ବିଜେଡି ସ୍ଥିତି ସଙ୍ଗୀନ : ନବୀନଙ୍କୁ ଚ୍ୟାଲେଞ୍ଜ ଦେବାକୁ ପଛାଉନାହାନ୍ତି ନେତା ?
by Argus News
Tue, Oct 01 | 6:24 p.m.

ଅର୍ଗସ ବ୍ୟୁରୋ: ଦିନ ଗଡ଼ୁଛି, ବିଜେଡିରେ କନ୍ଦଳ ବଢିବାରେ ଲାଗିଛି । ଆଉ ସୁପ୍ରିମୋଙ୍କର ଚାଲୁନି ମ୍ୟାଜିକ୍‌ । ପୂର୍ବରୁ ଯେଉଁ ଦଳର ସଭାପତିଙ୍କ ଗୋଟିଏ କଥାକୁ ଅକ୍ଷରେ ଅକ୍ଷରେ ମାନୁଥିଲେ ନେତା ଓ କର୍ମୀ । ଆଜି ସେହି ସୁପ୍ରିମୋଙ୍କୁ ଚେକ୍‌ ଦେବାକୁ ପଛାଉନାହାନ୍ତି ନେତା । ହଠାତ୍‌ ଦଳର ଶୃଙ୍ଖଳା ବିଗୁଡିଥିବା ଦେଖିବା ପରେ ଚିନ୍ତାରେ ନବୀନ । ବେଳ ଥାଉଥାଉ କେମିତି ସ୍ଥିତି ସମାଧାନ ହେବ ସେନେଇ କାଳେ ଶଙ୍ଖ ଭବନରେ ଚାଲିଛି ରୁଦ୍ଧଦ୍ଵାର ବୈଠକ ।

ତୀବ୍ର ହେଲାଣି ଭୁବନେଶ୍ଵର ବିଜେଡି କନ୍ଦଳ । ଅମରେଶ ଓ ବିରଞ୍ଚିଙ୍କ ବିରୋଧରେ ମେଳି କଲେ ବିଜେଡି କର୍ପୋରେଟର । କୁହାଯାଉଛି କି ମେଳି ପଛରେ ବିଧାୟକ ଓ ପୂର୍ବତନ ମନ୍ତ୍ରୀଙ୍କର ସିଧାସଳଖ ହାତ ରହିଛି । ଗତକାଲି ସକାଳୁ ସକାଳୁ ବିଜେଡିର ୩୦ କର୍ପୋରେଟର ଗୋଟିଏ ବସରେ ପୁରୀ ଯାଇ ଲୋକନାଥଙ୍କ ଦର୍ଶନ କରିଛନ୍ତି । ଚର୍ଚ୍ଚା ହେଉଛି ଅମରେଶ ଓ ବିରଞ୍ଚିଙ୍କୁ ଚେକ୍ ଦେବାପାଇଁ ଏବେ ଭୁବନେଶ୍ଵର ଏକାମ୍ର ଓ ମଧ୍ୟ ନିର୍ବାଚନ ମଣ୍ଡଳୀର କିଛି କର୍ପୋରେଟର ଏକାଠି ହୋଇଛନ୍ତି । ଆଉ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ଦୁଇ ଦଳ ବିରୋଧୀ କର୍ପୋରେଟରଙ୍କ ବିରୋଧରେ ଦଳ ନେଉ ଆକ୍ସନ ।

ଭୁବନେଶ୍ଵରରେ ବିଜେଡି କଳି ବିସ୍ଫୋରକ ରୂପ ନେଲାଣି । ୨୦୨୪ ନିର୍ବାଚନ ଟିକେଟ ବଣ୍ଟନ ବେଳେ ଅମରେଶ ଓ ବିରଞ୍ଚି ଟିକେଟ୍ ପାଇଁ ଲବି କରିଥିଲେ । ଟିକେଟ ନ ମିଳିବାରୁ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଓ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ବର୍ଷିବା ସହ ନିର୍ବାଚନରେ ଖୋଲାଖୋଲି ଅସହଯୋଗ କରିଥିଲେ । ଯେଉଁଥି ଲାଗି ଭୁବନେଶ୍ଵର ଏକାମ୍ରରେ ବିଜେଡି ପରାଜିତ ହେଲା । ଅନନ୍ତ ହାରୁହାରୁ ଜିତିଲେ ।  ହେଲେ ନିର୍ବାଚନ ପରେ ବି ଦୁଇ କର୍ପୋରେଟର ଲଗାତାର ଅଶୋକ ଓ ଅନନ୍ତଙ୍କ ବିରୋଧରେ ମନ୍ତବ୍ୟ ଦେଇ ଆସୁଛନ୍ତି । ଏବେ ସ୍ଥିତି ବିଗିଡିବାରୁ କର୍ପୋରେଟରଙ୍କୁ ଢାଲ କରି ଅମରେଶ ଓ ବିରଞ୍ଚିଙ୍କୁ ପାନେ ଦେବାକୁ ରଣନୀତି ଆପଣାଇଛନ୍ତି । କଳି ଉଗ୍ର ହେବାରୁ ଭୁବନେଜଶ୍ଵର ଜିଲ୍ଲା ବିଜେଡି ସଭାପତି ଅମରେଶ, ବିରଞ୍ଚିଙ୍କ ସହ ଏକାମ୍ର ବିଜୁ ଯୁବ ଜନତା ଦଳର ସଭାପତି ରାଜେଶ ପାତ୍ର ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ବିବେକ ସ୍ବାଇଁଙ୍କୁ ଦଳୀୟ ଶୃଙ୍ଖଳା ଭଙ୍ଗ ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ଯାହାର ଜବାବ ୧୫ ଦିନ ଭିତରେ ସମସ୍ତ ୪ଜଣ ରଖିବେ । 

ମୋଟ୍‌ ଉପରେ ନିର୍ବାଚନରେ ବିଜେଡି ହାରିବା ପରେ ସ୍ଥିତି ଗୋଟିଏ ପ୍ରକାର ସଙ୍ଗୀନ । ନେତାଙ୍କଠୁ କର୍ମୀ କେହି କାହାରିକୁ ମାନିବାକୁ ନାରାଜ । ତେଣୁ ଏମିତି ସ୍ଥିତିରେ ଆଗାମୀ ଦିନରେ ବିଜେଡି କେମିତି ପଂଚାୟତ ନିର୍ବାଚନରେ କେମିକି ମଇଦାନକୁ ଓହ୍ଲାଇବ ତାହାକୁ ନେଇ ଏବେ ଚର୍ଚ୍ଚା .

 

ରାଜଧାନୀରେ
ରାଜଧାନୀରେ ଲଜ୍ଜା: ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
ଅର୍ଗସ ବ୍ୟୁରୋ: ରାଜଧାନୀରେ ଜଣେ ମହିଳାଙ୍କୁ କେତେକ ଚୋର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ହୋଇଛି। ଘରେ ମହିଳାଙ୍କ ସହ ତାଙ୍କ ଦୁଇ ବର୍ଷର ଛୁ
ମାହାଙ୍ଗା ଡବଲ
ମାହାଙ୍ଗା ଡବଲ ମର୍ଡର ଘଟଣା: ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ମଲିଲା ଆଶ୍ୱସ୍ତି
ଅର୍ଗସ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବତନ ଆଇନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ମଲିଲା ଆଶ୍ୱସ୍ତି। ସାଲେପୁର JMFC କୋର୍ଟଙ୍କ ରାୟକୁ ଖାରଜ କଲ
ଟେଷ୍ଟ ମ୍ୟାଚରେ
ଟେଷ୍ଟ ମ୍ୟାଚରେ ବିରାଟ କୋହଲିଙ୍କ ଆଉ ଏକ ବଡ଼ ଧମାକା
ଅର୍ଗସ ବ୍ୟୁରୋ: କାନପୁର ଟେଷ୍ଟ ମ୍ୟାଚରେ ଭାରତ ବାଂଲାଦେଶକୁ ହରାଇବା ସହ ଇତିହାସ ରଚିଛି। ଭାରତ କାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶରେ ୭ ୱିକେଟରେ ବିଜୟ ହାସଲ କରିଛି