ଆଇପିଏଲରେ ଆଜି ବେଙ୍ଗାଲୁରୁ-ହାଇଦ୍ରାବାଦ ମୁକାବିଲା
by Argus News
Mon, Apr 15 | 5:59 p.m.

ଅର୍ଗସ ବ୍ୟୁରୋ: ଆଜି ଆଇପିଏଲ୍‌ର ୩୦ତମ ଲିଗ୍ ମୁକାବିଲାରେ ଘରୋଇ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ପଏଣ୍ଟ ତାଲିକାରେ ଶେଷ ସ୍ଥାନରେ ଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ଏହି ମ୍ୟାଚ୍ ଜରିଆ ବିଜୟର ବାଟକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛି। ଅନ୍ୟ ପଟେ ସନ୍‌ରାଇଜର୍ସ ବିଜୟଧାରା ଜାରି ରଖୁବା ନେଇ ପ୍ରସ୍ତୁତ ରହିଛି।

ଟି-୨୦ କ୍ରିକେଟରେ ଇତିହାସ ରଚିଲେ ଧୋନୀ

ସନ୍‌ରା‌ଇଜର୍ସ ଶେଷ ୨ଟି ଲିଗ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପରକିସ ଓ ପଞ୍ଜାବ କିସକୁ ହରାଇ ଦୃଢ଼ ମନୋବଳରେ ରହିଛି। ସବୁ ବିଭାଗରେ ଦଳ ଭଲ ପ୍ରଦର୍ଶନ କରୁଛି । ଖାସ୍ କରି ବ୍ୟାଟିଂ ବିଭାଗ ଦୃଢ଼ ରହିଛି । ଟ୍ରେଭିସ୍ ହେ ଅଭିଷେକ ଶର୍ମା, ଆଡେନ୍ ମାରକ୍ରମ, କ୍ଲାସେନ୍‌ଙ୍କ ସମେତ ଯୁବ ବ୍ୟାଟିଂ ବିସ୍ମୟ ନିତିଶ କୁମାର ରେଡୀ ଫର୍ମରେ ଅଛନ୍ତି । ସେହିପରି ଯଦି ବେଙ୍ଗାଲୁରୁ କଥା ଚିନ୍ତା କରାଯାଏ ତାହାଲେ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ବୋଲିଂ ବିଭାଗ ଦୁର୍ବଳ ରହିଛି। ତେବେ ଆର୍ସିବି ମୋଟ ୬ଟି ମ୍ୟାଚରୁ ୧ ଟି ମ୍ୟାଚରେ ଜିତିବାରେ ସଫଳ ହୋଇଛି। ଆଜିର ମ୍ୟାଚକୁ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ ଫାଫ୍ ବାହୀନି।
 

ଭୟାବହ ଅଗ୍ନିକାଣ୍ଡ
12m ago
ଅନ୍ନପୂର୍ଣ୍ଣା ଫାଇନାନ୍ସ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ
ବାଲେଶ୍ୱର: ରେମୁଣା ଗୋଲେଇ ସ୍ଥିତ ଅନ୍ନପୂର୍ଣ୍ଣା ଫାଇନାନ୍ସ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏହି ଦୁର୍ଘଟଣାର
TANKA
12m ago
ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହି ୨୦୦ ଟଙ୍କା ଦିଆ ଯାଇଛି
ଅର୍ଗସ ବ୍ୟୁରୋ: ର୍ନିବାଚନ ଯେତେ ପାଖେଇ ଆସୁଛି ବର୍ତ୍ତମାନ ସେତେ ଜୋରରେ ପ୍ରଚାର ପ୍ରସାର କରାଯାଉଛି । ଆଉ ଭୋଟରଙ୍କୁ କିଣିବା ପାଇଁ ସଭାରେ ପୁଳା ପୁଳା ଟଙ୍କା ଵଣ୍ଟା ଯାଉଛି । ନବୀନଙ୍
TIGER
22m ago
ଧରାପଡିଲା ସହରୀ ବାଘ
ଅର୍ଗସ ବ୍ୟୁରୋ: ଧରାପଡିଲା ସହରୀ ବାଘ । ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା ମିଳିଛି । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ