ସ୍କୁଲରେ ପଡିଛି ବ୍ୟାଗ , ଜୋତା , ୨୪ ଘଣ୍ଟା ହେଲା ଛାତ୍ରୀ ନିଖୋଜ
by Argus News
Sat, Sep 14 | 3:09 p.m.

ଅର୍ଗସ ବ୍ୟୁରୋ : ସ୍କୁଲରେ ଚାଲିଥିଲା ରିସେସ । ସମସ୍ତେ ଖେଳୁଥିଲେ , ତା ଭିତରେ ଖେଳୁଥିଲା ୧୧ ବର୍ଷର ନାବାଳିକା ଜ୍ୟୋସ୍ନା । ହେଲେ କେହିଜଣେ ଆସି ନିଜକୁ ଜ୍ୟୋସ୍ନାର ଅଜା ବୋଲି ପରିଚୟ ଦେଇ ତାଙ୍କୁ ଡାକିନେଲେ । ଆଉ ତା ପରଠୁ ସେ ଯାଇଛି ଯେ, ୨୪ ଘଣ୍ଟା ବିତିଲାଣି, ତାର କୌଣସି ପତ୍ତା ମିଳୁନି । ସେପଟେ ଶିକ୍ଷୟତ୍ରୀଙ୍କ ପାଖକୁ ତାଙ୍କୁ ନେବାପାଇଁ ଯେଉଁ ନମ୍ବରରୁ କଲ ଆସିଥିଲା, ସେ ନମ୍ବର ମଧ୍ୟ ସୁଇଚଅଫ୍ ଅଛି ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ଜୟରାମପୁର ପଂଚାୟତର ଭଗବାନ ଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ  । ସେହି ପଞ୍ଚାୟତ  ଖଡିକାବାଡି ଗ୍ରାମର ବଡ଼ ମାଆ ପଦ୍ମାବତୀ ଓ ବଡ଼ ବାପା ଗୋପାଳ ଜେନାଙ୍କ ପାଖରେ ତାଙ୍କ ସମ୍ପର୍କୟ ଙ୍କ ୧୧ ବର୍ଷର ନାବାଳିକା ଝିଅ ଜ୍ୟୋସ୍ନାକୁ ନାଳନ ପାଳନ ହୋଇ ଛୋଟରୁ ଆଜି ପର୍ଯ୍ୟନ୍ତ ରହି ଆସୁଥିଲେ । ସେହି ଅଞ୍ଚଳରେ ଥିବା ଭଗବାନ ଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଙ୍କ ବଡ଼ ମା ଓ ଜେଜେମା ଯାଇ ବିଦ୍ୟାଳୟରେ ଭର୍ତ୍ତି କରିଥିଲେ ମାତ୍ର କିଛି ଦିନ ଆଗରୁ ଜେଜେମାଙ୍କ ପରଲୋକ ହୋଇଛି ।

ତେବେ ସ୍କୁଲରେ ରିସେସ ସମୟ ହୋଇଥିବା ବେଳେ ଜ୍ୟୋସ୍ନା ଏବଂ କିଛି ସାଙ୍ଗ ଖେଳୁଥିଲେ । ଏହି ସମୟରେ ତାଙ୍କୁ ଜଣେ ବାହାରକୁ ଡାକି ନେଇଯିବା ପରେ  ଦୁଇଜଣ ତାଙ୍କୁ ବାଇକରେ ନେଇ ଯାଇଥିଲେ । ପରେ ଏନେଇ ଶିକ୍ଷୟତ୍ରୀଙ୍କୁ ଏକ କଲ ଆସିଥିଲା । ଏବଂ ନେଇଥିବା ବ୍ୟକ୍ତି ନିଜକୁ ଜ୍ୟୋସ୍ନାର ବାପା ବୋଲି ପରିଚୟ ଦେଇଥିଲା ।
ସେପଟେ କିନ୍ତୁ ପରିବାର ଲୋକେ ସ୍କୁଲରୁ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଏନେଇ ଦାୟୀ କରିଛନ୍ତି । ଶିକ୍ଷୟତ୍ରୀଙ୍କ ଠାରୁ ସନ୍ତୋଷଜନକ ଉତ୍ତର ନମିଳିବା ପରେ ସେ ଭୋଗରାଇ ଥାନାରେ ପହଂଚି ଅଭିଯୋଗ କରିଥିଲେ ।
ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଭୋଗରାଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପାଖରେ ଏ ପର୍ଯ୍ୟନ୍ତ ଏଭଳି ଘଟଣା ସମ୍ପର୍କରେ କୌଣସି ତଥ୍ୟ ନାହିଁ ବୋଲି କହିଛନ୍ତି ଏବଂ ଏ ଘଟଣାରେ ଯୋଉ ମାନେ ସମ୍ପୃକ୍ତି ଆସିବ ତାଙ୍କ ଉପରେ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି BEO କହିଛନ୍ତି । ତେବେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି ଏ ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି । ଏପଟେ ଆଜି ସ୍କୁଲ ଖୋଲିବା ପର୍ଯ୍ୟନ୍ତ ସ୍କୁଲ ହୋତା ଭିତରେ ଛାତ୍ରୀ ଜଣଙ୍କ ବ୍ୟାଗ ଓ ଜୋତା ପୋଡିରହିଛି । ତେବେ ଏଠି ପ୍ରଶ୍ନ ଉଠୁଛି ପିଲା ନିଖୋଜ ହୋଇଛି ନା କାହା ହାତରେ ଟେକି ଦିଆଯାଇଛି । ତାହା ତଦନ୍ତ ପରେ ଜଣାପଡ଼ିବ । 

 


 

ଗୋଷ୍ଠୀ ସଂଘର୍ଷ
38m ago
ଭଦ୍ରକରେ ଗୋଷ୍ଠୀ ସଂଘର୍ଷ, ୧୬୩ ଧାରା ଲାଗୁ
ଭଦ୍ରକ: ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ବୟାଙ୍ଗଡିହି ପଞ୍ଚାୟତ ଗୁଡୁପୋଖରୀ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପତାକା ଉପୁଡାକୁ ନେଇ ଉତ୍ତେଜନା । ଯାହାକୁ ନେଇ ୪ ଜଣ ଆହତ ହୋଇଥିବାବଳେ ଜଣେ ଗୁରୁତ
100 ଦିନ
100 ଦିନ ପୂର୍ତ୍ତି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ବଡ଼ ଘୋଷଣା
ପୁରୀ: 5 ବର୍ଷରେ 11ଟି MSME ପାର୍କ ପ୍ରତିଷ୍ଠା କରିବେ ବିଜେପି ସରକାର । ବିଜେପି ସରକାରର 100 ଦିନ ପୂର୍ତ୍ତି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଗତକାଲି ଉଚ୍ଚସ୍ତରୀ
ବଢିବ ବର୍ଷା
୨୨ ତାରିଖରୁ ବଢିବ ବର୍ଷାର ପରିମାଣ
ଭୁବନେଶ୍ୱର: ଟ୍ରପଲାଇନ ପ୍ରଭାବରେ ରାଜ୍ୟରେ ହାଲୁକରୁ ମଧ୍ୟମ ବର୍ଷା ଜାରି ରହିଥିବା ବେଳେ ପୁଣି ୨୨ ତାରିଖରୁ ବଢିବ ବର୍ଷାର ପରିମାଣ। ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ବିଶେଷ କିଛ