SHG ଗ୍ରୁପର ଟଙ୍କା ଲୁଟି ଫେରାର୍ ବିଜେଡି ସମିତି ସଭ୍ୟା  
by Argus News
Thu, Dec 07 | 12:42 p.m.

ଯାଜପୁର:  SHG ଗ୍ରୁପର ଟଙ୍କା ଲୁଟି ଫେରାର୍ ବିଜେଡି ସମିତି ସଭ୍ୟା । ଯାଜପୁର ଜିଲ୍ଲା ସୁକିନ୍ଦା କାଳିଆପାଣି ଥାନା ରଂଶୋଳ ପଞ୍ଚାୟତର ବିଜେଡି ସମିତି ସଭ୍ୟା ଉମାରାଣୀ ପ୍ରଧାନଙ୍କ ନାଁରେ ସାଘାଂତିକ ଅଭିଯୋଗ । ୭ ଲକ୍ଷ ୮ ‌ହଜାର ଟଙ୍କା ଚଳୁ କରି ଫେରାର । ୨୦୨୨ରେ ବିଜେଡି ସମିତି ସଭ୍ୟା ଭାବେ ଲଢିବା ପାଇଁ ରଂଶୋଳ ପଞ୍ଚାୟତଠାରେ କୁସୁମୁଣ୍ଡିଆ ଗାଁର ୯ଟି SHG ଗ୍ରୁପରୁ ୭ ଲକ୍ଷ ୮ ହଜାର ଟଙ୍କା ନେଇ ବିଜେଡି ସମିତି ସଭ୍ୟା ଭାବେ ଲଢିଥିଲେ ।

ସେତେବେଳେ ନିର୍ବାଚନରେ ଜିତିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ଭତ୍ତା, ରାସନ କାଡ ଓ ଜବକାର୍ଡ ଦେବେ । ହେଲେ ଠକିଦେଲେ ସମିତି ସଭ୍ୟା ଉମାରାଣୀ । ଏନେଇ କାଳିଆପାଣି ଥାନାରେ ସମିତି ସଭ୍ୟାଙ୍କ ନାଁରେ ଏସଏଚଜି ମହିଳା ଏତଲା ଦେଇଛନ୍ତି । ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଓ ପ୍ରୀତି ରଞ୍ଜନ ଘଡେଇଙ୍କର ପାଖ ଲୋକ ହେଉଛନ୍ତି ସମିତି ସଭ୍ୟା ଉମାରାଣୀ ପ୍ରଧାନ । ସେଥିପାଇଁ ପୋଲିସ୍ କୌଣସି ଆକ୍ସନ୍ ନନେଇ କେବଳ ମାମଲା ରୁଜୁ କରି ବସିଥିବା ଅଭିଯୋଗ ହୋଇଛି । ପୋଲିସ୍ ତୁରନ୍ତ ସମିତି ସଭ୍ୟାଙ୍କୁ ଗିରଫ ନକଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଫିସ୍ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ଏସଏଚଜି ଗ୍ରୁପ୍ ମହିଳା।
 

ଗଣପର୍ବ ନୂଆଁଖାଇକୁ
7m ago
ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା
ଅର୍ଗସ ବ୍ୟୁରୋ: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା । ଘର ଲିପା ପୋଛା ସହ ସାଜସଜ୍ଜା । କୃଷି ଭିତ୍ତିକ ଗଣପର୍ବକୁ ପାଳନ କରିବାକୁ ପ୍ରତି ଘରେ, ପ୍ରତି ପରିବାରର
ପେଟ୍ରୋଲ ଢାଳି
25m ago
ପେଟ୍ରୋଲ ଢାଳି ଆଥଲେଟଙ୍କୁ ନିର୍ମମ ହତ୍ୟା
ଅର୍ଗସ ବ୍ୟୁରୋ: ନିର୍ଯାତନା ଏ ଶବ୍ଦ କେବଳ ଭାରତ ଭିତରେ ସୀମିତ ନୁହେଁ। ଏ ଶବ୍ଦ ସାରା ବିଶ୍ବରେ ନାରୀ ସମାଜ ଉପରେ ପ୍ରଭାବ ପକାଉଛି। ପୁରୁଷ କେବଳ ନିଜର ସୀମିତ ସ୍ବାର୍ଥ ପାଇଁ ନାରୀର ସ୍ବପ୍ନକ
ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା