ନିଜ ମୁହଁରେ ମାନିଲେ ନବୀନ ସରକାର ବିକାଶ କରିବାରେ ଅସଫଳ ?
by Argus News
Sat, Apr 27 | 9:11 p.m.

ଅର୍ଗସ ବ୍ୟୁରୋ: ପୁଣି ବିବାଦରେ ପାଣ୍ଡିଆନ । କହୁକହୁ କହିଲେ, ନବୀନଙ୍କ ଇଞ୍ଜିନ ବହୁତ ଭଲ । ତାଙ୍କ ନେତୃତ୍ଵରେ ବିକାଶ ବଢିଆ ହେବ । କିନ୍ତୁ ତାଙ୍କ ନେତୃତ୍ଵରେ ବିକାଶ କେମିତି ହେଉଛି ସେ କଥାବି କହିଦେଲେ ପାଣ୍ଡିଆନ । । ତାଙ୍କ କଥା ଶୁଣିବା ପରେ ଆପଣ ନିଜେ ଜାଣିସାରିଥିବେ ନବୀନଙ୍କ ଇଞ୍ଜିନ ବିକାଶ କେମିତି କରୁଛି ?

ପାଣ୍ଡିଆନଙ୍କ ଭାଷାରେ ନବୀନ ଇଞ୍ଜିନ ବହୁତ ଭଲ ବିକାଶ କଲେ । ହେଲେ ୨୪ ବର୍ଷର ସ୍ଥିର ସରକାର, ସ୍ଥିର ମୁଖ୍ୟମନ୍ତ୍ରୀ । ଏମିତି କି ବିକାଶ କରୁଛନ୍ତି ଯେ ସରିବାର ନା ଧରୁନି । ଏବେ ବି ଗାଁକୁ ରାସ୍ତା ନାହିଁ, ବିଜୁଳି ନାହିଁ କି ପାଣି ବି ନାହିଁ । କିନ୍ତୁ ଏହା ପରେ ବି ପାଣ୍ଡିଆନ କହୁଛନ୍ତି ଆମେ ବିକାଶ କରୁଛି । ହେଲେ ନବୀନ ବିକାଶରମାନେ ହେଉଛି ଦାଦନଙ୍କ ସଂଖ୍ୟା ବଢିବ, ମଦ୍ୟପଙ୍କ ସଂଖ୍ୟା ବଢିବ ।  

ନବୀନ ଇଞ୍ଜିନ...ଇଏ ଏମିତି ଇଞ୍ଜିନ ଯାହା ଆମ ଓଡ଼ିଆ ଭାଇଭଉଣୀ....ମାଆ-ମାଉସୀଙ୍କୁ ଟାଣିଟାଣି ତାମିଲନାଡୁ, ସୁରଟ ଆଉ କେରଳରେ ଛାଡି ଆସିବ ଦାଦନ ଖଟିବା ଲାଗି । ଆଉ ଫେରିବା ବେଳକୁ ଆଣିବ ଅଣଓଡ଼ିଆ ଠିକାଦାରଙ୍କୁ ଧରି । ଯେଉଁମାନେ ଆସିବେ , ସେମାନେ ଏଇଠି ରାଜୁତି କରିବେ । କୋଟି କୋଟି ଟଙ୍କା ନେଇ ଯିବେ । ପୁଣି ଆମକୁ ନାଲିଆଖି ଦେଖାଇବେ । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ନବୀନ ସରକାରର ଇଞ୍ଜିନ ଓଡ଼ିଶା ବାହାରକୁ ଖଣି ଓ ଦାଦନ ପଠାଉଛି ଆଉ ନେଇକି ଆସୁଛି ତାମିଲ ଠିକାଦାର ।

ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା, ପାଣ୍ଡିଆନ ନିଜ ଭାଷଣରେ କହିଲେ ୪୦ ବର୍ଷ ହେଲାଣି ରାସ୍ତା ହୋଇନାହିଁ । କିନ୍ତୁ ୬ ମାସରେ ରାସ୍ତା ହୋଇଯିବ ବୋଲି ଆଜି କହିଛନ୍ତି ପାଣ୍ଡିଆନ । କଥାରେ ଅଛି, ଯାହା ନହୋଇଛି ବାଲ୍ୟକାଳେ ତାହା କି ହେବ ବୃଦ୍ଧ କାଳେ...ଆଉ ଆଜିର ପାଣ୍ଡିଆନଙ୍କ କଥା ଶୁଣିବା ପରେ ଏ କଥା ସ୍ପଷ୍ଟ ହୋଇଛି ଏ ସରକାର କେବଳ ଭାଷଣମାରେ, ହେଲେ କାମ କରେନି । କାରଣ ଆମେ ଜାଣିଛେ, ଗଂଜାମରେ ୨୨ ବ୍ଲକ୍‌ରେ ପ୍ରାୟ ୫୦ ଲକ୍ଷ ଲୋକ ବସବାସ କରୁଛନ୍ତି । ହିସାବ କଲେ ଗୋଟିଏ ବ୍ଲକ୍‌ରେ ପାଖାପାଖି ୧ ଲକ୍ଷ ୬୦ ହଜାର ଲୋକ ରହୁଛନ୍ତି । କିନ୍ତୁ ରିପୋର୍ଟ କହୁଛି, ଗ୍ରାମୀଣ ଓଡ଼ିଶାରୁ ପାଖାପାଖି ୩୩ ପ୍ରତିଶତ ଲୋକ ଦାଦନ ଯାଉଥିବା ବେଳେ ଗଂଜାମରୁ ଯାଉଛନ୍ତି ପାଖାପାଖି ୬୦ ପ୍ରତିଶତ । ମାନେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରୁ ଅନ୍ୟ ଜିଲ୍ଲା ଅପେକ୍ଷା ଡବଲ ଲୋକ ଦାଦନ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳିକାଟୁ ବ୍ଲକ୍‌ ଅନ୍ତର୍ଗତ ସାରୁଆ ଗାଁରୁ  ୮୦ ପ୍ରତିଶତ ଲୋକ ଯାଉଛନ୍ତି ଦାଦନ । ସ୍ଥିତି ଏମିତି ହେଲାଣି ଯେ ସେଇ ଗାଁ ଏବେ ପୁରୁଷ ଶୂନ୍ୟ ହୋଇ ତା'ର ନାଁ ଭୂତ ଗାଁ ହେଲାଣି । 

ତଥ୍ୟ କହୁଛି, ଓଡ଼ିଶାରୁ ପାଖାପାଖି କୋଟିଏ ଲୋକ ଦାଦନ ଯାଉଛନ୍ତି । ହେଲେ ତା ଭିତରୁ କେବଳ ଗଂଜାମରୁ ଯାଉଛନ୍ତି ୧୫ ଲକ୍ଷ । ଅର୍ଥାତ୍‌ ବ୍ଲକ୍‌ ପିଛା ପାଖାପାଖି ଲକ୍ଷେ ଲୋକ ଦାଦନ ଯାଉଛନ୍ତି । ହେଲେ ବି ନବୀନ କହୁଛନ୍ତି ଆମକୁ ଦରକାର ହିଞ୍ଜିଳି ମଡେଲ । ମୋଟ୍‌ ଉପରେ ହିଞ୍ଜିଳି ମଡେଲ୍‌ର ମାନେ ।
 

ସମ୍ବିଧାନ ମୁଖବନ୍ଧରେ
36m ago
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
39m ago
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍
ରତ୍ନ ଚୋରି ପ୍ରସଙ୍ଗ
42m ago
ମୋଦିଙ୍କ ଖୋଲା ଅଭିଯୋଗ ପରେ ଗରମ ହେଲା ରତ୍ନ ଚୋରି ପ୍ରସଙ୍ଗ
ପୁରୀ: ରତ୍ନ ଭଣ୍ଡାର ଚାବି ପଳାଇଛି କି ତାମିଲନାଡୁ ? ମୋଦିଙ୍କ ଖୋଲା ଅଭିଯୋଗ ପରେ ଗରମ ହେଲା ରତ୍ନ ଚୋରି ପ୍ରସଙ୍ଗ । ତାମିଲନାଡୁକୁ ରତ୍ନଭଣ୍ଡାର ଚାବି ନେଇଛି କିଏ ? । ନାଁ