ଚରମ ସୀମାରେ ଭୁବନେଶ୍ଵର ବିଜେଡି କଳି 
by Argus News
Tue, Oct 01 | 3:11 p.m.

ଅର୍ଗସ ବ୍ୟୁରୋ: ଉଗ୍ର ହେଲାଣି ଭୁବନେଶ୍ଵର ବିଜେଡିରେ କଳି । ଦଳର ଏକତା ନେଇ ଉଠିଲାଣି ପ୍ରଶ୍ନ । ଏସବୁ ମଧ୍ୟରେ ବିଜେଡି ବିଦ୍ରୋହୀ କର୍ପୋରେଟର କୁହାଯାଉଥିବା ବିରଞ୍ଚି ନାରାୟଣ ମହାସୂପକାର, ଅମରେଶ ଜେନାଙ୍କ ବିରୋଧରେ ଆକ୍ସନର ପ୍ରକ୍ରିୟା ଆରମ୍ଭ ହୋଇଛି । ଦଳ ଭିତରେ ବିଶୃଙ୍ଖଳା କରୁଥିବା ଦର୍ଶାଇ ଏହି ଦୁଇ କର୍ପୋରେଟରଙ୍କ ସହ ବିଜେଡି ନେତା ରାଜେଶ ପାତ୍ର ଓ ବିଜୁ ଛାତ୍ର ଜନତା ଦଳର ନେତା ବିବେକ ସ୍ବାଇଁଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ବିଜେଡି ଜିଲ୍ଲା ସଭାପତି ସୁଶାନ୍ତ ରାଉତ। କାହିଁକି ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନିଆଯିବ ସେନେଇ ୧୫ଦିନରେ ଉତ୍ତର ରଖିବାକୁ ଏହି ଚାରି ଜଣଙ୍କୁ ନିର୍ଦେଶ ଦିଆଯାଇଛି ।

ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉତ୍ତର ରଖିବାକୁ କହିବା ସହିତ ପରୋକ୍ଷରେ ଅନନ୍ତ ନାରାୟଣ ଜେନା ଓ ଅଶୋକ ପଣ୍ଡାଙ୍କୁ ତେରେଛା ବାଣ ମାରିଛନ୍ତି ଲିଟୁ ଓ ଅମରେଶ। ତଳୁ ଉପର ସ୍ତର ଯାଏଁ ଯିଏବି ଦଳ ବିରୋଧୀ କାର୍ଯ୍ୟ କରୁଥିବ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ, ଏନେଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ବିଶ୍ଵାସ ଥିବା ଉଭୟ କହିଛନ୍ତି।

ସେପଟେ ବିଏମିସର ଦୁଇ କର୍ପୋରେଟରଙ୍କ ସମେତ ୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିବା ବେଳେ ପୁରୀରେ ୨୫ରୁ ୩୦ ବିଜେଡି କର୍ପୋରେଟର ମେଳି କରିଥିବା ଚର୍ଚ୍ଚା ହେଉଛି । ବାବା ଲୋକନାଥଙ୍କୁ ଦର୍ଶନ କରି ଏହି କର୍ପୋରେଟର ମାନେ ଏକାଠି ରହିବାକୁ ଶପଥ ନେଇଛନ୍ତି ବୋଲି କହିଛନ୍ତି । ତେବେ ପୁରୀରେ କର୍ପୋରେଟର ମେଳି ପଛରେ କେଉଁ ନେତାଙ୍କ ହାତ ରହିଛି? ଏମାନେ କାହା ବିରୋଧରେ ଏକାଠି ହେବାକୁ ଶପଥ ନେଇଥିବା କଥା କହୁଛନ୍ତି ତାକୁ ନେଇ ରୋଚକ ସ୍ଥିତି ସୃଷ୍ଟି ହୋଇଛି । ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଏହାର ପ୍ରଛଦପଟରେ ହାତ ଥିବା କଥା କୁହାଯାଉଛି ।

ଭୁବନେଶ୍ଵର ବିଜେଡିର ଏହି ବିସ୍ଫୋରକ ପରିସ୍ଥିତି ଆଗକୁ କେଉଁ ଆଡ଼କୁ ଯାଉଛି ଦେଖିବାକୁ ବାକି। ଆଗକୁ ଭୁବନେଶ୍ଵର ମହାନଗର ନିଗମ ରହିବ ନା ଭାଙ୍ଗିବ ଦେଖିବାକୁ ବାକି ।

 

ରାଜଧାନୀରେ
ରାଜଧାନୀରେ ଲଜ୍ଜା: ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
ଅର୍ଗସ ବ୍ୟୁରୋ: ରାଜଧାନୀରେ ଜଣେ ମହିଳାଙ୍କୁ କେତେକ ଚୋର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ହୋଇଛି। ଘରେ ମହିଳାଙ୍କ ସହ ତାଙ୍କ ଦୁଇ ବର୍ଷର ଛୁ
ମାହାଙ୍ଗା ଡବଲ
ମାହାଙ୍ଗା ଡବଲ ମର୍ଡର ଘଟଣା: ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ମଲିଲା ଆଶ୍ୱସ୍ତି
ଅର୍ଗସ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବତନ ଆଇନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ମଲିଲା ଆଶ୍ୱସ୍ତି। ସାଲେପୁର JMFC କୋର୍ଟଙ୍କ ରାୟକୁ ଖାରଜ କଲ
ଟେଷ୍ଟ ମ୍ୟାଚରେ
ଟେଷ୍ଟ ମ୍ୟାଚରେ ବିରାଟ କୋହଲିଙ୍କ ଆଉ ଏକ ବଡ଼ ଧମାକା
ଅର୍ଗସ ବ୍ୟୁରୋ: କାନପୁର ଟେଷ୍ଟ ମ୍ୟାଚରେ ଭାରତ ବାଂଲାଦେଶକୁ ହରାଇବା ସହ ଇତିହାସ ରଚିଛି। ଭାରତ କାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶରେ ୭ ୱିକେଟରେ ବିଜୟ ହାସଲ କରିଛି