ବଡ଼ଚଣା ବିଜେଡ଼ିରେ କଳି, ବିଜେଡ଼କୁ ବିରୋଧ କରୁଛି ବିଜେଡ଼ି
by Argus News
Sat, Jan 27 | 12:30 p.m.

ଅର୍ଗସ ବ୍ୟୁରୋ : ୨୪ ନିର୍ବାଚନକୁ ଆଉ କିଛି ମାସ ରହିଲା । ଆରି ଭିତରେ ବିଜେଡ଼ିରେ ଦାନା ବାନ୍ଧିଲାଣି ଅସନ୍ତୋଷ । କିଏ ଟିକେଟ୍ ପାଇବ କାହା ଟିକେଟ୍ କଟିବ ଯାହାକୁ ନେଇ ବିଜେଡ଼ି ଦେଖାଦେଲାଣି ବିବାଦ । ଏବି ବିବାଦରେ ଏବେ ଛନ୍ଦି ହେଲେଣି ଯାଜପୁର ଜଲ୍ଲା ବଡ଼ଚଣାର ଦୁଇ ପାୱାର ଫୁଲ ବିଜେଡ଼ ନେତାଙ୍କ ମଧ୍ୟରେ । କିଏ ୨୪ ନିର୍ବାଟନ ପାଇଁ ଟିକେଟ୍ ହାତେଇବ ଚାଲିଲାଣି ଗୋଡ଼ା ଟଣାଟଣି । 

ବଡ଼ଟଣାର ବିଧାୟକ ପାର୍ଥୀ ଟିକେଟ ପାଇଁ ଏବେ ଟଣାଓଟରା ଲାଗିଲେଣି ବିଜେଡ଼ିର ଦୁଇ ନେତା । ଗୋଟିଏ ପଟେ କଂଗ୍ରେସରୁ ଆମଦାନୀ ହୋଇଥିବା ନେତା ଜନ୍ମେଜୟ ଲେଙ୍କା ଟିକଟ୍ ପାଇଁ ରଣନୀତି ପ୍ରସ୍ତୁତି କରୁଥିବା ବେଳେ । ସେପଟେ ପୁଣି ଥରେ ଟିକେଟ ଆଶାରେ ଅଛନ୍ତି ବଡ଼ଚଣାର ବିଧାୟକ ଅମର ଶତପଥୀ । କିଏ ଟିକେଟ ପାଇବ ତାକୁ ନେଇ ଚାଲିଛି ଅଙ୍କକଶା ।  

 

ଗତ ୨୦୧୯ ନିର୍ବାଚନରେ କଂଗ୍ରେସ ଦଳ ଛାଡ଼ି ବିଜୁ ଜନତା ଦଳ ମିଶିଥିଲେ ବିଧାୟକ ପାର୍ଥି ଜନ୍ମେଜୟ ଲେଙ୍କା । ମିଶିବା ସହ ବଡ଼ଚଣା ବିଜେଡ଼ି ଓ ବିଧାୟକଙ୍କୁ ବିଜୟ କରିବାରେ କୁଆଡ଼େ ପ୍ରମୁଖ ଭୂମିକା ମଧ୍ୟ ଗ୍ରହଣ କରିଥିଲେ । ସେତେ ବେଳେ ୨୦୨୪ ଟିକେଟ ପାଇଁ ଦଳର ଟାଣୁଆ ନେତା ବବି ବାବୁ ମଧ୍ୟ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

୨୦୧୯ ନିର୍ବାଚନ ଫଳାଫଳ ପର ଦିନରୁ ଜନ୍ମେଜୟ ଓ ବିଧାୟକ ଅମରଙ୍କ ଭିତରେ ଫାଟ ସୃଷ୍ଟି ହୋଇ ଆଜି ବିରୋଧ ଦିଗରେ ପରିଣତ ହୋଇଛି । ବନ୍ଧୁ ମିଳନ ସଭାରେ ବିଧାୟକଙ୍କ ଜନ ବିରୋଧି ନୀତିକୁ ବଖାଣିବା ସହ, ବଡ଼ଚଣା ବିଜେଡ଼ି ଦଳ ସୀମିତ ହାତ ଗଣତି କୁଜି ନେତାଙ୍କ ପକେଟରେ ରହିଛି ବୋଲି ପ୍ରକାଶ କରିଥିଲେ ।

ପୁର୍ବତନ ବ୍ଲକ ଅଧ୍ୟକ୍ଷ କହିଛନ୍ତି, ବିଧାୟକ ଅମର ପ୍ରସାଦ ଶତପଥୀ ବାରମ୍ବାର ଅନେକ ଆଗୁଆ ଓ ସଚୋଟ କର୍ମୀ ନେତାଙ୍କୁ ଅଣଦେଖା କରନ୍ତି । ଟିକେଟ ହାତେଇ ଆମ ମାନଙ୍କ ସହଜୋଗ ନେଇ ନିର୍ବାଚନ ଜିତିବା ପରେ ଆଉ ଆମକୁ ଖୋଜନ୍ତି ନାହିଁ । ଏହା ତାଙ୍କର ନୀତି ଦିନିଆ ଅଭ୍ୟାସ । ବଡ଼ଚଣାରେ ନେତୃତ୍ବ ପରିବର୍ତ୍ତନର ଆବଶ୍ୟକ ରହିଛି, ବିଧାୟକଙ୍କୁ ଦଳ ବିତାଡିତ କରୁ ନୂଆ ପ୍ରତିଭାଙ୍କୁ ଦଳ ସୁଯୋଗ ଦୋଉ । ବଡ଼ଚଣା ବିଜେଡ଼ି କଳିରେ କିଏ ମାରିବ ବାଜି , କିଏ ହାତେଇବା ଦଳୀୟ ଟିକେଟ, ରାଜ୍ୟ ବିଜେଡ଼ି କାହା ଉପରେ କରିବ ଭରଷା ତାହା ଦେଖିବାକୁ ବାକି ।
 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ