କ୍ଷମତା ବିନା ଅଣନିଶ୍ଵାସୀ ହେଲେଣି ବବି ! ଉପ-ନିର୍ବାଚନ ଲାଗି...
by Argus News
Mon, Sep 30 | 7:09 p.m.

ଅର୍ଗସ ବ୍ୟୁରୋ : ଏବେ ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା, ଦୈନିକ ଖବର କାଗଜରେ ବି ଖବର ପ୍ରକାଶ ହେଉଛି । ଯାଜପୁର ରାଜନୀତିକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ଏବେର ବିଧାୟିକା ଥିବା ସୁଜାତା ସାହୁଙ୍କୁ କୁଆଡେ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି । ଖାଲି ବାଧ୍ୟ କରାଯାଉଛି ତାହା ନୁହେଁ ବରଂ ତାଙ୍କୁ କାମ କରିବାକୁ ବି ଦିଆଯାଉନି । କଥା ହେଲା ପାୱାର ଯିବା ପରେ ଗୋଟିଏ ପ୍ରକାର ଅଣନିଶ୍ଵାସୀ ହୋଇପଡିଛନ୍ତି ପୂର୍ବତନ ବିଧାୟକ ତଥା ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । କେମିତି ବିଧାନସଭାକୁ ଫେରିବେ ସେନେଇ ବାଟ ଖୋଜୁଛନ୍ତି । ଯେହେତୁ ଦଳ ଏବେ ଶାସନ କ୍ଷମତାରେ ନାହିଁ ତେଣୁ କ୍ଷମତା ତାଙ୍କ ଲାଗି ସ୍ଵପ୍ନ ସଦୃଶ ହେଲାଣି । ସେଇଥି ଲାଗି ତ ଗଳାବାଟ ଖୋଜୁଛନ୍ତି ବବି ।

ପ୍ରଣବ ପ୍ରକାଶ ଦାସ । ୨୦୦୯ରୁ ଲଗାତାର ତିନିଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ହେଲେ ୨୪ ନିର୍ବାଚନରେ ଯାଜପୁର ଛାଡ଼ି ସମ୍ବଲପୁର ଗଲେ, ସିଏ ପୁଣି ସାଂସଦ ପ୍ରାର୍ଥୀ ହୋଇ । କିନ୍ତୁ ଲୋକମାନେ ତାଙ୍କୁ ଗ୍ରହଣ କଲେନାହିଁ । ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଅମାନତ ହରାଇଥିବା ଜଣାପଡିଥିଲା । କେବଳ ବବି ନୁହେଁ ବରଂ ଅନେକ ବରିଷ୍ଠ ନେତା ବି ପରାଜୟର ସ୍ଵାଦ ଚାଖିଲେ । ନେତା ତ ନେତା ଖୋଦ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବି କଣ୍ଟାବାଞ୍ଜିରୁ ହାରିବା ସହିତ ନିଜ ପାରମ୍ପରିକ ଆସନ ହିଞ୍ଜିଳିରୁ ହାରୁହାରୁ ଜିତିଲେ । ଏଥିରେ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା କି ଜନସାଧାରଣ ବିଜେଡିକୁ ଆଉ ଚାହୁଁନାହାନ୍ତି । ହେଲେ ସରକାର ବଦଳିବା ପରେ ଅନେକ ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି । ଯେହେତୁ କ୍ଷମତାରୁ ବହୁଦୂରରେ ଅଛନ୍ତି ବବି ଦାସ । ତେଣୁ କଳବଳେ କୌଶଳେ ବିଧାନସଭାକୁ ଫେରିବାକୁ ସେ ଇଚ୍ଛା କରୁଥିବା ଚର୍ଚ୍ଚା ଜୋର ।

ବିଧାନସଭାରେ ବିଜେଡିର ପ୍ରାୟ ୫୦ ବିଧାୟକ ବିଜୟ ହେଲେ । ୨୪ ବର୍ଷ ଶାସନ କରିବା ପରେ ଦଳ ବିରୋଧୀ ଆସନରେ ବସିଲା । ଯେହେତୁ ଏତେଦିନ ଧରି ଶାସନ କରିଥିଲେ ତେଣୁ ହଠାତ୍‌ କ୍ଷମତା ହାତରୁ ଚାଲିଯିବାରୁ ନେତାଏ ବିକଳ ହେଲେଣି । ଖାସ କରି ବବିଦାସଙ୍କ ନାଁରେ ଏବେ ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଫର୍ଦ୍ଦ ଯୋଡି ହୋଇ ରହୁଛି । ବ୍ଲାକ୍‌ରୋଜ ଜାହାଜଠୁ ଆରମ୍ଭ କରି ସରକାରୀ ବାସଭବନକୁ ରାଜକୀୟଶୈଳୀରେ ନିର୍ମାଣ କରିବା, ଯାଜପୁରରେ ସାଂସଦ ପାଣ୍ଠିକୁ ଜୋରଜବରଦସ୍ତି ଖର୍ଚ୍ଚ କରିବା, ବିଭିନ୍ନ ପ୍ରକଳ୍ପରେ ଟଙ୍କା ଆତ୍ମସାତ କରିବା ପରେ ଅନେକ ଅଭିଯୋଗ ରହିଛି । ହେଲେ ଏବେ ନିଜ ଇଲାକାରେ ବବି ଯେଉଁପରି ସକ୍ରିୟ ରହୁଛନ୍ତି, ଗାଁ ଗାଁ ବୁଲୁଛନ୍ତି ତାହାକୁ ନେଇ ସନ୍ଦେହ ହେଉଥିବା ବେଳେ ଦୈନିକ ଖବର କାଗଜରେ ବି ବବି ପୁଣି ଥରେ ବିଧାୟକ ହେବାକୁ ଚାହୁଁଥିବା ଖବର ପ୍ରକାଶ ପାଇବା ପରେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଜନମତ ସୁଜାତାଙ୍କ ସପକ୍ଷରେ ରହିବା ପରେ ସେ ପ୍ରଥମଥର ଲାଗି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ତେଣୁ ସ୍ଵାଭିମାନର ସହ ସେ ପଦ ରଖୁଛନ୍ତି କି ଚାପରେ ଅଣନିଶ୍ଵାସୀ ହେଉଛନ୍ତି ତାହା ସମୟ କହିବ । ତେବେ ଏନେଇ କିନ୍ତୁ ଉଭୟ ନେତା କିମ୍ବା ବିଜେଡି ନେତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
 

ସତ୍ୟପାଠ
ଆସନ୍ତାକାଲି ଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି
ଭୁବନେଶ୍ବର : ଭୁବନେଶ୍ବର ଭରତପୁର ଥାନା ମାମଲାରେ ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ। ଆସନ୍ତାକାଲିଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି। 21 ଦିନ ଯାଏଁ ଗ୍ରହଣ ହେ
ସୁପ୍ରିମକୋର୍ଟ
ପୀଡ଼ିତାଙ୍କ ଫଟୋ ଭାଇରାଲ ନେଇ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କୋଲକାତା ଆରଜି କର ହସପିଟାଲ ମାମଲା । ପୀଡ଼ିତାଙ୍କ ପରିଚୟ ଓ ଫଟୋ ଗଣମାଧ୍ୟମରେ ଘୁରି ବୁଲୁଥିବାରୁ ପୁଣିଥରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ସୋସିଆଲ ମିଡିଆ ସହ ଅନ୍ୟ ସମସ୍
ବସ୍
ଭାରସାମ୍ୟ ହରାଇଲା ବସ୍ , ଅଳ୍ପକେ ବର୍ତ୍ତିଲେ
ଅନୁଗୋଳ : ଅନୁଗୋଳରୁ ବଲାଙ୍ଗୀର ଯାଉଥିବା OSRTC ବସ୍ ଜରପଡା ଥାନା ଓଗୀ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ଖସି ପଡିଥିବା ବେଳେ 50 ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତ