ଶଙ୍ଖ ଭବନରେ ଭଦ୍ରକ ବିଜେଡି ଦୁଇ ଗୋଷ୍ଠୀ ମୁହାଁମୁହିଁ
by Argus News
Mon, Sep 30 | 7:45 p.m.

ଅର୍ଗସ ବ୍ୟୁରୋ : ଶଙ୍ଖ ଭବନରେ ଆଜି ଥିଲା ସୋନପୁର ଓ ଭଦ୍ରକ ଜିଲ୍ଲାର ସମୀକ୍ଷା ବୈଠକ। ଦୁଇ ଜିଲ୍ଲାର ସବୁ ନେତାଙ୍କୁ ଡାକିଥିଲେ ଦଳର ସୁପ୍ରିମୋ। ହେଲେ ବୈଠକ ପୂର୍ବରୁ ଏ ହେଉଛି ଶଙ୍ଖ ଭବନ ର ଦୃଶ୍ୟ । ମୁହାଁ ମୁହିଁ ହୋଇଥିଲେ ଭଦ୍ରକର ଦୁଇ ଗୋଷ୍ଠୀ । ଚର୍ଚ୍ଚା ହେଉଛି ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଙ୍କୁ ବିରୋଧ କରିଥିଲେ ବିଷ୍ଣୁବ୍ରତ ରାଉତରାୟ ଙ୍କ ଗୋଷ୍ଠୀ । ଉଭୟଙ୍କ ଭିତରେ ପାଟିତୁଣ୍ଡ ଏତେ ବଢ଼ିଲା ଯେ ବୈଠକ ଅଧାରୁ ଉଠି ଚାଲି ଆସିଲେ ବିଷ୍ଠୁବ୍ରତ ।ପରେ ବିଧାୟକ ସଞ୍ଜିବ ମଲ୍ଲିକ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ ବି ମାମଲା ଥମି ନଥିଲା। ଶେଷରେ ବବିଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା। ତେବେ ଦଳୀୟ କନ୍ଦଳକୁ ସଞ୍ଜିବ ସିଧା ସିଧା ଏଡାଇ ଯାଇଥିବା ବେଳେ ମୁକ୍ତିକାନ୍ତ କହିଛନ୍ତି ଏହା ଦଳୀୟ ବ୍ୟାପାର । ସେପଟେ ବବିଙ୍କ ଉପସ୍ଥିତି ପୁଣି ଥରେ ପ୍ରମାଣିତ କରିଛି କୌଣସି ପଦ ପଦବୀରେ ନଥାଇ ବି ବବି ପାୱାରଫୁଲ୍।  

ଅଧିକ ପଢନ୍ତୁ : ଜ୍ୟୋତିଷଙ୍କ ଚାଞ୍ଚଲ୍ୟକର ଖୁଲାସା : ପାଣ୍ଡିଆନଙ୍କ ଗ୍ରହର ପ୍ରଭାବ ନବୀନଙ୍କ ଉପରେ ପଡିଲା !

ସେପଟେ ଭୁବନେଶ୍ବର ର ବିଜେଡି କନ୍ଦଳ ଉଗ୍ର ରୂପ ନେବା ପରେ ଦୁଇ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ମହାସୁପକାରଙ୍କୁ ନୋଟିସ ଜାରି କରିଛି ଦଳ। ଏ ଦୁଇ ନେତାଙ୍କ ସହ ବିଜେଡି ନେତା ରାଜେଶ ପାତ୍ର ଓ ବିଜୁ ଛାତ୍ର ଜନତା ଦଳ ନେତା ବିବେକ ସ୍ୱାଇଁ ଙ୍କୁ ବି ନୋଟିସ ଜାରି କରିଛନ୍ତି ଭୁବନେଶ୍ବର ଜିଲ୍ଲା ସଭାପତି ସୁଶାନ୍ତ ରାଉତ । କାହିଁକି ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ ତାର ଉତ୍ତର 15 ଦିନ ଭିତରେ ଦେବାକୁ ନୋଟିସ ରେ ଉଲ୍ଲେଖ ରହିଛି । ଆଉ ଏହାରି ଭିତରେ ଅମରେଶ ଓ ବିରଞ୍ଚି ଙ୍କ ବିରୋଧୀ ଗୋଷ୍ଠୀ ମେଳି ବାନ୍ଧିଛନ୍ତି । ୩୦ ଜଣ କର୍ପାରେଟର ଓ ପୂର୍ବତନ କର୍ପୋରେଟର ପୁରୀ ଯାଇଥିବା ବେଳେ ଦଳ ଛାଡିବେନି ବୋଲି ଲୋକନାଥ ଙ୍କ ପାଖରେ ଶପଥ କରିଥିବା ଚର୍ଚ୍ଚା ହେଉଛି ।  

ଗତ ନିର୍ବାଚନ ରେ ଟିକେଟ ବଣ୍ଟନ ବେଳେ ବିଜେଡିରେ ଆରମ୍ଭ ହୋଇଥିବା କନ୍ଦଳ ଏବେ ବିଜେଡିର ପରାଜୟ ପରେ ତୀବ୍ର ହେବାରେ ଲାଗିଛି । ପରାଜୟ ପାଇଁ ପାଣ୍ଡିଆନ ଓ ନିର୍ବାଚନ ମ୍ୟାନେଜମେଣ୍ଟ କୁ ଦଳୀୟ ନେତା ଦାୟୀ କରୁଥିବା ବେଳେ ନବୀନ ଙ୍କ ନୋ ରିଆକ୍ସନ ବଡ ପ୍ରଶ୍ନ ସୃଷ୍ଟି କରିଛି । 

ସତ୍ୟପାଠ
35m ago
ଆସନ୍ତାକାଲି ଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି
ଭୁବନେଶ୍ବର : ଭୁବନେଶ୍ବର ଭରତପୁର ଥାନା ମାମଲାରେ ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ। ଆସନ୍ତାକାଲିଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି। 21 ଦିନ ଯାଏଁ ଗ୍ରହଣ ହେ
ସୁପ୍ରିମକୋର୍ଟ
58m ago
ପୀଡ଼ିତାଙ୍କ ଫଟୋ ଭାଇରାଲ ନେଇ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କୋଲକାତା ଆରଜି କର ହସପିଟାଲ ମାମଲା । ପୀଡ଼ିତାଙ୍କ ପରିଚୟ ଓ ଫଟୋ ଗଣମାଧ୍ୟମରେ ଘୁରି ବୁଲୁଥିବାରୁ ପୁଣିଥରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ସୋସିଆଲ ମିଡିଆ ସହ ଅନ୍ୟ ସମସ୍
ବସ୍
ଭାରସାମ୍ୟ ହରାଇଲା ବସ୍ , ଅଳ୍ପକେ ବର୍ତ୍ତିଲେ
ଅନୁଗୋଳ : ଅନୁଗୋଳରୁ ବଲାଙ୍ଗୀର ଯାଉଥିବା OSRTC ବସ୍ ଜରପଡା ଥାନା ଓଗୀ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ଖସି ପଡିଥିବା ବେଳେ 50 ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତ