ବେଙ୍ଗାଲୁରୁ ରାମେଶ୍ୱରମ୍ କାଫେ ବିସ୍ଫୋରଣ: ପଶ୍ଚିମବଙ୍ଗରୁ ୨ ଅଭିଯୁକ୍ତଙ୍କୁ ଗିରଫ କଲା ଏନ୍‌ଆଇଏ
by Argus News
Fri, Apr 12 | 6:10 p.m.

ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାର ପଶ୍ଚିମବଙ୍ଗରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)। ଅଭିଯୁକ୍ତ ଦୁଇଜଣ ହେଲେ ଅବଦୁଲ ମେଟେନ ତାହା ଏବଂ ମୁସାଭିର ହୁସେନ୍ ଶାଜିବ। ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ହୋଇଥିବା ବେଳେ ଅନ୍ୟ ଜଣେ ବୋମା ବିସ୍ଫୋରଣକାରୀ।  ଏହି ଘଟଣାର ତଦନ୍ତ କରୁଥିବା ଏନଆଇଏ ମୁସାଭିର ହୁସେନ୍ ଶାଜିବଙ୍କୁ ଏହି ବିସ୍ଫୋରଣ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ବୋଲି ଚିହ୍ନଟ କରିଛି। ଗତମାସରେ ଏନ୍‌ଆଇଏ ମୁଜାମ୍ମିଲ ସରିଫକୁ ୩ଟି ରାଜ୍ୟର ଏକାଧିକ ସ୍ଥାନରେ ଚଢ଼ଉ କରି ଗିରଫ କରିଥିଲା।

ମାର୍ଚ୍ଚ ୧ରେ ହୋଇଥିବା ଏହି ବିସ୍ଫୋରଣରେ ଅନେକ ଗ୍ରାହକ ଓ ହୋଟେଲ କର୍ମଚାରୀ ଆହତ ହୋଇଥିଲେ, ଯେଉଁଥିରେ ଲୋକପ୍ରିୟ କାଫେର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହି ମାମଲାରେ ଚିହ୍ନଟ ହୋଇଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଲଜିଷ୍ଟିକ୍ ସହାୟତା ଦେଇଥିବା ମୁଜାମ୍ମିଲ ସରିଫକୁ ଏନ୍‌ଆଇଏ ଟିମ୍ କର୍ଣ୍ଣାଟକର ୧୨ଟି, ତାମିଲନାଡୁର ୫ଟି ଓ ଉତ୍ତରପ୍ରଦେଶର ଗୋଟିଏ ସ୍ଥାନରେ ଚଢ଼ଉ କରିବା ପରେ ଗିରଫ କରିଥିଲା। ମାର୍ଚ୍ଚ ୩ ତାରିଖରେ ତଦନ୍ତ ଦାୟିତ୍ୱ ନେଇଥିବା ଏନ୍‌ଆଇଏ ବିସ୍ଫୋରଣ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ମୁସାବୀର ସାଜିବ ହୁସେନକୁ ଚିହ୍ନଟ କରିଥିଲା।

ଅଧିକ ପଢ଼ନ୍ତୁ ଭାରତ ଖବର 
 

ରୋଡ 'ସୋ'
15m ago
20ରେ ମୋଦି କରିବେ ରୋଡ 'ସୋ'
ପୁରୀ: ୨୦ ରେ ପୁରୀ ଆସିବେ ପ୍ରଧାନମନ୍ତ୍ରୀ । ଚାଲିଛି ସୁରକ୍ଷା ବ୍ୟବସ୍ଥାକୁ ନେଇ ଘନଘନ ଯାଞ୍ଚ । ପି ଏମ ମୋଦୀଙ୍କ ଗସ୍ତକୁ ନେଇ ପରୀକ୍ଷା ମୂଳକ ଭାବରେ ପୁରୀରେ ଅବତରଣ କରିଛି ବାୟୁସେନା
BEDTIME
19m ago
ରାତିରେ ନିଦ କାହିଁକି ହୁଏନି ? ତେବେ ଶୋଇବା ପୂର୍ବରୁ କଣ କରିବା...
ଅର୍ଗସ ବ୍ୟୁରୋ : ଯେତେ ଚେଷ୍ଟା କଲେ ବି ରାତିରେ ନିଦ ହେଉନି । ଯାହା ଆଜିର ସମୟରେ ବଡ଼ ସମସ୍ୟା ଭାବେ ଛିଡା ହୋଇଚି । ବର୍ତ୍ତମାନ ଯୁଗର ଏକ ପ୍ରମୁଖ ସମସ୍ୟା ମଧ୍ୟରୁ ଅନ୍ୟତମ ଭାବେ ହୋଇଚି
EAT
35m ago
ଗ୍ରୀଷ୍ଣ ଋତୁରେ ଖାଆନ୍ତୁ ଏହିସବୁ ପରିବା, ମିଳିବ ଅନେକ ଫାଇଦା...
ଅର୍ଗସ ବ୍ୟୁରୋ: ଗ୍ରୀଷ୍ଣ ଋତୁ ଏକ ସଂଘର୍ଷପୂର୍ଣ୍ଣ ଋତୁ। ଏହି ଋତୁରେ ଶରୀରକୁ କୋଷ୍ଠକାଠିନ୍ୟ, ଗ୍ୟାସ୍, ବାନ୍ତି ଏବଂ ଅମ୍ଳତା ,ବଂ ଏସିଡିଟି ପରି ଛୋଟ ଛୋଟ ରୋ