କହୁ କହୁ ପ୍ରଦୀପ କହିଲେ ନବୀନ ଆମକୁ ଦେଇଛନ୍ତି ସ୍ଵାଧୀନତା
by Argus News
Sat, Apr 27 | 9:01 p.m.

ଅର୍ଗସ ବ୍ୟୁରୋ : ମହାତ୍ମାଗାନ୍ଧି ଦେଶକୁ ସ୍ଵାଧୀନ କରିଥିଲେ, ପରେ ଆମକୁ ନବୀନ ପଟ୍ଟନାୟକ ସ୍ଵାଧୀନ କଲେ । ଏ କଥା ଆମେ ନୁହେଁ ବରଂ ବିଜେଡି ନେତା ହିଁ କହୁଛନ୍ତି । ସିଏ ପୁଣି ଦଳର ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝି । କିନ୍ତୁ ନିର୍ବାଚନ ପ୍ରଚାର ସମୟରେ ମହାତ୍ମାଗାନ୍ଧିଙ୍କୁ ନବୀନ ବାବୁଙ୍କ ସହ ତୁଳନା କରିଥିବାରୁ ଏବେ ବିବାଦରେ ପ୍ରଦୀପ । ଖାଲି ବିବାଦ ହୋଇଛି ତାହା ନୁହେଁ ବରଂ ସମାଲୋଚନା ବି ହୋଇଛି । କାରଣ ଜାତିର ପିତାଙ୍କୁ ଏମିତି ଭାବରେ ନବୀନଙ୍କ ସହ ତୁଳନା କରୁଥିବାରୁ ଏବେ ଚର୍ଚ୍ଚା ଜୋର ।  

ନିର୍ବାଚନ ବେଳେ ବିଜେଡି ନେତାଙ୍କର ବିବାଦୀୟ ବୟାନ । ସିଏ ପୁଣି ସାଧାରଣ ସଭାରେ...ଖୋଲା ମଂଚରେ । ସେଇଥି ଲାଗି ତ ଏହାକୁ ନେଇ ଜୋର ଧରିଲାଣି ଚର୍ଚ୍ଚା । ନିର୍ବାଚନୀ ପ୍ରଚାରରେ ନବରଙ୍ଗପୁର ଗସ୍ତରେ ଆସିଥିଲେ ବରିଷ୍ଠ ବିଜେଡି ନେତା ଭି.କେ ପଣ୍ଡିଆନ ।  ଜିଲ୍ଲାର ଚାରୋଟି ବିଧାନସଭା କ୍ଷେତ୍ରରେ ସେ ପ୍ରଚାର ବି କରିଥିଲେ । ଡାବୁଗାଁ ବିଧାନସଭା ଅନ୍ତର୍ଗତ ମୈଦଲପୁରର ଏକ ଜନସଭାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଏବଂ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ଲାଗି ପ୍ରଚାର ବି କରିଥିଲେ । କିନ୍ତୁ ଜୋସରେ କହୁ କହୁ ପ୍ରଦୀପ ଏମିତି କଥା କହିଦେଲେ ଯେ ଏବେ ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି । 

ପ୍ରଦୀପଙ୍କୁ ମନ୍ତବ୍ୟକୁ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ କହୁ କହୁ ସେ କିଛି ଏମିତି କହିଛନ୍ତି ଯାହାକୁ ନେଇ ଏବେ ଘନେଇଲାଣି ବିବାଦ । ସେପଟେ ପ୍ରଦୀପଙ୍କ ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ  ବଳଭଦ୍ର ମାଝି । କହିଛନ୍ତି, ଜାତୀୟ ପିତାଙ୍କ ସହ ନବୀନଙ୍କୁ ତୁଳନା କରିବା ଠିକ ନୁହେଁ । ୧୯୪୭ ମସିହାରେ ଓଡ଼ିଶା ସ୍ୱାଧୀନ ହେଇନଥିଲା କି ବୋଲି ପ୍ରଶ୍ନ କରିଛନ୍ତି ବଳଭଦ୍ର ? ଏପଟେ ବିବାଦ ବଢିବାରୁ ପ୍ରଦୀପଙ୍କର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ବି ସେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ତେବେ ଏମିତି ବିବାଦୟ ମନ୍ତବ୍ୟକୁ ନେଇ କିନ୍ତୁ ଏବେ ଚର୍ଚ୍ଚା ଜୋର ।
 


 

ସମ୍ବିଧାନ ମୁଖବନ୍ଧରେ
3m ago
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
6m ago
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍
ରତ୍ନ ଚୋରି ପ୍ରସଙ୍ଗ
9m ago
ମୋଦିଙ୍କ ଖୋଲା ଅଭିଯୋଗ ପରେ ଗରମ ହେଲା ରତ୍ନ ଚୋରି ପ୍ରସଙ୍ଗ
ପୁରୀ: ରତ୍ନ ଭଣ୍ଡାର ଚାବି ପଳାଇଛି କି ତାମିଲନାଡୁ ? ମୋଦିଙ୍କ ଖୋଲା ଅଭିଯୋଗ ପରେ ଗରମ ହେଲା ରତ୍ନ ଚୋରି ପ୍ରସଙ୍ଗ । ତାମିଲନାଡୁକୁ ରତ୍ନଭଣ୍ଡାର ଚାବି ନେଇଛି କିଏ ? । ନାଁ