ମା' ନୁହେଁ ପିଶାଚିନୀ, ନିଜ ଜନ୍ମ କଲା ପୁଅକୁ ମାରିଦେଲା
by Argus News
Tue, Jan 09 | 2:48 p.m.

ଅର୍ଗସ ବ୍ୟୁରୋ : ମା' ନୁହେଁ ପିଶାଚିନୀ । ନିଜ ଜନ୍ମ କଲା ପୁଅକୁ ମାରିଦେଲା ମା' । ଆଉ ଧରା ପଡ଼ିବା ଭୟରେ ୪ ବର୍ଷର ପୁଅର ମୃତଦେହକୁ ବ୍ୟାଗ୍‌ରେ ଭର୍ତ୍ତି କରି ଗୋଆରୁ ଚାଲିଗଲା କର୍ଣ୍ଣାଟକ । କୁହାଯାଉଛି କି, ସ୍ବାମୀ ସହିତ ଝଗଡ଼ାରୁ ପୁଅକୁ ମାରିଛି ମା' ଜଣକ । ବେଙ୍ଗାଳୁରୁର ଜଣେ ମହିଳା ଗୋଆର ଏକ ହୋଟେଲରେ ନିଜର ୪ ବର୍ଷର ପୁଅକୁ ହତ୍ୟା କରିଥିବା ଖବର ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆଉ ଧରାପଡ଼ିବା ଭୟରେ ମୃତ ପୁଅର ଶରୀରକୁ ଏକ ବ୍ୟାଗରେ ନେଇ କର୍ଣ୍ଣାଟକ ଚାଲିଯାଇଥିବା ଅଭିଯୋଗ ହୋଇଛି । 

ଗତକାଲି ସିଇଓ ସୂଚନା ସେଠଙ୍କୁ ପୋଲିସ ଗିରଫ କରିଛି । କର୍ଣ୍ଣାଟକର ଚିତ୍ରାଦୁରଗାଠାରେ ପୁଅର ମୃତଦେହକୁ ଗୋଟିଏ ବ୍ୟାଗରେ ଧରି ଯାଉଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା । ଗୋଆର ଏକ ହୋଟେଲରେ ସୂଚନା ସେଠ ତାଙ୍କ ପୁଅକୁ ହତ୍ୟା କରିବା ପରେ ମୃତଦେହକୁ କର୍ଣ୍ଣାଟକ ନେଇ ଚାଲିଯାଇଥିଲେ । ସେ ଗୋଆର ହୋଟେଲରୁ ଚେକ୍ ଆଉଟ୍ କରିବା ପରେ ହୋଟେଲ କର୍ମଚାରୀ ସେ ରହିଥିବା ରୁମ୍‌ରେ ରକ୍ତଛିଟା ପଡ଼ିଥିବା ଦେଖିବାକୁ ପାଇଥିଲେ । 

ଅଧିକ ପଢନ୍ତୁ ଭାରତ ଖବର

ପରେ ସନ୍ଦେହ କରି ସେ ପୋଲିସରେ ଖବର ଦେଇଥିଲେ । ପୋଲିସ ହୋଟେଲ୍ କର୍ମଚାରୀଙ୍କ ସହାୟତାରେ ମହିଳାଙ୍କୁ ନେଇଯାଉଥିବା କାର୍ ଡ୍ରାଇଭରର ନମ୍ବରରେ କଲ୍ କରିଥିଲେ । ଡ୍ରାଇଭର ଜଣଙ୍କ ପୋଲିସ କଥାରେ ସୂଚନା ସେଠଙ୍କୁ ଥାନାକୁ ନେଇଥିଲେ । ସେଠାରେ ଯାଞ୍ଚ କରିବା ପରେ ତାଙ୍କ ବ୍ୟାଗ୍‌ରୁ ପୁଅର ମୃତଦେହ ମିଳିଥିଲା । ସେଠାରେ ତାଙ୍କୁ ଗିରଫ କରାଯିବା ପରେ ପୋଲିସ ତାଙ୍କୁ ଗୋଆ ଆଣୁଛି ଅଧିକ ତଦନ୍ତ ପାଇଁ । ତେବେ ସେ କାହିଁକି ପୁଅକୁ ମାରିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍