କହୁ କହୁ ସତ କହିଦେଲେ ଦେବାଶିଷ : ଭିତରେ ଭିତରେ ବିଜେଡି-କଂଗ୍ରେସ କୋଳାକୋଳି
by Argus News
Mon, Sep 23 | 8:09 p.m.

ଅର୍ଗସ ବ୍ୟୁରୋ: ବିଜେଡି ଓ କଂଗ୍ରେସ ଭିତରେ କି ସଂପର୍କ ରହିଛି ? ଏ କଥା ଖୋଦ୍‌ ବିରୋଧୀ ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଖୁଲାସା କରିବା ପରେ ଚର୍ଚ୍ଚା ଜୋର । କାରଣ କହୁ କହୁ ସମସ୍ତଙ୍କ ସାମ୍ନାରେ ଦେବାଶିଷ କହିଲେ, ହାତ ଓ ଶଙ୍ଖର ଭିତିରି ପ୍ଲାନ । ସବୁଠୁ ବଡ଼ କଥା ହେଲା, ଦୁଇ ଦଳର ଭିତିରି ମଧୁଚନ୍ଦ୍ରିକାରେ ପୁଣି ମୋହର ଲଗାଇଲେ ସମ୍ବିତ ରାଉତରାୟ  ଦେବାଶିଷଙ୍କୁ ମନ୍ତବ୍ୟକୁ ଖୋଲାଖୋଲି କଲେ ସମର୍ଥନ ।

୨୪ ବର୍ଷ ପରେ ରାଜ୍ୟରେ ସରକାର ବଦଳିଲା । ହେଲେ ଏହାକୁ ସହଜରେ ଗ୍ରହଣ କରିପାରିଲାଣି ବୋଧହୁଏ ବିରୋଧୀ ବିଜେଡି । ସେଇଥି ଲାଗି ତ ପାଣି ବିନା ମାଛ ଯେମିତି ଛଟପଟ ହୁଏ ଠିକ୍‌ ସେମିତି କ୍ଷମତା ବିନା ବିଜେଡି ହେଉଛି । ସେଇଥି ଲାଗି ତ ଏବେ କଂଗ୍ରେସ ସହ ହାତ ମିଳାଇ ଶାସନ କରିବାକୁ ଉଦ୍ୟମ କରୁଛି ବିଜେଡି ।  ସେପଟେ, ଭିତରିଆ ବୁଝାମଣାର ଅଧିକ ଖୁଲାସା ହେବା ପୂର୍ବରୁ ଦେବାଶିଷଙ୍କ ମନ୍ତବ୍ୟକୁ ବ୍ୟକ୍ତିଗତ କହି ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଉଦ୍ୟମ କରିଛି ବିଜୁ ଜନତା ଦଳ । ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି ନ୍ୟାୟରେ ଯେତେ ଲୁଚାଇବାକୁ ଚେଷ୍ଟା କଲେ ମଧ୍ୟ ବିଜେଡି କଂଗ୍ରେସର ନୀକଟତର ହୋଇଥିବା କଥା କାହାକୁ ଅଛପା ନାହିଁ । ଗତ ବିଧାନସଭା ଅଧିବେଶନରେ ବି ଦୁଇ ଦଳ ମଧ୍ୟରେ ଉତ୍ତମ ତାଳମେଳ ସେ ଦିଗକୁ ଇସାରା କରୁଛି । ୨୦୦୯ରେ ମଧ୍ୟ ବିଜେପି- ବିଜେଡି ମେଣ୍ଟ ଭାଙ୍ଗିବା ପରେ ସଂଖ୍ୟା ନଥାଇ ବି କଂଗ୍ରେସର ପରୋକ୍ଷ ସହଯୋଗରୁ ନବୀନଙ୍କ ଗାଦି ସୁରକ୍ଷିତ ରହିଥିଲା । ତେଣୁ ଦେବାଶିଷଙ୍କ କଥାର ଆଧାର ରହିଥିବା କହିଛନ୍ତି ରାଜନୀତି ସମୀକ୍ଷକ ।

ରାଜ୍ୟରେ ଯେତେବେଳେ ବିଜେଡି ସରକାର ଥିଲା, ସେତେବେଳେ ଅନେକ ସମୟରେ କଂଗ୍ରେସ ଜାଣିଶୁଣି ଚୁପ୍‌ ରହିଥିଲା । ଆଉ ଏବେ ବିଜେଡି ପରି କଂଗ୍ରେସ ବି ଦୁଇ ଦଳ ଭିତରେ କିଛି ସମ୍ପର୍କ ଥିବା ଉପରକୁ ଦେଖାଇବାକୁ ଚାହୁଁନାହିଁ । ସେପଟେ ଦେବାଶିଷଙ୍କ ବୟାନ ନେଇ ବିଜୁ ଜନତାଦଳକୁ ଧୋଇଛି ବିଜେପି । କହିଛି ଦିବାସ୍ବପ୍ନ ଦେଖୁଛନ୍ତି ବିଜେଡି ନେତା । ବିଜେଡିରୁ ଜଣକ ପରେ ଜଣେ ବିଜେପିକୁ ଆସୁଛନ୍ତି, ବିଜେଡିର ଘର ଖାଲି ହୋଇଗଲାଣି । ତେଣୁ ଏଭଳି ମନ୍ତବ୍ୟ ଦେଇ ନିଜ କର୍ମୀଙ୍କୁ ବଳ ଦେବାକୁ ଚେଷ୍ଟା କରୁଛି ବିଜେଡି । ୨୪ ବିଧାନସଭା ନିର୍ବାଚନରେ ବିଜେଡିକୁ ସରକାରରୁ ଓପାଡ଼ି ଫୋପାଡ଼ିଦେଲେ ଓଡ଼ିଶାବାସୀ । ହେଲେ କ୍ଷମତାର ନିଶା ଏପରି ଲାଗିଛି ବିଜୁ ଜନତା ଦଳକୁ ଯେଉଁ କଂଗ୍ରେସ ଶାସନକୁ ବିରୋଧ କରି ହୋଇଥିଲା ବିଜେଡିର ସୃଷ୍ଟି ଏବେ କ୍ଷମତା ପାଇଁ ସେହି ଦଳର ହାତ ଧରିବାକୁ ଚିନ୍ତା କରୁଛି । 

ମୋଟ୍‌ ଉପରେ, ରାଜ୍ୟରେ ଏବେ ନୂଆ ସରକାର ଆସିବା ପରେ ନୂଆ ଯୋଜନା ହେଉଛି ।  ଲୋକଙ୍କୁ ଅନେକ ଫାଇଦା ମିଳୁଛି । ଏମିତିକି ଦୋଷୀଙ୍କ ବିରୋଧରେ କଡ଼ା ଆକ୍ସନ ନିଆଯାଉଛି । ଯାହା ପୂର୍ବ ସରକାରରେ ହେଉନଥିଲା । ତେଣୁ ବିଜେଡିର ଛାନିଆ ହେବା ସ୍ଵାଭାବିକ । ତେବେ ସମୟ କହିବ ଆଗାମୀ ଦିନରେ ରାଜନୈତିକ ସମୀକରଣର ଗତି ଯାଉଛି କୁଆଡ଼େ ? 
 

ପୁଷ୍ଟିକର
କଦଳୀ ଏବଂ କ୍ଷୀରକୁ ଏକାଠି ଖାଇବା ଦ୍ୱାରା ଶରୀରକୁ ଅନେକ ପୁଷ୍ଟିକର ଲାଭ ମିଳିଥାଏ
ଅର୍ଗସ ବ୍ୟୁରୋ: ଆମେ ଆଗରୁ ଜାଣିଛନ୍ତି ଯେ କ୍ଷୀର ଓ କଦଳୀ ଖାଇଲେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହି ଦୁଇଟି ଏମିତି ଖାଦ୍ୟ ପଦାର୍ଥ ଯାହା ମିଶାଇକି ଖାଇଲେ ଶୀଘ୍ର ଓଜନ ବଢିଇବା ସ
HEALTH
କଲରା ସ୍ୱାସ୍ଥ୍ୟ ପାଇଁ ଭଲ ନା ଖରାପ ?
ଅର୍ଗସ ବ୍ୟୁରୋ: କଲରା ଖାଇବାକୁ କାହାକୁ ବି ଭଲ ଲାଗେ ନାହିଁ। ତଥାପି କଲରା ଖାଇବାକୁ ଘରେ ସମସ୍ତଙ୍କୁ ବାଧ୍ୟ କରନ୍ତି। କଲରା ମଧୁମେହ ରୋଗୀଙ୍କ ପାଇଁ ଏକ ଔଷଧ ଠାରୁ କମ
AMITABH BACHCHAN
ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ସହି ପାରିଲେନି ଅମିତାଭ
ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବିଶ୍ୱ ସୁନ୍ଦରୀ। ଗତ କିଛି ଦିନ ହେବ ଅଭିନେତ୍ରୀଙ୍କ ଲାଇଫରେ ଅନେକ କିଛି ଚାଲିଛି। ଜୁଆଡେ ବି ଯାଅ ସେହି ଗୋଟିଏ ପ୍ରଶ୍ନକୁ ନେଇ ଆଲୋଚନା। ସତର