ଆଜିର ରାଶିଫଳ ଜାଣନ୍ତୁ, ସତର୍କ ରୁହନ୍ତୁ ଏହି ଦୁଇ ରାଶି...
by Argus News
Sun, Apr 14 | 9:41 a.m.

ଅର୍ଗସ ବ୍ୟୁରୋ: ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି। କେମିତି କଟିବ ଆଜି ଆପଣଙ୍କ ଦିନ। କଣ କହୁଛି ଆପଣଙ୍କ ରାଶିଫଳ ଜାଣନ୍ତୁ।  
ମେଷ-
ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ ।  କେତେକ ନୂତନ କାମର ପରିକଳ୍ପନା କରି ସଫଳତା ପ୍ରାପ୍ତ ହେବେ । ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇ ଖୁସି ହେବେ । ସଭାସମିତିରେ ଯୋଗ ଦେଇ ଲାଭବାନ ହେବେ ଓ ସମ୍ମାନ,ପ୍ରତିଷ୍ଠା ପାଇବେ । ବନ୍ଧୁ ମାନଙ୍କ ସହିତ ହସ ଖୁସିରେ ସମୟ କଟାଇବେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - କିଛି ମିଠା ଖାଇ ଘରୁ ବାହାରନ୍ତୁ
ବୃଷ-
ପରିବାରରେ କିଛିଟା ଗୋଳମାଳିଆ ପରିସ୍ଥିତି ନୂତନ ସମସ୍ୟା ସୃଷ୍ଟି କରିବ । ବିବାଦ ଧୀରେ ଧୀରେ ସୁଧୁରିବ ଫଳରେ ଦାମ୍ପତ୍ୟ ଜୀବନରେ ସୁଖ ପାଇବେ । ଅଧ୍ୟୟନରେ ଭଲ ଫଳାଫଳ ପାଇବାର ସମ୍ଭାବନା ରହିବ । ଆପଣଙ୍କ ପାଇଁ ଟଙ୍କା ରୋଜଗାର କରିବାର ଅନେକ ସରଳ ଉପାୟ ମିଳିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ-
ପାରିବାରିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ । ଚେଷ୍ଟା କରୁଥିବା କାମ ପ୍ରତିବନ୍ଧକ ମଧ୍ୟରେ ଅଟକି ରହିପାରେ । ଆପଣ ଅଧ୍ୟୟନ କରିବାକୁ ବହୁତ ଆଗ୍ରହୀ ହେବେ । ଆପଣଙ୍କ ସକାରତ୍ମକ ବିଚାରରେ ଲୋକ ପ୍ରଭାବିତ ହେବେ । କୋର୍ଟ ମାମଲାରେ ବିଜୟ ଲାଭ କରିବେ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସିନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ
କର୍କଟ-
ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । ବେକାରୀଙ୍କୁ ଚାକିରିର ସୁଯୋଗ ଆସିପାରେ । ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ । ମହତ୍ୱପୂର୍ଣ୍ଣ କଥା ଆଲୋଚନା କରିବେ । ଶତୃ  ଯେତେ ସମସ୍ୟା ସୃଷ୍ଟି କରିବେ, ଆପଣଙ୍କର ସେତେ ଲାଭ ହେବ । ପରିବାର ଲୋକଙ୍କ ସହିତ ସାମାନ୍ୟ ବାଦ ବିବାଦ ହୋଇପାରେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ସିଂହ-
ପରିବାରକୁ ଏକଜୁଟ ରଖିବା ପାଇଁ ସଫଳ ହେବେ । ନୂତନ ପ୍ରେମ ସମ୍ପର୍କରେ ଆବଦ୍ଧ ହୋଇପାରନ୍ତି । ଶିକ୍ଷା କ୍ଷେତ୍ରରେ ସରକାରୀ ପ୍ରୋତ୍ସାହନ ମିଳିପାରେ । ସମାଜରେ ଆପଣଙ୍କର ଲୋକ ପ୍ରିୟତା ବଢିବ । ସମ୍ପତି ବାଡିକୁ ନେଇ ଲାଗିଥିବା ଆୟନ ଗତ ଲଢେଇରେ ବିଜୟୀ ଲାଭର ଯଥେଷ୍ଟ ସମ୍ଭାବନା ଅଛି
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର –  ମା  ଭୂବନେଶୂରୀଙ୍କ  ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ
କନ୍ୟା-
ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇ ପାରେ । ନୂଆ ଘର ବା ଜମି କିଣିବାରେ ଦିନଟି ଶୁଭ ରହିବ । ବ୍ୟବସାୟରେ  ଯୋଜନାବଦ୍ଧ ରୂପେ କାମ କରିବେ । କାର‌୍ୟ୍ୟକ୍ଷେତ୍ରରେ ଆମଦାନି ବୃଦ୍ଧିର ସୁଯୋଗ ପାଇବେ । ଅଚାନକ କୈାଣସି ପୁରୁଣା ବନ୍ଧୁ ଦେଖାହେବେ । ଆପଣଙ୍କୁ ନିଜ ପ୍ରତିଭାରୁ ଯଥେଷ୍ଟ ଲାଭ ମିଳିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର -  ବୁଧାଙ୍କ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ
ତୁଳା-
ସମସ୍ତ ପରିବାର ସଦସ୍ୟ ଏକାଠି ମିଶି ଦୂର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି । ନକରାତ୍ମକ ଭାବନା ମସ୍ତିଷ୍କକୁ ଆସିବାକୁ ଦିଅନ୍ତୁ ନାହିଁ । ଅଦାଲତରେ ସଫଳତା ହାସଲ କରି ଆନନ୍ଦ ଅନୁଭବ କରିବେ ।   ଭଲ ଟଙ୍କା ରୋଜଗାର କରିବା ଆରମ୍ଭ କରିବା ସହିତ  ଅନାବଶ୍ୟକ  ଟଙ୍କା ଖର୍ଚ୍ଚ କରିବାରୁ ନିବୃତ୍ତ ରହିବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଲକ୍ଷ୍ମୀଙ୍କ ଅଷ୍ଟକ ପାଠ କରନ୍ତୁ 
ବିଛା-
ସାଂସାରିକ ଦ୍ରବ୍ୟାଦି ଲାଭ କରିବେ । ପ୍ରେମ କ୍ଷେତ୍ରରେ ସନ୍ଦେହ ମନଭାବ ଦେଖାଦେବ । ସାମାଜିକ ସହଯୋଗ ଲାଭ କରିବେ । ଛାତ୍ରମାନେ ଏକାଗ୍ରତାର ସହ ପଢାରେ ମନ ଲଗାଇବେ । ଅଯଥା କଥା ଠାରୁ ନିଜକୁ ଦୂରରେ ରଖନ୍ତୁ । ଜମି ସମସ୍ୟା ସମାଧାନ ହେବ । 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ଚର୍ଚ୍ଚିକାଙ୍କ ପୂଜା  ପାଠ  କରନ୍ତୁ
ଧନୁ-
ବ୍ୟବସାୟ-ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ । କର୍ମକ୍ଷେତ୍ରରେ କର୍ମଚାରୀ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ । ନାରୀମାନେ ଈର୍ଷାପରାୟଣ ରହିବେ । ରାଜନିତିରେ କାମ ଗୁଡିକୁ ସମ୍ପନ୍ନ କରିବେ । ଛାତ୍ରଛାତ୍ରି ପଢାରେ ଆଗେଇବା ପାଇଁ ଚେଷ୍ଟା କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଗୁରୁଙ୍କର ଗାୟତ୍ରୀ ପାଠ କରନ୍ତୁ 
ମକର-
ସାମୟିକ ଭାବରେ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ । ଅସ୍ଥିରତା କାରଣରୁ କୈାଣସି କାର‌୍ୟ୍ୟକୁ ଠିକ ଭାବରେ କରିପାରିବେ ନାହିଁ ।  ଛାତ୍ର ମାନେ ମୈଳିକ ବୁ୍ଦ୍ଧିର ଉପଯୋଗ  କରିବେ । ରାଜନୀତିରେ ବିରୋଧୀର ସମ୍ମୁଖୀନ ହେଲେ ମଧ୍ୟ ବିରୋଧି ପକ୍ଷ କିଛି କ୍ଷତି କରି ପାରିବେ ନାହିଁ 
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮    
ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ
କୁମ୍ଭ-
କୈାଣସି କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ଖୁସି ରହିବ । ନୂତନ ପୋଷାକ ଅଳଙ୍କାର ନିଜପାଇଁ କିଣି ପାରନ୍ତି । ପାରିବାରିକ ଜୀବନ ଭୃତ୍ୟଲାଭ ଯୋଗ ରହିଛି । ପରିପ୍ରେକ୍ଷୀରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡିପାରେ । ସରକାରୀ ସ୍ତରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର –  ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ 
ମୀନ-
ସାମାଜିକ ଆଦୃତି ମାଧ୍ୟମରେ ସୁଖ ସମ୍ମାନ ପ୍ରଦାନ କରିବେ । ଯାନବାହନ ଓ ଗୃହଭୂମି ଲାଭ  ହୋଇପାରେ । ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ହେବେ । ନିର୍ମାଣଧିନ ଗୃହ ପୂର୍ଣ୍ଣାଙ୍ଗ ଆରମ୍ଭ ହେବ । ମାଲିମକଦ୍ଦମାର ସମାଧାନ ହେବାର ସମ୍ଭାବନା ସୃଷ୍ଟି ହୋଇପାରେ । କ୍ରୀଡା କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର – ହଳଦିଆ ରଙ୍ଗର ପୋଷାକ ବ୍ୟବହାର କରିବେ

ଅଧିକ ପଢ଼ନ୍ତୁ ରାଶିଫଳ ଖବର:

IRAN PRESIDENT
3m ago
ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ପରଲୋକରେ ଇରାନ ରାଷ୍ଟ୍ରପତି । ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା। ତାଙ୍କ ସହ ବୈଦେଶିକ ମନ୍ତ୍ରୀ ମଧ୍
MODI
32m ago
ମୋଦିଙ୍କ ରୋଡ଼ ସୋ' : ସାମିଲ ହେଲେ ହଜାର ହଜାର ଲୋକେ
ଅର୍ଗସ ବ୍ୟୁରୋ : ଚାଲିଛି ମୋଦିଙ୍କ ରୋଡ଼ ସୋ' । ଶ୍ରୀଜଉଙ୍କ ଦର୍ଶନ ପରେ ବଡ଼ଦାଣ୍ଡରୁ ଆରମ୍ଭ କରିଛନ୍ତି ରୋଡ ସୋ' । ଏହି ରୋଡ଼ ସୋ'ରେ ଦେଖିବାକୁ ମିଳୁଛି ଲୋକଙ୍କ
MODI
51m ago
ପୁରୀ ବଡ଼ଦାଣ୍ଡରେ ମୋଦି, ଆରମ୍ଭ ହେଲା ରୋଡ଼ ସୋ'
ଅର୍ଗସ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନପରେ ରୋଡ଼ ସୋ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳୁ ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ପହଞ୍ଚିଥିଲେ ମୋଦି । ପୁରୀରେ ପହଞ୍ଚ