ସମସ୍ତଙ୍କୁ ଗୋଟାଉଛି ବିଜେଡି : ଏତେ ଟିକଟ ଦେବ କେମିତି ?
by Argus News
Tue, Mar 26 | 4:36 p.m.

ଅର୍ଗସ ବ୍ୟୁରୋ: ଶାସକଦଳକୁ ଏବେ ଆମଦାନୀ ନେତାଙ୍କ ଜବରଦସ୍ତ ଟେନସନ୍‌ । କାରଣ ଯେଉଁ ଦଳରୁ ପାଇଲା ସେଇ ଦଳରୁ ନେତା ଗୋଟାଇଲା । ସ୍ଥିତି ଏମିତି ହେଲାଣି ଯେ ଥଇଥାନ କରିବା ଚକ୍କରରେ ଗୋଷ୍ଠୀ କନ୍ଦଳ ହୁ ହୁ ହୋଇ ବଢୁଛି । ସେଇଥି ଲାଗି ତ କାହାକୁ ଦଳ ଟିକଟ ଦେବ ସେଇ ଟେନସନ୍‌ରେ ଦଳ ।  କାରଣ ପାରାଦୀପରେ ବାପି ସର୍ଖେଲଙ୍କ ପତ୍ନୀ, ନୂଆପଡ଼ାରେ ଅଧିରାଜ ପାଣିଗ୍ରାହୀ, କେନ୍ଦ୍ରାପଡ଼ାରେ ଅଂଶୁମାନ ମହାନ୍ତି ଦଳରେ ସଜସଜ ସାମିଲ    ହୋଇଛନ୍ତି । ଆଉ ସେମାନଙ୍କୁ ଟିକଟ ଦେବା ନେଇ ଦଳ ଚିନ୍ତା କରୁଛି । କିନ୍ତୁ ସେମାନେ ଟିକଟ ପାଇଲେ ପୂର୍ବରୁ ଯେଉଁ ନେତା ଓ କର୍ମୀ ଦଳ ଲାଗି କାମ କରିଛନ୍ତି ସେମାନଙ୍କର ଭାଗ୍ୟ କଣ ହେବ ତାହାକୁ ନେଇ ଟେନସନ୍‌ରେ ଖୋଦ ବିଜେଡି ସୁପ୍ରିମୋ । 

ଯେତିକି ତ ଥିଲେ ଥିଲେ ଏବେ ପୁଣି ଅନ୍ୟ ଦଳରୁ ନେତା ଆଣି ଦଳରେ ସାମିଲ କରୁଛି ବିଜେଡି । ସାମିଲ କରିବାରେ କୌଣସି ଭୁଲ ନାହିଁ । ହେଲେ ଏତେ ନେତାଙ୍କୁ କେମିତି ଥଇଥାନ କରିବ ସେନେଇ ଶୀର୍ଷ ନେତୃତ୍ଵ ବି ଚିନ୍ତାରେ । ଗ୍ରାଉଣ୍ଡରେ ବି ଏହାକୁ ନେଇ କେଁ ରହିଛି । କାରଣ କର୍ମୀ ଓ ପୁରୁଖା ନେତା ସିଧାସଳଖ କହୁଛନ୍ତି ଦଳ ଯାହାକୁ ଟିକଟ ଦେଉଛି ଦେଉ ହେଲେ ନୂଆ ନେତାଙ୍କୁ ନଦେଉ । କାରଣ ସେମାନେ କିଛି ପରିଶ୍ରମ କରିନାହାନ୍ତି, କେବଳ ଫାଇଦା ପାଇଁ ଦଳକୁ ଆସିଛନ୍ତି । ତେଣ଼ୁ ଟିକଟ ଦେଲେ ଅସନ୍ତୋଷ ବଢିବା ସହ ବିଦ୍ରୋହ ବି ବଢିବ ବୋଲି କର୍ମୀ କହିଲେଣି ।  


ଗୁରୁତ୍ଵପୂର୍ଣ୍ଣ କଥା ହେଲା, ୧୯ ନିର୍ବାଚନରେ ଦଳକୁ ଯେଉଁମାନେ ହରାଇଥିଲେ ଆଜି ସେମାନଙ୍କୁ ରେଡ୍‌ କାର୍ପେଟ୍‌ ଦେଇ ବିଜେଡି ସ୍ଵାଗତ କରିଛି । ଖାଲି ସ୍ଵାଗତରେ କଥା ସରିନି ବରଂ ତାଙ୍କୁ କାଳେ ଟିକଟ ଦେବା ପାଇଁ ଅଙ୍କକଷା ଯାଉଛି ବୋଲି ଚର୍ଚ୍ଚା ହେଉଛି । ସେଇଥି ଲାଗି ତ ବିରୋଧ ହେଉ ଥିବା ଚର୍ଚ୍ଚା ଜୋର । କାରଣ ଖଡିଆଳ, ପାରାଦ୍ଵୀପ, ନୟାଗଡ଼, ରାଜନଗର ଆଦି ଆସନରୁ ବିରୋଧୀ ଦଳରେ ଥିବା ନେତାଙ୍କୁ ଦଳ ଏବେ ନିଜ ପାଖକୁ ଆଣିଛି । ପୂର୍ବରୁ ବିରୋଧୀଙ୍କୁ ଦଳରେ ସାମିଲ କରିଥିବାରୁ ତେଲକୋଇର ଷ୍ଟାଣ୍ଡିଂ ଏମଏଲଏ ଦଳ ଛାଡି ଦେଇଥିଲେ । ତେଣୁ ଗୋଟିଏ କଥା ସ୍ପଷ୍ଟ, ବାହାର ନେତାଙ୍କୁ ଗୋଟାଇବ ତ ବିଦ୍ରୋହ ବଢିବ । ହେଲେ ଏବେ ଦଳ କରିବ କଣ ? ତାହାକୁ ନେଇ ବଢିଲାଣି ଚର୍ଚ୍ଚା ।
 

SHREE MANDIR
ଅନ୍ଧାରରେ ଶ୍ରୀମନ୍ଦିର, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ଅର୍ଗସ ବ୍ୟୁରୋ : ଅନ୍ଧାରରେ ଶ୍ରୀମନ୍ଦିର । ଅନ୍ଧାରରେ ଶ୍ରଦ୍ଧାଳୁ । ପ୍ରାୟ ୧୫ ମିନିଟ୍ ଲାଇନ୍ କଟିବା ଯୋଗୁଁ ଶ୍ରୀମନ୍ଦିର ଭିତରେ ଅନ୍ଧାର । ପାୱର ଟ୍ରିପ୍ ଯୋଗୁଁ ଅନ୍ଧାର ହୋଇଥିବା ସୂଚନା
AAP LEADER
ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମେ’ ୨୧ ପର୍ଯ୍ୟନ୍ତ ବୃଦ୍ଧି
ଅର୍ଗସ ବ୍ୟୁରୋ : ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି । ଦିଲ୍ଲୀ ମଦ ଦୁର୍ନୀତି ମାମଲା ମାମଲାରେ ଗିରଫ ସିସୋଦିଆଙ୍କ ଜେଲ୍ ଅବଧି ମେ ୨୧ ଯାଏ ବୃଦ୍ଧି କରିଛନ୍ତି କୋର୍ଟ
BJP
ବିଜେପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେବା ପାଇଁ କଲେ ନିବେଦନ
ଅର୍ଗସ ବ୍ୟୁରୋ : ଦେବଗଡ ସମେତ ଓଡ଼ିଶାରେ ରେଳ ଲାଇନ କାମରେ ଜମି ଅଧିଗ୍ରହଣରେ ରାଜ୍ୟ ସରକାର ବାଧକ ସାଜିଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲେ ଜମି ଅଧିଗ୍ରହଣ ସମସ୍ୟା ରହିବ ନାହିଁ । ଏଠାର