ସାମ୍ବାଦିକଙ୍କ ଉପରକୁ କୁକୁର ଲଗାଇ ଆକ୍ରମଣ କଲେ ବିଜେଡି ବିଧାୟକ
by Argus News
Tue, Jun 25 | 1:01 p.m.

ଅର୍ଗସ ବ୍ୟୁରୋ : ବବି ଦାସଙ୍କ ଘର ଭଙ୍ଗାରୁଜାକୁ ନେଇ ରାଗି ଗଲେ ବିଜେଡି ନେତା ରଘୁନନ୍ଦନ ଦାସ । ପ୍ରତିଶୋଧ ନେବା ପାଇଁ ଅର୍ଗସ ମହିଳା ସାମ୍ବାଦିକା ଓ କ୍ୟାମେରାମ୍ୟାନ ଉପରକୁ କୁକୁର ଲଗାଇଲେ ।  ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ ମଧ୍ୟ ମାଡ଼ ମାରି ଥିବା ଅଭିଯୋଗ ମଧ୍ୟ ଅଭିଯୋଗ ହୋଇଛି । ତେବେ ସବୁଠୁ ବଡ କଥା ହେଉଛି, ସେ ନିଜେ କୁକୁର ଲଗାଇ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା କଥା ମାନିଛନ୍ତି । ତେବେ ଜଣେ ସାମ୍ବାଦିକା ନିଜର କର୍ତ୍ତବ୍ୟ କରୁଥିବା ବେଳେ ନିଜର ରାଗକୁ ସାମ୍ବାଦିକାଙ୍କ ଉପରେ ସୁଝାଇବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ଚର୍ଚ୍ଚା ହେଉଛି । 

ଅଧିକ ପଢନ୍ତୁ : ସରକାରୀ ଟଙ୍କାରେ ଘର କରିଥିଲେ, ଏବେ ଭାଙ୍ଗିକି ଗୁଣ୍ଡ

ସେପଟେ ସରକାରୀ ବାସଭବନ ଭିତରେ ବବିଦାସଙ୍କ ଆଲିସାନ୍ ବଙ୍ଗଳା ଭଙ୍ଗା ଚାଲିଛି । ତେବେ ବାସଭବନରେ କାହିଁକି ଥିଲା ଅଣ୍ଡର ଗ୍ରାଉଣ୍ଡ ଘର , କାହିଁକି ଏତେ ବଡ ଘର ତିଆରି କରିଥିଲେ ବବିଦାସ, କିଏ ଦେଇଥିଲା ନିର୍ମାଣର ଅନୁମତି ତାକୁ ନେଇ ଏକ ବଡ ପ୍ରଶ୍ନ ଉଠିଛି । ସୂଚନା ମୁତାବକ ସେହି କୋଠାରେ ସୋଫା,ବେଡ୍ , ଅନ୍ୟାନ୍ୟ ଉପକରଣ ଓ ଲାଇଟ୍ ଆଦି ବିଭିନ୍ନ ସାଜସଜ୍ଜା ସାମଗ୍ରୀ ବିଦେଶରୁ ଅଣାଯାଇଥିଲା । ଗାର୍ଡେନରେ ମଧ୍ୟ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ କେବଳ ‘ହ୍ୱାଇଟ ଲିଲି’ରେ ସଜ୍ଜିତ ହୋଇଥିଲା । ଯାହା ଭାଙ୍ଗିଯାଇଛି । 


 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା