ବିମାନବନ୍ଦର ବାହାରେ ଭୟଙ୍କର ବିସ୍ଫୋରଣ; 4 ମୃତ, 17 ଆହତ
by Argus News
Mon, Oct 07 | 9:28 a.m.

ଅର୍ଗସ ବ୍ୟୁରୋ: ପାକିସ୍ତାନର କରାଚୀ ବିମାନବନ୍ଦର ବାହାରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ । ଏଥିରେ ପାଖାପାଖି ଚାରି ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଏଥିରେ ଅତିମକରେ ୧୭ ଜଣ ଆହତ ହୋଇଛନ୍ତି । ଚୀନ୍ ନାଗରିକଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିଲା। ଚାଇନା ନାଗରିକଙ୍କୁ ନେଇ ଏକ କାର୍ ବିମାନବନ୍ଦର ଆଡକୁ ଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଛି । 

 

ଏହି ବିସ୍ଫୋରଣରେ ବିଦେଶୀ ନାଗରିକଙ୍କୁ ନେଇ ଯାଉଥିବା ପୋଲିସ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣ ପରେ ସାମ୍ନାକୁ ଆସିଥିବା ଭିଡିଓରେ ଅନେକ କାରରେ ନିଆଁ ଦେଖିବାକୁ ମିଳିଥିଲା । ସେପଟେ ଏହି ଆତ୍ମଘାତୀ ବିସ୍ଫୋରଣ ପାଇଁ ବଲୋଚ୍ ଲିବେରସନ ଆର୍ମିର ମଜିଦ୍ ବ୍ରିଗେଡ୍ ଏଥିପାଇଁ ନିଜକୁ ଦାୟୀ କରିଛି  ପାକିସ୍ତାନରେ ହଜାର ହଜାର ଚାଇନିଜ୍ କର୍ମଚାରୀ ଅଛନ୍ତି। 

ସେମାନଙ୍କ ମଧ୍ୟରୁ ଅଧିକାଂଶ ବେଜିଂର ବିଲିୟନ ଡଲାରର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭରେ କାର୍ଯ୍ୟ କରୁଛନ୍ତି। ଯାହା ଦକ୍ଷିଣ ଏବଂ ମଧ୍ୟ ଏସିଆକୁ ଚାଇନାର ରାଜଧାନୀ ବେଜିଂ ସହିତ ଯୋଡିଥାଏ। ବିସ୍ଫୋରଣ ଏତେ ଭୟାନକ ଥିଲା ଯେ ବିମାନବନ୍ଦର ବି ଥରି ଉଠିଥିଲା ।


 

ISRAEL
23m ago
ଇସ୍ରାଏଲରେ ଗତବର୍ଷ ଅକ୍ଟୋବର ୭ରେ ହୋଇଥିବା ହମଲାକୁ ପୂରିଲା ବର୍ଷେ
ଅର୍ଗସ ବ୍ୟୁରୋ: ଇସ୍ରାଏଲରେ ଗତବର୍ଷ ଅକ୍ଟୋବର ୭ରେ ହୋଇଥିବା ହମଲାକୁ ପୁରିଲା ବର୍ଷେ । । ଆଉ ଏହି ବର୍ଷକ ଭିତରେ ବହୁତ କିଛି ବଦଳି ମଧ୍ୟ ଯାଇଛି । ବିଶେଷ କରି ମଧ୍ୟପ୍ରାଚ୍ୟର
CROCODILE
40m ago
ଦୟା ନଦୀରେ କୁମ୍ଭୀର ଆତଙ୍କ, ଲୋକେ ଭୟଭୀତ
ଅର୍ଗସ ବ୍ୟୁରୋ: ପିପିଲିରେ କୁମ୍ଭୀର ଭୟ । ପିପିଲି କଣ୍ଟି ନିକଟ ଦୟା ନଦୀରେ କୁମ୍ଭୀର ଦେଖିବାକୁ ମିଳିଛି। ବନ ବିଭାଗ ପାଖରେ ଖବର ନଥିବା ସୂଚନା । ପ୍ରଥମ ଥର ପିପିଲି ଅଂଚଳର
ବସ୍‌ ଧର୍ମଘଟ
ଧର୍ମଘଟରୁ ଓହରିଲେ ଦକ୍ଷିଣ ପଶ୍ଚିମାଞ୍ଚଳ ବସ୍‌ ମାଲିକ ସଂଘ
ଅର୍ଗସ ବ୍ୟୁରୋ: ଧର୍ମଘଟରୁ ଓହରିଲେ ଦକ୍ଷିଣ ପଶ୍ଚିମାଞ୍ଚଳ ବସ୍‌ ମାଲିକ ସଂଘ । ପରିବହନମନ୍ତ୍ରୀଙ୍କ ସହ ଆଲୋଚନା ପରେ ଧର୍ମଘଟରୁ ଓହରିଲା ସଂଘ । ଗୋଳନ୍ଥରା ସ୍ଥିତ ପରିବହନ ମନ୍ତ୍ରୀଙ୍