ଅର୍ଗସ ବ୍ୟୁରୋ: ମଂଚ ଉପରେ ଅହଙ୍କାର ଦେଖାଉଛନ୍ତି ବବି ଦାସ । ଖାଲି ଅହଙ୍କାର ଦେଖାଉଛନ୍ତି ତାହା ନୁହେଁ ବରଂ କହୁଛନ୍ତି ବିଜେଡିର ମାନେ ବବି, ଜିତୁ ଓ ଡାନି । ହଠାତ୍ ବୁଝିପାରିନଥିବେ ବବି କଣ କହିଲେ ? ଏଠାରେ ସ୍ପଷ୍ଟ ଭାବରେ କହୁଛୁ କି, ବବିଙ୍କର କହିବାର ତାତ୍ପର୍ଯ୍ୟ ହେଉଛି ବିଜେଡି ଅର୍ଥାତ୍ ବ'ରେ ବବି, ଜେ-ଜିତୁ ଏବଂ ଡି-ଡାନି । କିନ୍ତୁ ମଂଚ ଉପରେ ବିଜେଡିର ମାନେ କେବଳ ବବି, ଜିତୁ ଓ ଡାନି ବୋଲି କହିବା କେତେ ଦୂର ଗ୍ରହଣଯୋଗ୍ୟ ତାହାକୁ ନେଇ ଏବେ ପୁରା ଚର୍ଚ୍ଚା ।
ଅତ୍ୟଧିକ ଅହଙ୍କାର ଓ ଆତ୍ମବିଶ୍ଵାସ ଲାଗି ବିଜେଡିର କି ଗତ ସାଧାରଣ ନିର୍ବାଚନରେ କି ଦଶା ଭୋଗିଲା ତାହା ସମସ୍ତେ ଦେଖିଲେ । ହେଲେ ଏବେ ବି ବିଜେଡି ନେତାଙ୍କର ଗର୍ବ କି ଅହଙ୍କାର କମିବାର ନା ନେଉନି । ବୋଧହୁଏ ସେଇଥି ଲାଗି ସଭା ମଂଚରେ ଏମିତି କହିଦେଲେ ବବି ।
ନିର୍ବାଚନରେ ବିଜେଡି କାହିଁକି ହାରିଲା ସେନେଇ ଅନେକ ଥର ଭୁବନେଶ୍ଵର ଶଙ୍ଖ ଭବନରେ ମାନସମନ୍ଥନ କରୁଛନ୍ତି ନବୀନ । ଅବଶ୍ୟ ଏନେଇ ଗଣମାଧ୍ୟମକୁ ବେଶୀ କିଛି କହୁନାହାନ୍ତି ଦଳର ମୁଖିଆ କି ନେତା । ହେଲେ ସାଧାରଣ ସଭାରେ ବବି ଏହାର ଭାଣ୍ଡଫୋଡ କରିଛନ୍ତି । କହିଛନ୍ତି, ଆମର ଟିକିଏ ଭୁଲ ରଣନୀତି ଲାଗି ହାରିଗଲୁ । କିନ୍ତୁ ପଂଚାୟତ ନିର୍ବାଚନରେ ଏକାଠି ହୋଇ ଲଢିବୁ । କଥା ହେଲା ବବିଙ୍କ ଏ ମନ୍ତବ୍ୟରୁ ଗୋଟିଏ କଥା ସ୍ପଷ୍ଟ ଏସନ ସାଧାରଣ ନିର୍ବାଚନରେ ବିଜେଡି ଏକାଠି ହୋଇ ବୋଧହୁଏ ନଥିଲା । ଖାଲି ଏତିକି ନୁହେଁ ବରଂ ସଂକଟ ପଡ଼ିଲେ ତିନି ପରିବାର ଏକାଠି । ଏବେ ଆମ ଭିତରେ କିଛି ବିବାଦ ନାହିଁ ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ ।
ଯାଜପୁର ସଂସ୍କୃତି ଭବନରେ ବିଜେଡି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ବବି ଜିତୁ ଡାନିଙ୍କୁ ଯାଜପୁରର ବିଜେଡି ଦାବି କରିଛନ୍ତି ବବି । ପୂର୍ବରୁ ଆମ ଭିତରେ ବିବାଦ ଥିଲା ହେଲେ ଏବେ ବିଜେଡି ମାନେ ବବି ଜିତୁ ଡାନି ବୋଲି ସେ କହିଛନ୍ତି । ପୂର୍ବରୁ ଆମ ଭିତରେ ବିବାଦ ଥିଲା ସେଥିପାଇଁ କ୍ଷତି ସହିଲୁ ବୋଲି କହିଛନ୍ତି ବବି । ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେଡି ପୁନର୍ବାର ଫର୍ମକୁ ଫେରିବ ଆଉ ଶକ୍ତି ଦେଖାଇବ ବୋଲି ମଧ୍ୟ ଦାବି କରିଛନ୍ତି । କିଛିଦିନ ପୂର୍ବରୁ ଯାଜପୁର ତିନି ପରିବାର ଦୁର୍ନୀତିର ଗଡ଼ ସଜାଇଥିବା କହି ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ ।