ଭାରତ ଆସିବାକୁ ଚାହୁଁଛି ବିଦେଶର ବଡ କମ୍ପାନୀ, ଏପରି କହିଲେ ରିତେଶ ଅଗ୍ରୱାଲ
by Argus News
Sun, Apr 21 | 3:42 p.m.

ଅର୍ଗସ ବ୍ୟୁରୋ : ଭାରତର ଅର୍ଥ ବ୍ୟବସ୍ଥାର ଅଗ୍ରଗତି ଦେଖି ପୁରା ବିଶ୍ବରେ ଏବେ ଚର୍ଚ୍ଚା ଜୋର ଧରିଛି । ଯେଉଁ କାରଣରୁ ଅନେକ କମ୍ପାନୀ ନିଜ ବ୍ୟବସାୟିକ ଲାଭ ପାଇଁ ଭାରତ ଆସି ବିନ କମ୍ପାନୀର ବ୍ୟବସାୟ କରିବାକୁ ଚାହୁଁଛନ୍ତି । 

ଦୂନିଆର ସବୁଠୁ ଶୀଘ୍ର ତଥା ଦ୍ରୁତ ବେଗରେ ଅଗ୍ରଗତି କରୁଥିବା ଅର୍ଥବ୍ୟବସ୍ଥା ହେଉଛି ଭାରତ । ଯେଉଁଥିପାଇଁ ବିଦେଶର ଅନେକ କମ୍ପାନୀଗୁଡିକ ଭାରତ ଆସି ସେମାନଙ୍କ ବ୍ୟବସାୟିକ ଲାଭ ପାଇବାକୁ ଇଚ୍ଛା କରନ୍ତି । ଟେସଲା (Tesla) ଆପଲ୍ (Apple) ଭଳି କମ୍ପାନୀଗୁଡିକ ଭାରତକୁ ଆସିଛନ୍ତି । ଯାହାକୁ ନେଇ ଓୟୋ ରୁମର ଫାଉଣ୍ଡର ତଥା ସିଇଓ ରିତେଶ ଅଗ୍ରୱାଲ ଏପରି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ଅନେକ ବଡବଡ କମ୍ପାନୀ ଭାରତ ଆସିବାକୁ ଚାହୁଁଛନ୍ତି । 

ଅଧିକ ପଢନ୍ତୁ : ଭାରତରେ ଡିଜିଟାଲ କାରବାରର ପରିମାଣ ଦ୍ରୁତ ଗତିରେ ଵଢିଵାରେ ଲାଗିଛି

ଭାରତର ଅର୍ଥନୀତି ବିଶ୍ବରେ ଏକ ସ୍ବତନ୍ତ୍ର ପ୍ରଭାବ ପକେଇଛି । ନିଜର ବିଜନେସ ଷ୍ଟାର୍ଟଅପ ଦ୍ବାରା ଅନେକ ଅନେକ କମ୍ପାନୀ ଭାରତ ପ୍ରତି ଆକର୍ଷିତ ହେଉଛନ୍ତି । ସେଥିପାଇଁ ଅନେକ ବଡବଡ କମ୍ପାନୀ ନିଜର ବ୍ୟବସାୟ ପାଇଁ ଭାରତ ଆଶିବାକୁ ଚାହୁଁଛନ୍ତି । ତେବେ ବିଜନେସ ଷ୍ଟାର୍ଟଅପକୁ ନେଇ ସରକାରଙ୍କ ଦ୍ବାରା ତିଆରି କରାଯାଇଥିବା ସରକାରୀ ନୀତିକୁ ପ୍ରଶଂସା କରିଛନ୍ତି ରିତେଶ ଅଗ୍ରୱାଲ ।
 

ରାସ୍ତାରୋକ
now
ପାଣି ପାଇଁ ଦୁଇଟି ଜାଗାରେ ରାସ୍ତାରୋକ
ବାଲେଶ୍ୱର: ପାଣି ପାଇଁ ରାସ୍ତାରୋକ । ନୀଳଗିରି ବ୍ଲକ ଭଉଁରୀଆବାଡ଼ ପଞ୍ଚାୟତର ତେନ୍ତୁଳାପଡା ଗାଁରେ ପାନୀୟ ଜଳ ସଙ୍କଟ । ସ୍ବଚ୍ଛ ପାଣି ନମିଳିବାରୁ ବାଧ୍ୟ ହୋଇ ଗାଁ ଲୋକ ଗରା, ବାଲ୍ଟ
ତାତି
ରାଜ୍ୟରେ ବଢୁଛି ତାତି , ୬ ରାଜ୍ୟ ପାଇଁ ହିଟ୍ ୱେଭ ଜାରି
ଅର୍ଗସ ବ୍ୟୁରୋ : ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳ 8.30 ସୁଦ୍ଧା ଭୁବନେଶ୍ବରେ ପାରଦ 34.6 ରେକର୍ଡ କରାଯାଇଛି । ଗତ 3 ଦିନ ହେବେ ରାଜ୍ୟରେ ବଢିଛି ତାପମାତ୍ରା । ସକାଳ ସାଢ
କିସମିସ୍ ପାଣି
ଜାଣନ୍ତୁ କିସମିସ୍ ପାଣିର ଫାଇଦା
ଅର୍ଗସ ବ୍ୟୁରୋ: ଆମେ ସମସ୍ତେ ଜାଣିଛେ ଡ୍ରାଏ ଫ୍ରୁଟସ ଆମ ଶରୀର ପାଇଁ କେତେ ଲାଭଦାୟୀ। କିନ୍ତୁ ଏହି ଡ୍ରାଏ ଫ୍ରୁଟସ ଗୁଡ଼ିକ ବହୁତ୍ ମହଙ୍ଗା ହୋଇଥାଏ। ଅଧିକାଂଶ ଲୋକଙ୍କ ପାଇଁ ନିୟମିତ ଭାବର