ୍କ ଗ୍ରହଚକ୍ର ଦାୟୀ ତାହା ହଠାତ୍ ଆପଣ ବିଶ୍ଵାସ କରିପାରିବେ ନାହିଁ । ହେଲେ ଏହା ପୁରା ସତ । ଅର୍ଗସ ପୋଡକାଷ୍ଟରେ ଏମିତି କିଛି କହିଛନ୍ତି ଗୋଲ୍ଡ ମେଡାଲିଷ୍ଟ ଜ୍ୟୋତିଷ ପ୍ରଦୋଷ କୁମାର ନନ୍ଦ । 

୨୪ ବର୍ଷର ସରକାର, ସ୍ଥିର ମୁଖ୍ୟମନ୍ତ୍ରୀ । ଦଳୀୟ ଲୋକଙ୍କଠୁ ଆରମ୍ଭ କରି କର୍ମୀ ସମସ୍ତେ ଆଶା ରଖିଥିଲେ କି ପୁଣି ଥରେ ଷଷ୍ଠଥର ପାଇଁ କ୍ଷମତାକୁ ଫେରିବେ ନବୀନ । ହେଲେ ଏଥର ସାଧାରଣ ନିର୍ବାଚନରେ ସବୁକିଛି ଓଲଟପାଲଟ ହୋଇଗଲା । ଦଳରେ ନିର୍ବାଚନ ପରିଚାଳନାଠୁ ଆରମ୍ଭ କରି, ନିର୍ବାଚନ ରଣନୀତି ସବୁକିଛି ଭୁଲ ହେଲା । ଯାହାର ଫଲସ୍ଵରୂପ ଶାସନ କ୍ଷମତାରୁ ବିଦା ହେଲେ ନବୀନ । କିଏ କହିଲେ ବିଜେପି ହାୱା ଥିଲା ତ ଆଉ କିଏ କହିଲା ଅତ୍ୟଧିକ ଦୁର୍ନୀତି, ବଦନାମ ନେତାଙ୍କୁ ଟିକେଟ ଦେବା, ଭୁଲ ରଣନୀତି, ପାଣ୍ଡିଆନଙ୍କୁ ଅତ୍ୟଧିକ କ୍ଷମତା ଦେବା ନବୀନଙ୍କ ଲାଗି କାଳ ହୋଇଗଲା । ଇଏ ତ ଗଲା ରାଜନୀତିର ପରିଭାଷା । ହେଲେ ଜ୍ୟୋତିଷଙ୍କ ଗଣନା ଅନୁସାରେ ପାଣ୍ଡିଆନ ଗ୍ରହଙ୍କ ପ୍ରଭାବ ନବୀନଙ୍କ ଉପରେ ପଡ଼ିଲା । ଯେଉଁଥି ଲାଗି ବିଜେଡି କ୍ଷମତାଚ୍ୟୁତ ହେଲା ।

ବିଜୁ ଜନତା ଦଳ । ସ୍ଵର୍ଗତ ବିଜୁ ବାବୁଙ୍କ ନାଁରେ ଦଳ ତିଆରି ହୋଇଛି । ସେତେବେଳେ କଂଗ୍ରେସକୁ ସରକାରରୁ ହଟାଇବାକୁ ଲକ୍ଷ ରଖି ତିଆରି ହୋଇଥିଲା ଏହି ଦଳ । ସମୟାନୁକ୍ରମେ ନବୀନ ଲଗାତାର ୨ ଦଶନ୍ଧିରୁ ଅଧିକ ସମୟ ଧରି କ୍ଷମତାରେ ରହିଲେ । ଏଥର ବି ସମାନ ଢଙ୍ଗରେ କ୍ଷମତା ହାସଲ କରିବ ବୋଲି ନିର୍ବାଚନ ଫଳ ପ୍ରକାଶ ପାଇବା ପୂର୍ବରୁ ଦଳର ନେତା ଓ କର୍ମୀ ଦମ୍ଭୋକ୍ତି ଦେଖାଇଥିଲେ । ହେଲେ ସମୟ ଅନୁସାରେ ସବୁକିଛି ବଦଳିଗଲା । ଶାସକ ଦଳରୁ ବିରୋଧୀ ଆସନରେ ବସିଲା ଦଳ । ପୂର୍ବରୁ ବି ଅନେକ ଜ୍ୟୋତିର୍ବିଦମାନେ ନିର୍ବାଚନ ଫଳାଫଳକୁ ନେଇ ଗଣନା କରୁଥିବା ଦେଖାଯାଏ । ହେଲେ ଜ୍ୟୋତିଷ ମହାମହୋପଧ୍ୟାୟ ପ୍ରଦୋଷ କୁମାର ନନ୍ଦ ଯେଉଁ ପରି ପାଣ୍ଡିଆନଙ୍କ ଗ୍ରହର ପ୍ରଭାବ ନେଇ ପ୍ରତିକ୍ରିୟା ରଖିଲେ ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।
 

ସତ୍ୟପାଠ
ଆସନ୍ତାକାଲି ଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି
ଭୁବନେଶ୍ବର : ଭୁବନେଶ୍ବର ଭରତପୁର ଥାନା ମାମଲାରେ ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ। ଆସନ୍ତାକାଲିଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି। 21 ଦିନ ଯାଏଁ ଗ୍ରହଣ ହେ
ସୁପ୍ରିମକୋର୍ଟ
ପୀଡ଼ିତାଙ୍କ ଫଟୋ ଭାଇରାଲ ନେଇ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କୋଲକାତା ଆରଜି କର ହସପିଟାଲ ମାମଲା । ପୀଡ଼ିତାଙ୍କ ପରିଚୟ ଓ ଫଟୋ ଗଣମାଧ୍ୟମରେ ଘୁରି ବୁଲୁଥିବାରୁ ପୁଣିଥରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ସୋସିଆଲ ମିଡିଆ ସହ ଅନ୍ୟ ସମସ୍
ବସ୍
ଭାରସାମ୍ୟ ହରାଇଲା ବସ୍ , ଅଳ୍ପକେ ବର୍ତ୍ତିଲେ
ଅନୁଗୋଳ : ଅନୁଗୋଳରୁ ବଲାଙ୍ଗୀର ଯାଉଥିବା OSRTC ବସ୍ ଜରପଡା ଥାନା ଓଗୀ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ଖସି ପଡିଥିବା ବେଳେ 50 ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତ