ପୁଣି ଥରେ ଭରସା କରିବେ ତ ଚାନ୍ଦବାଲିବାସୀ
by Argus News
Thu, Mar 28 | 10:54 a.m.

ଅର୍ଗସ ବ୍ୟୁରୋ : ଆଜି ବିଜେଡ଼ ଘୋଷଣା କଲା ବିଧାନସଭା ଓ ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ତାଲିକା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ମାଧ୍ୟମରେ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଏହି ଅବସରରେ ଚାନ୍ଦବାଲି ବିଧାନସାଭା କ୍ଷେତ୍ରରୁ ପୁଣି ଥରେ ଲଢିବେ ବ୍ୟୋମକେଶ ରାୟ । ପୁଣି ଥରେ ବିଜେଡ଼ି ଆଶା ଭରଶା କରିଛି ବ୍ୟୋମକେଶ ରାୟଙ୍କ ଉପରେ । କିନ୍ତୁ ଏଥର ତାଙ୍କ ଉପରେ ଭରସା କରିବେ ତ ଚାନ୍ଦବାଲିବାସୀ । ଯାହାକୁ ନେଇ ଉଠିଲାଣି ପ୍ରଶ୍ନ । ଗୋଟିଏ କଥା ନୁହେଁ ଅନେକ କାରଣ ରହିଛି ତାଙ୍କ ପଛରେ । ଯୋଉ କାରଣ ପାଇଁ ଚାନ୍ଦବାଲିବାସୀ ଦେବେ ଏଥର ଉତ୍ତର ।

କୋଭିଡ଼ ସମୟରେ ନିୟମର ଧଜିଆ ଉଡ଼ାଇଲେ ବିଜେଡି ବିଧାୟକ । ନିଜ ବାହାଘରରେ କୋଭିଡ ନିୟମ ଭାଙ୍ଗିଲେ ବିଜେଡି ବିଧାୟକ ବ୍ୟୋମକେଶ ରାୟ । ନିଜ ବାହାଘରର ଥିଲା ନା ଅଛି ସାମାଜିକ ଦୂରତା ନା କେହି ପିନ୍ଧିଥିଲେ ମାସ୍କ । ଦେଖନ୍ତୁ, କିପରି କୋଭିଡ୍ କଟକଣା ଭାଙ୍ଗି ନାଚରେ ମସଗୁଲ ବିଧାୟକ ବ୍ୟୋମକେଶ ରାୟ ଓ ତାଙ୍କ ସାଥୀମାନେ । ଯାହାକୁ ନେଇ ପ୍ରଶ୍ନ କରିଥିଲେ ସାଧାରମ ଲୋକେ କହିଥିଲେ, ରାଜ୍ୟ ସରକାରଙ୍କ ନିୟମ କଣ ନିଜ ଦଳର ନେତାଙ୍କ ପାଇଁ ଅଲଗା କି ? 

 

ସେହିପରି ବ୍ୟୋମକେଶ ରାୟଙ୍କ ପିଲାଙ୍କ ପାଇଁ ସବୁ ଦୋସ ମାପ କରାଯାଇଥିଲା । କାରଣ ଯେଉଁ ମାନେ ଗଣ୍ଡୋଗଲ କରିଥିଲେ ସେମାନେ ସବୁ ଥିଲେ ବିଜେଡ଼ି ଲୋକ । ବା ଚାନ୍ଦବାଲି ବିଧାୟକଙ୍କ ସାଥୀ । ସୂଚନା ଅନୁସାରେ, ସନାତନ ନିଜ ଗାଡିରେ ଘଣ୍ଟେଶ୍ବରକୁ ଫେରୁଥିଲେ । ଅଧାବାଟରେ ତାଙ୍କୁ ପୁରୁଷୋତ୍ତମ-ବାପୁନ-ପପୁ ଓ ଅନ୍ୟାମାନେ ଅଟକାଇଥିଲେ । ଜୋରଜବରଦସ୍ତି ଉଠାଇ ନେଇ ନିସ୍ତୁକ ମାଡ ମାରିଥିଲେ । ଗୁରୁତର ସନାତନଙ୍କ ପରିବାର ପକ୍ଷରୁ ୧୧ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା କିନ୍ତୁ ୩ ଜଣଙ୍କୁ ଧରି ପୋଲିସ ଚୁପ୍ ରହିଥିଲା । 

ସେହିଭଳି ବିଧାୟକ ମଧ୍ୟ ନିଜ ଶଳା କେସରେ ମଧ୍ୟ ଫସିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବଙ୍କ ସଭାରେ ବସିବା ପାଇଁ ବିଜେଡ଼ି ବିଧାୟକଙ୍କ ଶଳା ଓ ଶ୍ୱଶୁର ସହ ବିଡିଓ ଜ୍ୟୋତି ବିକାଶ ଦାସଙ୍କ ବିବାଦ ହୋଇଥିଲା । ଏପରିକି ଚାନ୍ଦବାଲି ବିଡିଓଙ୍କୁ ମାଡ଼ ମାରିଥିବା ଅଭିଯୋଗ ମଧ୍ୟ ହୋଇଥିଲା । କିନ୍ତୁ ତାଙ୍କୁ ଗିରଫ ହୋଇ ନଥିଲେ ବିଧାୟକଙ୍କ ଶ୍ୱଶୁର ଓ ଶଳା । ଯାହାକୁ ନେଇ ଉଠିଥିଲା ଝଡ଼ ।
 

BJD ISSUE
16m ago
ଅଡୁଆରେ ଚାନ୍ଦବାଲି ବିଜେଡି, ରଞ୍ଜନ ପତ୍ନୀଙ୍କ ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା
ଅର୍ଗସ ବ୍ୟୁରୋ : ଚର୍ଚ୍ଚାରେ ଚାନ୍ଦବାଲି ବିଜେଡି ରାଜନୀତି । ମହିଳା ଜଣକ କାନ୍ଦିକାନ୍ଦି କୋହୁଛନ୍ତି ମୋର ମୃତ୍ୟୁପାଇଁ କେବଳ ବାପି ବାବୁ ହିଁ ଦାୟୀ । କିନ୍ତୁ କାହିଁକି ବିଜେଡି ବିଧାୟ
TRIPLE MURDER
ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଗୁଳିକରି ହତ୍ୟା ଅଭିଯୋଗ
ଅର୍ଗସ ବ୍ୟୁରୋ : ଝାରସୁଗୁଡ଼ାରେ ଟ୍ରିପଲ୍ ମର୍ଡର । ଝାରସୁଗୁଡ଼ାରେ ୩ ଜଣଙ୍କୁ ହତ୍ୟା ଅଭିଯୋଗ । ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଗୁଳିକରି ହତ୍ୟା ଅଭିଯୋଗ । ବାଣୀପାହାଡ଼ ଜଙ୍ଗଲ ପାଖର
AIR INDIA
ଏୟାର ଇଣ୍ଡିଆ ବିମାନ ସେବାରେ ହଇଚଇ, ସମୂହ ଛୁଟିରେ ଗଲେ ଏୟାର ଇଣ୍ଡିଆ ଏକ୍ସପ୍ରେସ କର୍ମଚାରୀ
ଅର୍ଗସ ବ୍ୟୁରୋ : ଏୟାର ଇଣ୍ଡିଆ ଏକ୍ସପ୍ରେସର ୯୦ରୁ ଅଧିକ ଜାତୀୟ ତଥା ଅନ୍ତର୍ଜାତୀୟ ବିମାନର ଉଡାଣକୁ ବାତିଲ କରାଯାଇଛି । ଏନେଇ ବିମାନ ଚଳାଚଳ ସୂତ୍ରରୁ ପ୍ରକାଶ ପାଇଛି । କାରଣ ଅନେ