ବିଜେଡିକୁ ଗଂଜାମ ଟେନସନ୍‌ : ପ୍ରାର୍ଥୀ ହେବ କିଏ ?
by Argus News
Wed, Mar 27 | 5:50 p.m.

ଅର୍ଗସ ବ୍ୟୁରୋ : ବିଜେଡିକୁ ଗଂଜାମ ଟେନସନ୍‌ । ଜଣଙ୍କ ପରେ ଜଣେ ଛାଡୁଛନ୍ତି ଦଳ । ପ୍ରଥମେ ପ୍ରଦୀପ ପାଣିଗ୍ରାହୀ ବିଜେଡି ଛାଡି ବିଜେପିରେ ଯୋଗ ଦେଲେ । ପରେ ପରେ ବିଜେଡି ବିଦ୍ରୋହୀ ବିପିନ ପ୍ରଧାନ...ଆଉ ଏବେ ଟିକଟ୍ ଆଶାୟୀ ଥିବା ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ  ପଦ୍ମ ଧରିଛନ୍ତି । ଖାଲି ଏମାନେ ନୁହେଁ ବରଂ ଆଗାମୀ ଦିନରେ ଅନେକ ନେତା ବିଜେଡି ଛାଡି ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର । 

ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ବିଜେଡିର ଟେନସନ୍‌ ସେତିକି ସେତିକି ବଢୁଛି । କାରଣ ଦିନେ ଯେଉଁ ଗଡ଼ ବିଜେଡିର ଥିଲା ଆଜି ସେହି ଗଡ ବିଜେପିର ହେଲାଣି । କାରଣ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ତଥା ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହେବା ପରେ ଏବେ ସିଏ ବ୍ରହ୍ମପୁରରୁ ସେ ଦଳର ଲୋକସଭା ପ୍ରାର୍ଥୀ । କେବଳ ପ୍ରଦୀପ ନୁହନ୍ତି ବରଂ ଦିଗପହଣ୍ଡିରେ ବିଦ୍ରୋହୀ ସାଜି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡିକୁ ମାତ୍ ଦେଇଥିଲେ ବିପିନ ପ୍ରଧାନ । ଆଉ ଦଳ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପରେ ସେ ପଦ୍ମ କ୍ୟାମ୍ପକୁ ଡିଆଁ ମାରିଥିଲେ । କୁହାଯାଉଛି ଗଂଜାମରେ ବିଜେଡିର ଗଣିତ ବିଗାଡିବାରେ ସେ କାଫି । କେବଳ ବିପିନ ନୁହନ୍ତି ବରଂ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ଏବେ ମାଳ ମାଳ ଆଶାୟୀ ଆଉ ବିଦ୍ରୋହୀ । 

ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ମୈଦାନକୁ ଓହ୍ଲାଇବାକୁ କସରସ ଆରମ୍ଭ କଲେଣି ।  ହେଲେ ଏ କସରତ ଭିତରେ କେମିତି ଦଳ ଟିକଟ ବାଣ୍ଟିବ ସେନେଇ ଟେନସନ୍‌ରେ । କାରଣ କିଛି ବି ଏପଟ ସେପଟ ହେଲେ ଦଳ ହାରିବା ଥୟ । ମିଳିଥିବା ସୂଚନା ଅନୁସାରେ, ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନୀ ମଣ୍ଡଳୀରୁ ୪ ଆସନ ବ୍ରହ୍ମପୁର, ଛତ୍ରପୁର, ଦିଗପହଣ୍ଡି ଓ ଚିକିଟି ବିଜେଡି ପାଖରେ ରହିଛି । ମୋହନା କଂଗ୍ରେସ ପାଖରେ ଥିବା ବେଳେ ପାରଳାଖେମୁଣ୍ଡିରେ ଜିତିଥିଲା ବିଜେପି । ଆଉ ପ୍ରଦୀପ ବିଜେପିରେ ଯୋଗ ଦେବା ପରେ ଗୋପାଳପୁର ଆସନ ବିଜେଡି ପାଇଁ ମୁଣ୍ଡବିନ୍ଧା ପାଲଟିଛି । ପ୍ରଦୀପ ଯଦିଓ ବ୍ରହ୍ମପୁରରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଛନ୍ତି, କିନ୍ତୁ ପୁରା ଜିଲ୍ଲାରେ ରହିଛି ଦବଦବା। ତେଣୁ ଗଞ୍ଜାମ ଗଡ଼ ବଜାୟ ରଖିବା ଏବେ ବିଜେଡି ପାଇଁ ସବୁଠୁ ବଡ଼ ଟେନସନ।
 

DP
ବିଜେପିର ମୁଖ୍ୟମନ୍ତ୍ରୀ କିଏ ? ଧର୍ମେନ୍ଦ୍ର ଦେଲେ ଜବାବ
ଅର୍ଗସ ବ୍ୟୁରୋ : ଘୋଷଣା ହୋଇଗଲା ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ । ଓଡ଼ିଶାର ହିଁ ଜଣେ ମୁଖ୍ୟମନ୍ତ୍ରୀ ହେବେ, ଓଡ଼ିଆ ହେବେ । ପ୍ରେସମିଟ୍‌ ପରେ ସାମ୍ବାଦିକଙ୍କୁ ଏମିତ
MIGRANT
ବିକାଶର ମାନେ କ'ଣ ଦାଦନ ?
ଅର୍ଗସ ବ୍ୟୁରୋ : ବିଜେଡିର ବିକାଶ ଭେଳିକି ବନାମ ଧର୍ମେନ୍ଦ୍ରଙ୍କ ବିକାଶର ଲକ୍ଷ୍ୟ । କେମିତି ରାଜ୍ୟର ବିକାଶ ହେବ, ଦେଶର ନମ୍ବର ୱାନ ରାଜ୍ୟର ମାନ୍ୟତା ପାଇବ ସେନେଇ ଚିନ୍ତା କରୁଛି ବିଜେପି
NAVEEN PATNAIK
ଚ୍ୟାଲେଞ୍ଜ ଆକସେପ୍ଟ କଲେ 50-50 !
ଅର୍ଗସ ବ୍ୟୁରୋ : ମୋଦି ଆହ୍ଵାନ ଦେଇଥିଲେ ନବୀନ ବିନା କାଗଜରେ କଂଟାବାଞ୍ଜିର ୧୦ ଗାଁର ନାଁ କହିପାରିବେ କି ? ଆଉ ମୋଦିଙ୍କ ଗସ୍ତର ଠିକ୍‌ ପରଦିନ କଂଟାବାଞ୍ଜି ଗସ୍ତରେ ଗଲେ ମୁଖ୍ୟମନ୍ତ୍ର