ଏକମାସ ମଧ୍ୟରେ  25 କେଜି ସୁନା-ଚାନ୍ଦି ସହିତ 25 କୋଟି ଟଙ୍କା ଦାନ 
by Argus News
Sun, Feb 25 | 8:38 a.m.

ନୂଆଦିଲ୍ଲୀ:  ଅଯୋଧ୍ୟାରେ ରାମଲାଲାଙ୍କ ନବନର୍ମିତ ମନ୍ଦିରକୁ ମିଳୁଛି ପର୍ଯ୍ୟାପ୍ତ ଦାନ। ଜାନୁଆରୀ 22ରେ ପ୍ରାଣ ପ୍ରତିଷ୍ଠାର ଏକମାସ ଭିତରେ 25 କେଜି ସୁନା ଓ ଚାନ୍ଦି ଅଳଙ୍କାର ସହିତ ପ୍ରାୟ 25 କୋଟି ଟଙ୍କା ଦାନ ମିଳିଛି। ରାମ ମନ୍ଦିର ଟ୍ରଷ୍ଟର ସୂଚନା ଅନୁସାରେ 25 କୋଟି ଟଙ୍କା ମଧ୍ୟରେ ଚେକ୍, ଡ୍ରାଫ୍ଟ, ମନ୍ଦିର ଟ୍ରଷ୍ଟ କାର୍ଯ୍ୟାଳୟରେ ଜମା ହଇଥିବା ଅର୍ଥରାଶି ସମେତ ଦାନପେଟିରେ ଥିବା ଅର୍ଥ ରହିଛି।

ତେବେ ଅନଲାଇନ ମାଧ୍ୟମରେ କେତେ ଟଙ୍କା ଦାନ ମିଳିଛି ତାହା ସୂଚନା ମିଳିନି। ଜାନୁଆରୀ 23ରୁ ଆଜି ପର୍ଯ୍ୟନ୍ତ ପ୍ରାୟ 60 ଲକ୍ଷ ଭକ୍ତ ରାମଲାଲଙ୍କ ଦର୍ଶନ କରିସାରିଲେଣି। ଏହା ସହ ଆଗାମୀ ରାମନବମୀ ଉତ୍ସବ ବେଳେ ଉକ୍ତଙ୍କ ସଂଖ୍ୟା 50 ଲକ୍ଷ ପାର କରିବ ବୋଲି ଅନୁମାନ କରାଯାଉଛି। ସେତେବେଳେ ଦାନର ପରିମାଣ ମଧ୍ୟ ବୃଦ୍ଧି ପାଇବ। ସେପଟେ ଦାନ ଅର୍ଥ ସଂଗ୍ରହ କରିବା ଲାଗି ଏସବିଆଇକୁ ଦାୟିତ୍ବ ଦିଆଯାଇଛି। ଏସବିଆଇ ନିଜ କର୍ମଚାରୀଙ୍କ ସଂଖ୍ୟାରେ ବୃଦ୍ଧି କରି ଦୁଇଟି ପାଳିରେ କାମ କରୁଛି। 

ଅଧିକ ପଢନ୍ତୁ ଭାରତ ଖବର

IRAN PRESIDENT
3m ago
ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ପରଲୋକରେ ଇରାନ ରାଷ୍ଟ୍ରପତି । ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା। ତାଙ୍କ ସହ ବୈଦେଶିକ ମନ୍ତ୍ରୀ ମଧ୍
MODI
32m ago
ମୋଦିଙ୍କ ରୋଡ଼ ସୋ' : ସାମିଲ ହେଲେ ହଜାର ହଜାର ଲୋକେ
ଅର୍ଗସ ବ୍ୟୁରୋ : ଚାଲିଛି ମୋଦିଙ୍କ ରୋଡ଼ ସୋ' । ଶ୍ରୀଜଉଙ୍କ ଦର୍ଶନ ପରେ ବଡ଼ଦାଣ୍ଡରୁ ଆରମ୍ଭ କରିଛନ୍ତି ରୋଡ ସୋ' । ଏହି ରୋଡ଼ ସୋ'ରେ ଦେଖିବାକୁ ମିଳୁଛି ଲୋକଙ୍କ
MODI
51m ago
ପୁରୀ ବଡ଼ଦାଣ୍ଡରେ ମୋଦି, ଆରମ୍ଭ ହେଲା ରୋଡ଼ ସୋ'
ଅର୍ଗସ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନପରେ ରୋଡ଼ ସୋ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳୁ ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ପହଞ୍ଚିଥିଲେ ମୋଦି । ପୁରୀରେ ପହଞ୍ଚ