ବିଜେପି ଘୋଷଣା କଲାଣି, ବିଜେଡି କାହିଁକି ଡେରି କରୁଛି ?
by Argus News
Wed, Mar 27 | 2:00 p.m.

ଅର୍ଗସ ବ୍ୟୁରୋ : ପ୍ରାର୍ଥୀ ଘୋଷଣା କରିବାରେ ଏତେ ଡେରି କାହିଁକି କରୁଛି ବିଜେଡି ? ଟିକଟ ଦେଲେ ଗୋଷ୍ଠୀ କନ୍ଦଳ ସହ ବିରୋଧ ହେବାର ଡର ଘାରୁଛି କି ? ନା ଆଉ କିଛି କାରଣ ରହିଛି ? କାରଣ ଏହାରି ଭିତରେ ବିଜୁ ଜନତା ଦଳ ୧୭ ଲୋକସଭା ଓ ଏହା ଅଧିନରେ ଥିବା ବିଧାନସଭା କ୍ଷେତ୍ରକୁ ନେଇ ନବୀନ ନିବାସରେ ସମୀକ୍ଷା ହୋଇଛି । କେବଳ ୪ଟି ଲୋକସଭା କ୍ଷେତ୍ର ବାକି ରହିଥିବା ବେଳେ ଆଜି ସେ ସବୁ ଉପରେ ଆଲୋଚନା ହେବ । କିନ୍ତୁ ଆଜି ଯାଏଁ କାହିଁକି ନବୀନ ବାବୁ ଟିକଟ ଘୋଷଣା କରିନାହାନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ।

ମେଂଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଗତ ରବିବାର ଭାରତୀୟ ଜନତା ପାର୍ଟି ଓଡ଼ିଶାର ୧୮ ଯୋଦ୍ଧାଙ୍କ ନାଁ ଘୋଷଣା କରିସାରିଛି । ତେଣୁ ବିଜେଡି ବିଜେପିର ହେଭିୱେଟଙ୍କ ସହ କାହାକୁ ଲଢେଇ କରିବାକୁ ଛାଡିବ ସେନେଇ ଅଙ୍କକଷା ଚାଲୁଥିବା ଚର୍ଚ୍ଚା ଜୋର । ରାଜନୀତି ସମୀକ୍ଷକ କହିଲେଣି ଦିନେ କିମ୍ବା ଦୁଇଦିନ ଭିତରେ ଯଦି ବିଜେଡି ସାଂସଦ ପ୍ରାର୍ଥୀ ତାଲିକା ଘୋଷଣା ନକରେ ତାହାଲେ ସମସ୍ୟା ହେବ । କାରଣ ଶୁକ୍ରବାର କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତ କହିଥିଲେ । 

ବଛା ବଛା ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଯେମିତିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ବଡ ଚେହେରା ସମ୍ବଲପୁରରୁ ଲଢେଇ କରିବାକୁ ଯାଉଛନ୍ତି । ବୈଜୟନ୍ତ ପଣ୍ଡାଙ୍କୁ କେନ୍ଦ୍ରାପଡାରେ ମଇଦାନକୁ ଓହ୍ଲାଇଛି ଦଳ । ଖାଲି ଏତିକି ନୁହେଁ ବରଂ ଯିଏ ଦିନେ ମୁଖ୍ୟମନ୍ତ୍ରୀଙ୍କ ହାତବାରିସି ସାଜିଥିଲେ ସିଏ ପୁଣି ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ । ତେଣୁ ରାଜ୍ୟ ରାଜନୀତିର ଏହି ଚର୍ଚ୍ଚିତ ଚେହେରାଙ୍କୁ କାଉଂଟର କରିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି ବିଜେଡି । ଫଳରେ ଟିକେଟ ଘୋଷଣାରେ ବିଳମ୍ବ ହେଉଥିବା ନେଇ ଚର୍ଚ୍ଚା ଜୋର ।

ମୋଟ୍‌ ଉପରେ ବିଜେଡି ଉପରେ ଏବେ ପୂରା ରାଜ୍ୟର ନଜର । କାରଣ ଗୋଷ୍ଠୀ କନ୍ଦଳ ଦଳରେ ଏତେ ଉଗ୍ର ରୂପ ନେଲାଣି ଯେ ଗୋଟିଏ ଜାଗାରେ ଅନେକ ଆଶାୟୀ ରହିଲେଣି । ତେଣୁ କାହାକୁ ବି ଅସନ୍ତୋଷ କରିବାକୁ ଚାହୁଁନି ଦଳ । ତେଣୁ ଭାବିଚିନ୍ତି ଦଳ ପଦକ୍ଷେପ ନେଉଥିବା ଚର୍ଚ୍ଚା ଜୋର ।
 


 

୩୦ ଲକ୍ଷ ଜରିମାନା
13m ago
୩୦ ଲକ୍ଷ ଜରିମାନା ସହ ଗୋଟିଏ ମ୍ୟାଚ ପାଇଁ ଅଧିନାୟକ ଋଷଭ ପନ୍ତ ନିଲମ୍ବିତ
ଅର୍ଗସ ବ୍ୟୁରୋ: ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା । ଦଳର କ୍ୟାପଟେନ୍ ରିଷଭ ପନ୍ତ ଚଳିତ ଆଇପିଏଲର ଗୋଟିଏ ମ୍ୟାଚରୁ ସସପେଣ୍ଡ ହୋଇଛନ୍ତି । ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ସ୍ଲୋ ବୋଲି
MODI
ବିଜେଡି ସରକାରକୁ ଧୋଇଦେଲେ ମୋଦି
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଶାସନ କରୁଛି କିଏ ? ନବୀନ ବାବୁ ସିଏମ ଅଛନ୍ତି ହେଲେ ସୁପର ସିଏମ ଅନ୍ୟ ଜଣେ । ରାଜ୍ୟର ସରକାର ଏବେ ପୂରା ଆଉଟ ସୋର୍ସିଂ ହୋଇଯାଇଛି । ଫୁଲବାଣୀ, ବଲାଙ୍ଗିର ପରେ କିଛ
CM NAVEEN PATNAIK
ବଲାଙ୍ଗିର ପହଞ୍ଚୁ ପହଞ୍ଚୁ ବର୍ଷିଲେ ମୋଦି, ବିଜେଡି ଯିବାର କାଉଣ୍ଟ ଡାଉନ୍‌ ଆରମ୍ଭ !
ଅର୍ଗସ ବ୍ୟୁରୋ : ଆକ୍ରମଣ ହେଲା ଆହୁରି ଶାଣିତ । ନବୀନଙ୍କ ନାଁନେଇ ପ୍ରଶ୍ନ ଉପରେ ପ୍ରଶ୍ନ କଲେ ମୋଦି । ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନରେ ଥଥମମ ବିଜେଡି ନେତା । ମଂଚରେ ଚଢୁଚଢୁ ସିଧା କହିଲେ, ଏଥ