ରୀତା ସାହୁ ହଟାଅ, ବିଜେପୁର ବଞ୍ଚାଅ ପଡିଲା ନାରା
by Argus News
Wed, Apr 24 | 7:50 a.m.

ଅର୍ଗସ ବ୍ୟୁରୋ : ବିଜେପୁରରେ ବିଜେଡି ଫାଳଫାଳ ହେଲାଣି । ଖୋଦ୍‌ ବିଧାୟିକା ତଥା ଏବେର ବିଜେଡି ବିଧାୟିକା ପ୍ରାର୍ଥୀଙ୍କ ବିରୋଧରେ ପଡିଲାଣି ସ୍ଲୋଗାନ୍‌ । ରୀତା ହଟାଅ, ବିଜେପୁର ବଂଚାଅ । ହେଲେ ଶାସକ ଦଳ ଗଡରେ ଏମିତି କାହିଁକି ନାରାବାଜି ପଡିଲା ତାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଲାଣି । 

ଖାଲି ରୀତା ହଟାଅ ନୁହେଁ ବରଂ ତା' ସହ ନାରା ଦେଲେ କୋର୍ଟ ନାହିଁ ତ ରୀତା ସାହୁଙ୍କୁ ଭୋଟ୍ ନାହିଁ  । ନାରା ଦେଇ ବିରୋଧ କରିଛନ୍ତି ବିଜେଡି କର୍ମୀ । ବିଜେପୁର ନିର୍ବାଚନ ମଣ୍ଡଳୀ ବୁଡ଼ାପାଳିରେ କର୍ମୀ ସମ୍ମିଳନୀରେ ବିରୋଧ କରାଯାଇଛି ।

 

ସେହିଭଳି ବିଜେଡ଼ି କର୍ମୀ ସବିତା ସାହୁ ରୀତା ସାହୁଙ୍କ ନାରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଯେତେବେଳେ ରୀତା ମନ୍ତ୍ରୀ ହେଲେ କିନ୍ତୁ ବିଜେପୁରବାସୀଙ୍କ ଦୁଃଖ ଗଲାନି । ଖାଲି ନିଜ ଲୋକଙ୍କ ପାଇଁ କାମ କଲେ । ଆଉ ସାଧାରଣ ଲୋକଙ୍କ ପାଇଁ କିଛି କଲେ ନାହିଁ । ଯିଏ ଅଭିଯୋଗ କଲେ ତାଙ୍କୁ ଥାନା ଓ କୋର୍ଟ କଚେରୀ ଧମକ ଦେଲେ । ସେ ଭୟରେ କେହି ଅଭିଯୋଗ କଲେ ନାହିଁ । ଯାହାକୁ ନେଇ ଆଜି ବିଜେଡି କର୍ମୀ ମାନେ ତାଙ୍କ ବିଜେଡି ନେତାଙ୍କୁ ବିରୋଧ କରିଛନ୍ତି ।  

ରୀତାଙ୍କ ସ୍ଥାନରେ ଅନ୍ୟ ପ୍ରାର୍ଥୀ ଦେବା ପାଇଁ ମଧ୍ୟ ଦାବି ହୋଇଛି l  ବିଧାୟିକା ରୀତା ସାହୁଙ୍କ ମନମୁଖୀ କାର୍ଯ୍ୟ, ପିଶି କାରବାର, ଏବଂ ବିଜେପୁରରେ କୋର୍ଟ ଉଦଘାଟନ ହୋଇନପାରିବା ପଛରେ ମଧ୍ୟ ତାଙ୍କ ହାତ ଥିବା ନେଇ ଅଭିଯୋଗ ହୋଇଛି । ଯାହାଫଳରେ ବିଜେଡ଼ି ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଥିବା ଦେଖିବାକୁ ମିଳିଛି । 
 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ