ରାଜ୍ୟ ସରକାରଙ୍କ ରାଜନୀତି ମଇଦାନ ପାଲଟିଛି ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟ
by Argus News
Sat, Dec 16 | 12:34 p.m.

ରାଜ୍ୟ ସରକାରଙ୍କ ରାଜନୀତି ମଇଦାନ ପାଲଟିଛି ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟ
ଲାଗୁଛି ଯେମିତି କଲେଜ କମ୍ ଶଙ୍ଖ ଭବନ ବେଶୀ
କ୍ଲାସରୁମ ସାଜିଛି ବିଜେଡ଼ି ସରକାରଙ୍କ ପ୍ରଚାର ମଇଦାନ
 

ଅର୍ଗସ ବ୍ୟୁରୋ : ରାଜ୍ୟ ସରକାରଙ୍କ "ଯୁବ ଓଡିଶା ନବୀନ ଓଡିଶା" ନାମରେ ଏବେ ବିଭିନ୍ନ ମହାବିଦ୍ୟାଳୟକୁ କ୍ରୀଡା, କଳା, ସଂସ୍କୃତି କ୍ଷେତ୍ର ପାଇଁ ନବୀନ ବାବୁ ଅନୁଦାନ ଦେଉଛନ୍ତି । ଆଉ ଏହାର ଫାଇଦା ଉଠାଉଛନ୍ତି ବିଜେଡି ଛାତ୍ର ନେତା ମାନେ । କଲେଜ କର୍ତ୍ତୃପକ୍ଷଙ୍କୁ ହାତ ବାରେସୀ କରି ମହାବିଦ୍ୟାଳୟରେ କରୁଛନ୍ତି ଆଗାମୀ ସାଧାରଣ ନିର୍ବାଚନର ପ୍ରଚାର । ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ସ୍ଵଂଶାସିତ ମହାବିଦ୍ୟାଳୟରେ । 

ବାଙ୍କୀ ସ୍ୱଂଶାସିତ ମହାବିଦ୍ୟାଳୟ ବହୁ ପୁରାତନ ମହାବିଦ୍ୟାଳୟ ଭାବେ ସାରା ରାଜ୍ୟରେ ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ବାଙ୍କୀର ଗର୍ବ ଗୌରବ ମଧ୍ୟରୁ ଅନ୍ୟତମ ଏହି କଲେଜ । ଏଠାକୁ ବାଙ୍କୀ ନିର୍ବାଚନ ମଣ୍ଡଳୀ ସହିତ ରାଜ୍ୟର ବିଭିନ୍ନ କୋଣ ଓ ଅନକୋଣରୁ ଛାତ୍ରଛାତ୍ରୀ ପାଠ ପଢିବାକୁ ଆସନ୍ତି । ଏପଟେ ବିଜେଡି ଦଳର ସ୍ଥାନୀୟ ନେତା ଏବଂ ବିଜେଡି ଛାତ୍ର ନେତାଙ୍କ ପାଇଁ ଏହି କଲେଜ ପାଲଟିଛି ପ୍ରଚାରର ମଇଦାନ ।

<iframe src="https://www.facebook.com/plugins/video.php?height=314&href=https%3A%2F%2Fwww.facebook.com%2Fargustvdigital%2Fvideos%2F872421871039780%2F&show_text=false&width=560&t=0" width="560" height="314" style="border:none;overflow:hidden" scrolling="no" frameborder="0" allowfullscreen="true" allow="autoplay; clipboard-write; encrypted-media; picture-in-picture; web-share" allowFullScreen="true"></iframe>

କିଭଳି କଲେଜ ମୁଖ୍ୟ ତୋରଣ ଠାରୁ ଆରମ୍ଭ କରି କଲେଜର କାନ୍ଥ ମାନଙ୍କରେ ବିଜେଡିର ଦଳିୟ ରଙ୍ଗ ଥିବା "ଯୁବ ଓଡିଶା ନବୀନ ଓଡିଶା "ପୋଷ୍ଟରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ମରାଯାଇଛି । ସାରା କଲେଜକୁ ନିଳ ରଙ୍ଗରେ ରଙ୍ଗେଇ ଦିଆ ଯାଇଛି । ଯାହା ଫଳରେ ଏହା ମହାବିଦ୍ୟାଳୟ କମ ପ୍ରଚାର ମଇଦାନ ଅଧିକ ଲାଗୁଛି । ଛାତ୍ରଛାତ୍ରୀ ଏଠାକୁ ନିଜର ଭବିଷ୍ୟତ ଗଢିବାକୁ ଆସୁଥିବା ବେଳେ ଆଜି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାର ଆଡକୁ ଗତି କରୁଛି ବୋଲି କହିଛନ୍ତି କଲେଜର ପୁରାତନ ଛାତ୍ର ।

ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଛାତ୍ର ଏହଂ ଯୁବକ ମାନଙ୍କୁ ଭ୍ରମିତ କରିବା ପାଇଁ ଆରମ୍ଭ କରିଛନ୍ତି "ଯୁବ ଓଡିଶା ନବୀନ ଓଡିଶା" । ସାମାଜିକ କାର୍ଯ୍ୟକ୍ରମ ପ୍ରୋତ୍ସାହନ ପାଇଁ +୨କୁ ୩ ଲକ୍ଷ ଓ +୩କୁ ୬ ଲକ୍ଷ ସମୁଦାୟ ୯ ଲକ୍ଷ ଅନୁଦାନ ପ୍ରଦାନ କରିଛନ୍ତି ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ  । ସରକାରଙ୍କ ଚିଠି ଅନୁଯାଇ ଆମେ କାମ କରୁଛୁ । ଯେହେତୁ ସରକାର ଅନୁଦାନ ଦେଇଛନ୍ତି ସ୍ଥାନୀୟ ବିଜେଡି ଛାତ୍ର ମାନଙ୍କୁ କଲେଜରେ ପ୍ରଚାର କରିବାକୁ ପରମିସନ ଦେବାର ଗାଇଡ଼ ଲାଇନ ରହିଛି ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ ।
 

HEALTH
37m ago
୪୧ ଔଷଧର ବଦଳିଲା ମୂଲ୍ୟ
ଅର୍ଗସ ବ୍ୟୁରୋ: ମଧୁମେହ, ଶରୀରର ଯନ୍ତ୍ରଣା, ହୃଦ୍‌ରୋଗ, ଯକୃତ ସମସ୍ୟା, ଆଣ୍ଟାସିଡ୍‌, ସଂକ୍ରମଣ, ଏବଂ ଆଲର୍ଜି, ମଲ୍ଟିଭାଇଟାମିନ୍ ଏବଂ ଆଣ୍ଟିବାୟୋଟିକ୍ ପରିନ କେତକ ଔଷଧର ମୂଲ୍
ଖଲ୍ଲିକୋଟ
ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ ?
ବ୍ରହ୍ମପୁର: କାହା ଚାପରେ ଚୁପ ଗଞ୍ଜାମ ପୋଲିସ । ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ । ବିଜେପିର ଅଭିଯୋଗ ପରେ ବି ଚୁପ ବସିଛି ପୋଲିସ
ନୋଟ୍ ବଣ୍ଟା
ହାରିବା ଭୟରେ ବିଜେଡିର ଟଙ୍କା ବଣ୍ଟା ଅଭିଯାନ
ସମ୍ବଲପୁର: ଅର୍ଗସ ହାତରେ ଲାଗିଲା ପୁଣି ଏକ ଏକ୍ସକ୍ଲୁସିଭ୍ ଭିଯୁଆଲ । 500 ଟଙ୍କିଆ ନୋଟ୍ ବଣ୍ଟା ହେବା ବେଳେ ଛିଡୁ ନାହିଁ ଭାଗ । କିଏ କେତେ ନେବ ତାକୁ ନେଇ ଚାଲିଥିଲା ଯୁକ୍ତି