ଗାଁ'ରେ ଭାଲୁ ଆତଙ୍କ, ଘରେ ପଶୁଛି ଭାଲୁ
by Argus News
Sun, Nov 05 | 5:30 p.m.

ନବରଙ୍ଗପୁର  : ନବରଙ୍ଗପୁର ବ୍ଲକ ଭତରାସିଉନି ଗାଁରେ ଏବେ ଭାଲୁ ଆତଙ୍କ ଦେଖାଦେଇଛି l ସପ୍ତାହ ହେବ ଭାଲୁ ଗାଁ ଭିତରେ ଆସିବା ସହ ଘରେ ଘରେ ପଶୁଛି l ଯାହାକୁ ନେଇଁ ଗ୍ରାମବାସୀ ଭୟଭୀତ ଥିବା ଦେଖିବାକୁ ମିଳିଛି l ଗତ 4 ଦିନ ପୂର୍ବେ ଗ୍ରାମର ମନ ମାଝିଙ୍କ ଗୋଟିଏ ମେଣ୍ଢାକୁ ଭାଲୁ ମାରିଦେଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି l ପ୍ରତିଦିନ ପ୍ରାୟ 4ଟି ଭାଲୁ ରାତିରେ ଗାଁ ଭିତରେ ପ୍ରବେଶ କରୁଥିବା ବେଳେ ସକାଳ ଯାଏଁ ରହୁଛନ୍ତି l ଆଜି ସକାଳ 5 ଟା ବେଳେ ଗ୍ରାମର ବାବୁଲି ମିଶ୍ରଙ୍କ ରୋଷେଇ ଘରେ ଗୋଟିଏ ଭାଲୁ ପଶି ବସ୍ତାରୁ ଗୁଡ଼ ଖାଇଛି l ଯାହାର ଭିଡିଓ ଉତ୍ତୋଳନ କରିଥିଲେ ପରିବାର ଲୋକେ l ତେବେ,  ଘରେ ଭାଲୁ ପଶିଥିବା ଜାଣିପାରି ପରିବାର ଲୋକେ ବାହାରକୁ ବାହାରିନଥିବା ବେଳେ ଯଦି ଅଜାଣତରେ କିଏ ଭାଲୁ ନିକଟରେ ଚାଲିଆସେ ତାହେଲେ ନିଶ୍ଚିତ ମୃତ୍ୟୁମୁଖରେ ପଡିପାରେ ବୋଲି ଘର ମାଲିକ ବାବୁଲି ମିଶ୍ର କ୍ଷୋଭ ର ସହ କହିଛନ୍ତି l

 ଅଧିକ ପଢନ୍ତୁ : ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଅନ୍ୟପଟେ ଭାଲୁର ଅବସ୍ଥିତିକୁ ନେଇ ଗ୍ରାମବାସୀ ବାରମ୍ବାର ନବରଙ୍ଗପୁର ବନବିଭାଗକୁ ଜଣାଉଥିଲେ ମଧ୍ୟ ବନବିଭାଗ ଉଚିତ ପଦକ୍ଷେପ ନନେଇ କେବଳ ଗାଁକୁ ଯାଇ ଗ୍ରାମବାସୀଙ୍କୁ ସର୍ତ୍ତକ ରହିବାକୁ ସଚେତନତା କରି ଚାଲିଯାଉଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି l ଯାହାକୁ ନେଇଁ ଭବିଷ୍ୟତ ଭାଲୁ କିମ୍ବା ମଣିଷର ଜୀବନହାନୀ ହୋଇପାରେ ବୋଲି ଗ୍ରାମବାସୀ କହିଛନ୍ତି l ଆଉ ଏଥିପାଇଁ କେବଳ ବନ ବିଭାଗ ହିଁ ଦାୟୀ ରହିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି l ଫଳରେ ବନବିଭାଗ ତୁରନ୍ତ ଭାଲୁକୁ ଉଦ୍ଧାର କରି ଜଙ୍ଗଲରେ ଛାଡିବାକୁ ଗ୍ରାମବାସୀ ଦାବି କରିଛନ୍ତି l ସେହିଭଳି ନବରଙ୍ଗପୁର ସହର ର ମଧ୍ୟ ଭାଗରେ ଥିବା ମିଶନ କମ୍ପାଉଣ୍ଡ ରେ ମଧ୍ୟ ଭାଲୁ ବୁଲୁଥିବାର ଭିଡିଓ ସାମ୍ନା କୁ ଆସିଛି l ଯାହାକୁ ନେଇଁ ଲୋକେ ଭୟଭୀତ ରହିଛନ୍ତି l ଦିନକୁ ଦିନ ଜଙ୍ଗଲ କ୍ଷୟ, ଜଙ୍ଗଲରେ ନିଆଁ ଓ ଖାଦ୍ୟ ସଂଗ୍ରହ ପାଇଁ ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳୁଛି l

ଖଲ୍ଲିକୋଟ ହିଂସା ପାଇଁ
48m ago
ଖଲ୍ଲିକୋଟ ହିଂସା ପାଇଁ ଗଠନ ହେଲା SIT, ଗିରଫ ହେବେ ଫେରାର୍ ଅଭିଯୁକ୍ତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଗଠନ ହେଲା SIT . ଏସଆଇଟି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍
AC
51m ago
ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ
ଅର୍ଗସ ବ୍ୟୁରୋ: ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ । ଥଣ୍ଡା ହେତୁ ଶରୀର ଏବଂ ଗଣ୍ଠିରେ ଯନ୍ତ୍ରଣା ହେବାର ସମସ୍ୟା ବଢିପାରେ । ଏସି,କୁଲରର ପବ
ଗ୍ରୀଷ୍ମ ପ୍ରବାହ
52m ago
୨୦ ରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସକାଳେ ଖରା ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ମେଘୁଆ ପାଗ ସହ କାଁ ଭାଁ ସ୍ଥାନରେ ବର୍ଷା ହେବା