ଇଏ କି ନେତା ? ପାଣି ମାଗିଲେ ମାଡ଼ ମାରୁଛନ୍ତି ବିଜେଡି କର୍ମୀ
by Argus News
Wed, Apr 17 | 4:50 p.m.

ଅର୍ଗସ ବ୍ୟୁରୋ : ପାଣି ପାଣି କହିଲା ବେଳକୁ ମାରିଲେ ବିଜେଡି କର୍ମୀ । ଦିନ ଦ୍ଵିପ୍ରହରେ ପୁଣି ଖୋଦ ମନ୍ତ୍ରୀଙ୍କ ଉପସ୍ଥିତିରେ ନିରୀହ ଜନତାଙ୍କୁ ଗଡାଇ ପଡାଇ ମାରିଲେ ବିଜେଡି କର୍ମୀ । ଖାଲି ମାଡ ମାରିଲେ ତାହା ନୁହେଁ ବରଂ ଅଶ୍ରାଭ୍ୟ ଭାଷାରେ ଗାଳି ବି ଦେଲେ । କିନ୍ତୁ ନିର୍ବାଚନ ସମୟରେ ଏବେ ଜନତାଙ୍କ ପାଖକୁ ହାତ ଯୋଡି ନେତା ଯାଉଛନ୍ତି । ହେଲେ ସେଇଠି ଏମିତି କଣ ହେଲା ଯେ ଭୋଟରଙ୍କୁ ଏମିତି ମାଡ଼ ମାରିଲେ ବିଜେଡି କର୍ମୀ । ହେଲେ ଘଟଣା ପଛର ସତ ଜାଣିଲେ ଆପଣଙ୍କର ରାଗ ବି ପଂଚମ ହୋଇଯିବ, ଆଉ କହିବେ ସତ କହିଲେ ବିଜେଡି ସରକାରକୁ ଭାରି ବାଧୁଛି ।

ରାୟଗଡା ବିଷମକଟକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମୁନିଗୁଡା ବ୍ଲକ ରଘୁବାରି ଗାଁରୁ ସାମ୍ନାକୁ ଆସିଛି ଏମିତି ସଙ୍ଗୀନ ଚିତ୍ର । ନିର୍ବାଚନ ପାଖେଇ ଆସୁଥିବାରୁ ଗାଁରେ ପହଞ୍ଚିଥିଲେ ମନ୍ତ୍ରୀ ଜଗନ୍ନାଥ ସାରକା । ଖାଲି ପହଞ୍ଚିଥିଲେ ତାହା ନୁହେଁ ବରଂ ବେକରେ ଫୁଲମାଳ ପକାଇ ପ୍ରଚାର ବି ଆରମ୍ଭ କରିଥିଲେ । ମନ୍ତ୍ରୀ ତଥା ନିଜ ଅଂଚଳର ବିଧାୟକ ଆସୁଥିବାରୁ ସମସ୍ୟା କଥା କହିବେ ବୋଲି ବିଚାର କରିଥିଲେ ଗାଁ ଲୋକେ । ବୈଶାଖ ମାସରେ ଗାଁରେ ଟୋପେ ପିଇବା ପାଣି ମିଳୁନଥିବାରୁ ଗୁହାରି କରିବାକୁ ଚାହିଁଥିଲେ ଭୋଟର ଭାଇ ଓ ଭଉଣୀମାନେ ।

ଆତ୍ମ ଗର୍ବରେ ଅନ୍ଧ ହୋଇଗଲାଣି କି ବିଜେଡି ସରକାର ? ଯେଉଁ ଭୋଟରଙ୍କଠାରୁ ଭୋଟ ପାଇ ମନ୍ତ୍ରୀ ହୋଇଛନ୍ତି ଜଗନ୍ନାଥ ସାରକା ବାବୁ, ଆଜି ସେହିମାନଙ୍କ ପାଖକୁ ଯାଇଥିଲେ ଭୋଟ ମାଗିବାକୁ । ହେଲେ ନିଜ ସମସ୍ୟା କହିବାରୁ ତାଙ୍କ ସମର୍ଥକମାନେ ସେଠାରେ ଯେମିତି କାଣ୍ଡ ଭିଆଇଲେ ତାହା ହିଁ ବୟାନ କରୁଛି ଏ ସରକାର କେତେ ବେଫିକର ? କାରଣ ନିଜର ସମସ୍ୟା ଜଣେଇବା ବେଳେ ବିଜେଡି ନେତା ସେମାନଙ୍କୁ ଗାଳି ଗୁଲଜ କରିବା ସହ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ପିଟିଥିବା ଦୃଶ୍ୟ ଏବେ ଭାଇରାଲ ହେଉଛି ।

ମିଳିଥିବା ସୂଚନା ଅନୁସାରେ, ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ତଥା ବିଷମକଟକ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ସାରକା ରଘୁବାରୀ ଗାଁକୁ ନିଜର ପ୍ରଚାର ପାଇଁ ଯାଇଥିବାବେଳେ ଗାଁର ମହିଳା ଓ ପୁରୁଷମାନେ ଦୀର୍ଘ ଦିନର ପାନୀୟ ଜଳ ସମସ୍ୟା ନେଇ ମନ୍ତ୍ରୀଙ୍କ ନିକଟରେ ଗୁହାରି କରିବା ସହ ଘେରିଥିଲେ । ସେହି ସମୟରେ ଯୁବ ବିଜେଡି ନେତା ଧୀରେନ୍ଦ୍ର ପାଣିଗ୍ରାହୀ ଉତ୍ତ୍ୟକ୍ତ ହୋଇ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ବାଡ଼ଉଥିବା ଦେଖିବାକୁ ମିଳିଥିଲା । ତେବେ କାହିଁକି ଏମିତି ଅଘଟଣ ଘଟିଲା ତାହାକୁ ନେଇ ମନ୍ତ୍ରୀଙ୍କର କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ଧୀରେନ୍ଦ୍ର କିନ୍ତୁ ଏହାକୁ ଅସ୍ଵୀକାର କରିଛନ୍ତି । ହେଲେ ଘଟଣା କେତେ ସତ ତାହା ଏ ଭିଡିଓରୁ ହିଁ ଜଳଜଳ ହୋଇ ଦିଶୁଛି ।
 

ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ