ଜୁନ୍‌ ୪ରେ ଏକ୍ସପାଏରୀ ଶଙ୍ଖର
by Argus News
Mon, May 06 | 9:29 p.m.

ଅର୍ଗସ ବ୍ୟୁରୋ : ବ୍ରହ୍ମପୁରର ବର୍ଷିଲେ ମୋଦି । ବିଜେଡି ସରକାର କେମିତି କେନ୍ଦ୍ର ଯୋଜନାକୁ ହଡପ୍ କରି ନିଜ ଷ୍ଟିକର ମାରି ସବୁ ହଡପ୍‌ କରୁଛି ସେନେଇ ବି ଖୋଲିଲେ ଗୁମର । ଏହାସହ ଦମ୍ଭୋକ୍ତି ଦେଖାଇଲେ ଜୁନ-୪ ବିଜେଡିର ଏକ୍ସପାଏରୀ ଡେଟ୍‌ । ୬ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ, ୧୦ରେ ଶପଥ ଗ୍ରହଣ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

୨୪ ନିର୍ବାଚନରେ ଓଡ଼ିଶାରେ ବିଜେପିର ବିଜୟ ହେବ । ଖାଲି ବିଜୟ ହେବ ତାହା ନୁହେଁ ବରଂ ବହୁମତରେ ସରକାର କରିବ । ଗରିବ ଭାଇ-ଭଉଣୀଙ୍କ ଲାଗି ବିଜେଡି ସରକାର ଯେମିତି କୁଠାରଘାତ କରୁଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ, ଏଥର ବିଜେଡି ସରକାରର ପତନ ହେବ...ପଦ୍ମଫୁଲ ଫୁଟିବ । ଏହାସହ ମୋଦି କହିଛନ୍ତି, ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର ହେବାକୁ ଯାଉଛି । ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ସଂକଳ୍ପ ପତ୍ର ଘୋଷଣା ହୋଇସାରିଛି । ବିଜେପି ଯାହା କହେ, ତାହା କରି ଦେଖାଏ ମୋଦି । ଏଠାରେ ସରକାର ହେଲାପରେ ସମସ୍ତ ଘୋଷଣା କାର୍ଯ୍ୟକାରୀ ହେବ । ସମସ୍ତ ଘୋଷଣା କାର୍ଯ୍ୟକାରୀ କରିବା ମୋଦିର ଗ୍ୟାରେଣ୍ଟି ।

ବ୍ରହ୍ମପୁର ସଭାରେ ମନଖୋଲା ବର୍ଷିଲେ ମୋଦି । କହିଲେ, ଜୁନ୍‌ ୪ରେ ଏଠାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି । ଜୁନ୍‌ ୬ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯିବ । ଜୁନ୍‌ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ହେବ । ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ନିମନ୍ତ୍ରଣ ଦେବାକୁ ଆସିଛି । ଓଡ଼ିଶାରେ ବିଜେଡି ଅସ୍ତ ହେଉଛି, କଂଗ୍ରେସ ଅତୀତ ହୋଇଛି । ଓଡ଼ିଶାରେ କେବଳ ବିଜେପି ଉଦିତ ସୂର୍ଯ୍ୟ ଭାବେ ଉଭା ହୋଇଛି ବୋଲି କହିଛନ୍ତି ମୋଦି ।

ଏହାସହ ଓଡ଼ିଶା ପାଖରେ ପ୍ରଚୁର ପାଣି, ଉର୍ବର ଜମି, ଜମି ତଳେ ଖଣିଜ ଭଣ୍ଡାର ରହିଛି । ଓଡ଼ିଶାକୁ ମହାପ୍ରଭୁ ପ୍ରାକୃତିକ ସଂପଦରେ ଭରି ଦେଇଛନ୍ତି । ଏତେ ଧନୀ ଓଡ଼ିଶାର ଲୋକ କାହିଁକି ଗରିବ ରହିଛନ୍ତି ? ପ୍ରଥମେ କଂଗ୍ରେସ ଓ ପରେ ବିଜେଡି ନେତାଙ୍କ ଲୁଟ୍‌ ଏହି ପାପ ପାଇଁ ଦାୟୀ। ମୁଖ୍ୟମନ୍ତ୍ରୀଙ୍କ ଏହି ଜିଲ୍ଲାରୁ ସର୍ବାଧିକ ଶ୍ରମିକ ଦାଦନ ଯାଉଛନ୍ତି । ମେଡିକାଲରେ ଡାକ୍ତର ନାହାନ୍ତି, ପିଲା ଅଧାରୁ ପାଠ ଛାଡୁଛନ୍ତି । ହିଞ୍ଜିଳିରେ ଶୀତଳଭଣ୍ଡାର ନାହିଁ, ପିଇବା ପାଣି ନାହିଁ । ମୋଦି ଓଡ଼ିଶାର ବିକାଶ ପାଇଁ ବଜେଟର ଅଭାବ ରଖିନାହାନ୍ତି । ୧୦ ବର୍ଷରେ ଉପା ସରକାର ଓଡ଼ିଶାକୁ ୧ ଲକ୍ଷ କୋଟି ଦେଇଥିଲେ । ମୋଦି ୧୦ ବର୍ଷରେ ଓଡ଼ିଶାକୁ ସାଢ଼େ ୩ ଲକ୍ଷ କୋଟିରୁ ଅଧିକ ଦେଇଛନ୍ତି । କେବଳ ପଇସା ପଠାଇଲେ ହେବ ନି, ଭଲ ସରକାର ହେବା ତ ଦରକାର । ବିଜେଡି ସରକାର କେନ୍ଦ୍ର ଯୋଜନାରେ ନିଜ ଷ୍ଟିକର ଲଗାଇ ଲୁଟୁଛି  ବୋଲି ମୋଦି କହିଛନ୍ତି । ତେବେ ମୋଦିଙ୍କ ଏମିତି ଆଟାକ୍‌ରେ ଘାଇଲା ବିଜେଡି ।
 

MANMOHAN SAMAL
2m ago
କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନୋବଳକୁ ସୁଦୃଢ କଲେ
ଅର୍ଗସ ବ୍ୟୁରୋ : ଆଜି ଦିନିକିଆ ଗସ୍ତରେ ମୟୂରଭଞ୍ଜ ଗସ୍ତରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦୁଇ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନବଳକୁ ସୁଦୃ
ନିଯୁକ୍ତି ନାଁରେ ଗୋଚର
27m ago
ନିଯୁକ୍ତି ନାଁରେ ଗୋଚର ଜମି ହଡ଼ପ କରୁଛନ୍ତି କନ୍ଧମାଳ ସାଂସଦ
ଅର୍ଗସ ବ୍ୟୁରୋ: ସ୍କୁଲ ଭିତରକୁ ଧସେଇ ପଶିଲେ ଲୋକେ , ସାଇନ ବୋର୍ଡ ଭାଙ୍ଗିଲେ। ଜମି ମାଫିଆ କହି ଦେଲେ ନାରାବାଜି l ଏଭଳି ଘଟଣା ବର୍ତ୍ତମାନ ସାରା ଜିଲ୍ଲାରେ ଚର୍ଚ୍ଚା ହୋଇଥିବା ବେଳେ ଘଟଣାକ
ରଣ ହୁଙ୍କାର
30m ago
ବିଜେଡି ଗଡରେ ମୋଦି ଦେବେ ରଣ ହୁଙ୍କାର
ଭୁବନେଶ୍ୱର: ବିଜେପି ଫୋକସରେ ଓଡ଼ିଶା .. ପୁରୀରେ ମୋଦି କରିବେ ରୋଡ ସୋ'.. ବଡ ଦାଣ୍ଡରେ ରଣହୁଙ୍କାର ଦେବେ ପିଏମ ମୋଦି । ମୋଦିଙ୍କ ଘନ ଘନ ଓଡ଼ିଶା ଗସ୍ତ ନବୀନଙ୍