କହୁ କହୁ ସତ କହିଦେଲେ ମନ୍ତ୍ରୀ ଟୁକୁନି ସାହୁ
by Argus News
Sat, Apr 27 | 9:05 p.m.

ଅର୍ଗସ ବ୍ୟୁରୋ : ପଦ୍ମପୁର ଜିଲ୍ଲା ନହେବା ପଛରେ କେବଳ ମନ୍ତ୍ରୀ ଟୁକୁନି ସାହୁ । ହଁ...ଠିକ୍‌ ଶୁଣିଲେ...କେବଳ ଏଇ ଜଣଙ୍କ ଲାଗି ହିଁ ଅଧାରେ ରହିଗଲା ପଦ୍ମପୁର ଜିଲ୍ଲା ହେବାର ସ୍ଵପ୍ନ । ଉପ-ନିର୍ବାଚନବେଳେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି ଆଗରେ କଣ୍ଟା ସାଜିଲେ ଟିଟିଲାଗଡ଼ ବିଧାୟିକା ଟୁକୁନି ? ଏ କଥା ଆମେ ନୁହେଁ ବରଂ ସଭାରେ, ଜନ-ସାଧାରଣଙ୍କ ସାମ୍ନାରେ ହିଁ ନିଜ ମୁହଁରେ ସ୍ଵୀକାର କରିଛନ୍ତି ଟୁକୁନି । ଯାହାକୁ ନେଇ ଏବେ ଚର୍ଚ୍ଚା ।

ସ୍ଥାନ: ଟିଟିଲାଗଡ଼, ଅବସର ଥିଲା ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା ସଭା । ହେଲେ ସେହି ମଞ୍ଚ ଉପରେ କଥା ଛଳରେ ସତ ଓଗାଳିଦେଲେ ମନ୍ତ୍ରୀ ଟୁକୁନି ସାହୁ । କହିଥିଲେ, ପଦ୍ମପୁର ଜିଲ୍ଲା ହୋଇଥିଲେ, ମୁଁ ଆଗ ଇସ୍ତଫା ଦେଇଥାନ୍ତି । ଯିଏ କହୁଛନ୍ତି ଟୁକୁନି ସାହୁ ଜିଲ୍ଲା କରିପାରିଲେନି, ତାଙ୍କୁ କହିବି, ଜିଲ୍ଲା ଯଦି ଓଡ଼ିଶାରେ ହୋଇଥାନ୍ତା ମୁଁ ପ୍ରଥମେ ଇସ୍ତଫା ଦେଇଥାନ୍ତି । ଯଦି ପଦ୍ମପୁର ଜିଲ୍ଲା ହେବ, ଟିଟିଲାଗଡ଼ ହେବନି, ମୁଁ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମୋ' ଇସ୍ତଫା ପତ୍ର ଦେଇଦେଇଥାନ୍ତି । ହେଲେ ଏଇଠି ପ୍ରଶ୍ନ, ପଦ୍ମପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କେବଳ ଜଣଙ୍କ ପାଇଁ ବନ୍ଦ ହୋଇଗଲା କି ?

ପଶ୍ଚିମ ଓଡ଼ିଶାର ମନ୍ତ୍ରୀ । ପୂର୍ବରୁ ପାଣ୍ଡିଆନଙ୍କ ଗସ୍ତ ଖର୍ଚ୍ଚରେ ମୁହଁ ଖୋଲି ବିବାଦୀୟ ହୋଇଥିଲେ ଏବେ ପୁଣି ଥରେ ପଦ୍ମପୁର ଜିଲ୍ଲାକୁ ନେଇ ମୁହଁ ଖୋଲି ଚର୍ଚ୍ଚାରେ । କାରଣ ଗତ ଫେବ୍ରୁୟାରୀ ୧୯ରେ ମୁଖ୍ୟମନ୍ତ୍ରୀ ନିଜେ କଥା ଦେଇଥିଲେ ୨୦୨୩ ଡିସେମ୍ୱର ସୁଦ୍ଧା ପଦ୍ମପୁର ଜିଲ୍ଲା ହେବ। କିନ୍ତୁ ଡିସେମ୍ୱରରେ ବି ମିଳିଲାନି ମାନ୍ୟତା । ଉପନିର୍ବାଚନବେଳେ ଦୁଇ ଦୁଇ ଥର ନବୀନ ପଦ୍ମପୁରବାସୀଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପୂରଣ ହୋଇପାରିଲାନି। ହେଲେ କେଉଁଠି ରହିଲା ସମସ୍ୟା ? କିଛି ଏମିତି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଟୁକୁନିଙ୍କ ପ୍ରତିକ୍ରିୟା ଏବେ ବଢାଇଛି ଚର୍ଚ୍ଚା ।

ମୋଟ୍‌ ଉପରେ ପଦ୍ମପୁର ସହ ୨୫ଟି ସ୍ଥାନରୁ ଜିଲ୍ଲା ପ୍ରସ୍ତାବ ଆସିଥିବା ବିଧାନସଭାରେ ତଥ୍ୟ ରଖିଥିଲେ ରାଜ୍ୟ ସରକାର। ସରକାର ଉପଯୁକ୍ତ ସମୟରେ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ରାଜସ୍ୱ ମନ୍ତ୍ରୀ ଉତ୍ତର ରଖିଥିଲେ । ତେବେ ଟୁକୁନିଙ୍କ ମନ୍ତବ୍ୟ ପଛରେ ଯଦି ସତ୍ୟତା ଥାଏ, ତା’ହେଲେ କ’ଣ ରାଜନୈତିକ ଗୋଟି ଚାଳନା ଥିଲା କି ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରସଙ୍ଗ ? ଆନ୍ତରିକତା ନ ଥାଇ ଭୋଟ୍ ପାଇଁ ଚାଲ୍ ଚଳାଇ ଧୂଆଁବାଣ ମାରୁଥିଲେ କି ରାଜ୍ୟ ସରକାର ? ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ପଛରେ କାରଣ କଣ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ତେବେ ଏନେଇ ଟୁକୁନି କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
 

AMLA
3m ago
ଓଜନ ହ୍ରାସ କରିବ ଆମଲା
ଅର୍ଗସ ବ୍ୟୁରୋ: ବତ୍ତମାନ ସମୟରେ ଓଜନ ଵୃଦ୍ଧିକୁ ନେଇ ସମସ୍ତଙ୍କର ଗୋଏ ବଡ ଚିନ୍ତା । ଓଜନ କମାଇଵା ପାଇଁ ପ୍ରତିଦିନ ବ୍ୟାୟାମ ସହିତ ଉପଯୁକ୍ତ ଖାଦ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।ଏପର
ଦିଲ୍ଲୀ-ଏନସିଆରରେ
49m ago
ଦିଲ୍ଲୀ-ଏନସିଆରରେ ହିଟଓ୍ବେଭକୁ ନେଇ ଜାରି ହେଲା ରେଡ ଆଲର୍ଟ
ଅର୍ଗସ ବ୍ୟୁରୋ: ଦିଲ୍ଲୀ-ଏନସିଆର ସମେତ ପୁରା ଉତ୍ତର ଭାରତରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ତାତିରେ ଲୋକମାନେ ସନ୍ତୁଳି ହେଉଛନ୍ତି । ଏହାରି ଭିତରେ ଦିଲ୍ଲୀର ତାପମାତ୍ରା ଆଜ
GINGER-GARLIC
50m ago
ଆଦା ଓ ରସୁଣ ପେଷ୍ଟକୁ ଏପରି ରଖନ୍ତୁ ରହିବ ଅଧିକ ଦିନ
ଅର୍ଗସ ବ୍ୟୁରୋ: ବର୍ତ୍ତମାନ ବ୍ୟସ୍ତବହୁଳତା ଜୀବନ ଭିତରେ ସମସ୍ତେ ଚାହାଁନ୍ତି କି ସମସ୍ତ କାମ ଜଲଦି । ସବଠୁ ବଡ କଥା ହେଉଛି କି ରୋଷେଇ କରିବା । ରୋଷେଇ କରିବା ସମୟରେ ମସଲାର ଆବଶ୍ୟ