ବିଜେଡିରେ ଏବେ ବି ପାଣ୍ଡିଆନଙ୍କ ରହିଛି କି ଦବଦବା ?
by Argus News
Thu, Jun 20 | 7:41 p.m.

ଅର୍ଗସ ବ୍ୟୁରୋ : ୨୪ ବର୍ଷର ଶାସନ, କେବଳ ଜଣଙ୍କ ପାଇଁ କ୍ଷମତାଚ୍ୟୁତ ହେଲା ବିଜେଡି । ଯାହାକୁ ନେଇ ଦଳରେ ଚାପା ଅସନ୍ତୋଷ ବି ହେଲା । ତୁରନ୍ତ ତାଙ୍କୁ ଦଳରୁ ବାହାର କରିବାକୁ ଚାପ ବଢିଲା । ହେଲେ ଏହାରି ଭିତରେ ଯେଉଁ ଖବର ସାମ୍ନାକୁ ଆସୁଛି ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । କାରଣ ବିଜେଡିରେ ଏବେ ବି ବଳବତ୍ତର ରହିଛି ପାଣ୍ଡିଆନଙ୍କ ପତିଆରା ? ନିର୍ବାଚନରେ ଦଳର ବିପର୍ଯ୍ୟୟ ହେଲା କିନ୍ତୁ ଏଯାଏଁ ତାହାର କାଳେ ସମୀକ୍ଷା ହୋଇନି । ଏବେ ବି ପାଣ୍ଡିଆନ କଥା ପଚାରିଲେ ମୁହଁ ଖୋଲୁ ନାହାନ୍ତି ନେତା । ପରାଜୟ ପରେ ବିଜେଡି ଶିବିରରେ ଅସମ୍ଭବ ନିରବତା ଖେଳିଯାଇଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ବିଜେଡି ହାରିବା ପରେ ଦଳରେ ଏବେ ପ୍ରବଳ ଅସନ୍ତୋଷ । କେମିତି ଦଳ ହାରିଲା ? କାହିଁକି ହାରିଲା ? କିଛି ଏମିତି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । କାରଣ ଦଳ ହାରିବା ପରେ  ପାଣ୍ଡିଆନ ଏବଂ ଗୋଟିଏ ନିର୍ଦ୍ଧିଷ୍ଟ ଗୋଷ୍ଠୀ ବିରୋଧରେ ତୀବ୍ର ହୋଇଥିଲା ଅସନ୍ତୋଷ। ଏମିତି କି ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ବି ପଡ଼ିଥିଲା ପାଣ୍ଡିଆନ ବିରୋଧୀ ନାରା । ହେଲେ ପରେ ପାଣ୍ଡିଆନଙ୍କୁ ନବୀନଙ୍କ କ୍ଲିନ୍ ଚିଟ୍, ଏମିତିକି ପାଣ୍ଡିଆନଙ୍କୁ ଦୋଷ ନଦେବାକୁ ନିବେଦନ କରିଥିଲେ ବିଜେଡି ସୁପ୍ରିମୋ। ଏହାସହ ଦଳ ହାରିବା ପଛର କାରଣ ଖୋଜା ଚାଲିଛି ବି କହିଥିଲେ । କିନ୍ତୁ କାହିଁକି ଦଳ ହାରିଲା ସେନେଇ ଏବେ ସୁଦ୍ଧା କୌଣସି ରିପୋର୍ଟ ଦିଆଯାଇନି ବୋଲି ଜଣାପଡ଼ିଛି । ହେଲେ ଦଳର ବରିଷ୍ଠ ନେତା ପ୍ରତାପ ଦେବଙ୍କୁ ଏକଥା ପଚାରିବାରୁ ସେ ଫିଡକି ଯିବା ସହ ଦଳର ଆଭ୍ୟନ୍ତରୀଣ କଥା ମିଡିଆକୁ କାହିଁକି କହିବୁ ବୋଲି ଓଲଟି ପ୍ରଶ୍ନ କରିଥିଲେ ।

ସାଧାରଣ ନିର୍ବାଚନର ଫଳ ବାହାରିବାର ପାଖାପାଖି ୧୫ ଦିନ ବିତିଲାଣି । କିନ୍ତୁ ପରାଜୟର କାରଣ ଖୋଜିପାରୁନି ବିଜେଡି । ପରାଜୟର ୧୫ ଦିନ ପରେ ବି ନା ସମୀକ୍ଷା ବୈଠକ ବସି ପାରିଲା ନା ଫାକ୍ଟ ଫାଇଣ୍ଡିଂ କମିଟି ଗଠନ ହୋଇପାରିଲା । ଏତେ ସବୁ ପରେ ବି ପାଣ୍ଡିଆନଙ୍କ କଥା ପଚାରିଲେ ଏଡାଇ ଯାଉଛନ୍ତି ବିଜେଡି ନେତା । କିନ୍ତୁ ସେମାନେ କାହିଁକି ମୁହଁ ଖୋଲୁନାହାନ୍ତି ତାହାକୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି ।

ଏପଟେ ବିରୋଧୀ ଦଳ ନେତା ପାଇଁ ଗତକାଲି ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା । ଆଉ ନବୀନଙ୍କୁ ବିରୋଧୀ ଦଳର ନେତା ଭାବରେ ନିର୍ବାଚିତ କରାଯାଇଛି । କଥାହେଲା ମୁଖ୍ୟମନ୍ତ୍ରୀ ଥିବା ବେଳେ ନବୀନ ବିଧାନସଭାରେ ନିୟମିତ ଉପସ୍ଥିତ ରୁହନ୍ତି ନାହିଁ । ହେଲେ ଏବେ ଗୁରୁଦାୟିତ୍ଵ ମିଳିବା ନବୀନଙ୍କୁ ନେଇ ଚର୍ଚ୍ଚା ଜୋର ହୋଇଛି । ସେପଟେ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ବି ଭୁବନେଶ୍ୱରରେ ରହିବା ସହ ନବୀନ ନିବାସକୁ ମଧ୍ୟ ଯିବା ଆସିବା କରୁଥିବା କୁହାଯାଉଛି । ତେଣୁ ଆଗକୁ ବିଜେଡି ପାଣ୍ଡିଆନ ସିଣ୍ଡ୍ରୋମରୁ କେତେଦୂର ମୁକୁଳି ପାରୁଛି, ତା ଉପରେ ନଜର ।
 

ପ୍ଲାଣ୍ଟରେ ବିସ୍ଫୋରଣ
23m ago
ନିଆଁ ପିଣ୍ଡୁଳା ସଫେଇ ସମୟରେ ଅଘଟଣ; 5 ଗୁରୁତର
ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ । Sms 1 ରେ ଘଟିଛି ବିସ୍ପୋରଣ । ସକାଳ ୯ ସମୟରେ sms 1 ରେ ସେଡ଼ରେ ନିଆଁ ପିଣ୍ଡୁଳା ସଫେଇ ସମୟରେ ଘଟିଛି ବିସ୍ଫୋରଣ । ବିସ୍ଫୋରଣର
ଭରତପୁର ଥାନା ଘଟଣା
39m ago
ଭରତପୁର ଥାନା ଘଟଣା:ଗୁଜୁରାଟରେ  ୫ ପୋଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ
ଅର୍ଗସ ବ୍ୟୁରୋ:ଭରତପୁର ଥାନା ଘଟଣାକୁ ନେଇ ଏବେବି ଜାରି ରହିଛି ସସ୍ସପେନ୍ସ,ସତ ପାଇଁ ଚାଲିଛି ମହାନାଟକ,କେବେ ଧରାପଡିବ ସତ,ସାଧାରଣରେ ଉଠିଛି ପ୍ରଶ୍ନ। ଫଳାଫଳ ଉପରେ ରହିଛି ସମସ୍ତଙ୍କ ନଜର
ବିଦ୍ୟାଳୟରେ ତାଲା
ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର, ବିଦ୍ୟାଳୟରେ ପଡିଲା ତାଲା
ମାଲକାନଗିରି: ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର । ବିଦ୍ୟାଳୟରେ ପଡିଲା ତାଲା । ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପଢିଲେ ପାଠ । ନାମକୁ ମାତ୍ର ପ୍ରଧାନଶିକ୍ଷକ । ଦିନେ ହେଲେ ମଧ୍