'ସୁଜାତାଙ୍କୁ ପଦବୀରୁ ନିଲମ୍ବନ ସହ ରାଜ୍ୟରୁ ତଡିପାର କରାଯାଉ'
by Argus News
Wed, May 29 | 7:58 p.m.

ଅର୍ଗସ ବ୍ୟୁରୋ:  ଭାରତୀୟ ନିର୍ବାଚନ କମିସନଙ୍କ ପାଖରେ ଫେରାଦ ହେଲା ବିଜେପି ।  ବିଜେପିର ବରିଷ୍ଠ ନେତା ଓମ ପାଠକ   ସୁଜାତା କାର୍ତ୍ତିକ ରାଉତଙ୍କ ନାଁରେ ଆଣିଲେ ଅଭିଯୋଗ । ପୂର୍ବରୁ ECIଙ୍କ କାର୍ଯ୍ୟନୁଷ୍ଠାନ ସତ୍ତ୍ୱେ ବର୍ତ୍ତମାନ ମଧ୍ୟ ନିର୍ବାଚନରେ ବିଜେଡିକୁ ସହଯୋଗ କରୁଛନ୍ତି ସୁଜାତା ।

ତେଣୁ ତାଙ୍କୁ ନିଜ ପଦବୀରୁ ନିଲମ୍ବନ ସହ, ରାଜ୍ୟରୁ ତଡିପାର କରାଯାଉ । ଯେମିତି ସେ ଆଉ ନିର୍ବାଚନରେ ବିଜେଡିକୁ ସହଯୋଗ କରିପାରିବେନି । ସେ ତାଙ୍କ ସ୍ୱାମୀ ପୂର୍ବତନ IAS ତଥା ବର୍ତ୍ତମାନର ବିଜେଡି ନେତାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରୁଛନ୍ତି ।   ନିର୍ବାଚନରେ ସ୍ୱଚ୍ଛତା ପାଇଁ ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ ତିନି ଜଣ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । 
ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଡିଏସ କୁଟ୍ଟେ ଓ IPS ଆଶିଷ ସିଂହ ପୂର୍ବରୁ ମିଶନ ଶକ୍ତିର ଅଧ୍ୟକ୍ଷ ସୁଜାତା କାର୍ତ୍ତିକେୟନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ECI ନିର୍ଦ୍ଦେଶ ଦେଇଛନ୍ତି । 

ଏହି ତିନି ଅଫିସର ଭାରତୀୟ ନିର୍ବାଚନ କମିସନଙ୍କ ଆଦର୍ଶ ଆଚରଣ ବିଧି ଉଲଂଘନ କରିବା ସହ ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଟକ୍ଟ ରୁଲ୍ କୁ ବି ଉଲଂଘନ କରୁଛନ୍ତି । ସରକାରୀ ଚାକିରିରେ ଥିବା ପରେ ବି ସ୍ଵାମୀଙ୍କ ପାଇଁ ବିଜେଡି ପ୍ରଚାରରେ ଲାଗିଥିଲେ । ଖାଲି ପ୍ରଚାରରେ ଲାଗିଥିଲେ ତାହା ନୁହେଁ ବରଂ ଏସଏଚ୍‌ଜି ମହିଳାଙ୍କୁ ଭୋଟ୍‌ ଦେବାକୁ ବାଧ୍ୟ କରୁଥିଲେ । ଏନେଇ ଥିରେ କି ଦୁଇଥର ନୁହେଁ ବରଂ ବାରମ୍ବାର ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ହୋଇଥିଲା । ସେଇଥି ଲାଗି ସୁଜାତା କାର୍ତ୍ତିକେୟନଙ୍କ ପଦ ଯାଇଥିଲା । 

ସରକାରୀ ଚାକିରିରେ ଥିବା ପରେ ବି ସ୍ଵାମୀଙ୍କ ପାଇଁ ବିଜେଡି ପ୍ରଚାରରେ ଲାଗିଥିଲେ । ଖାଲି ପ୍ରଚାରରେ ଲାଗିଥିଲେ ତାହା ନୁହେଁ ବରଂ ଏସଏଚ୍‌ଜି ମହିଳାଙ୍କୁ ଭୋଟ୍‌ ଦେବାକୁ ବାଧ୍ୟ କରୁଥିଲେ । ପୂର୍ବରୁ  ଏନେଇ ଥିରେ କି ଦୁଇଥର ନୁହେଁ ବରଂ ବାରମ୍ବାର ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ହୋଇଥିଲା । ସେଇଥି ଲାଗି ସୁଜାତା କାର୍ତ୍ତିକେୟନଙ୍କ ପଦ ଯାଇଥିଲା । 

ପେଟ୍ରୋଲ ଢାଳି
12m ago
ପେଟ୍ରୋଲ ଢାଳି ଆଥଲେଟଙ୍କୁ ନିର୍ମମ ହତ୍ୟା
ଅର୍ଗସ ବ୍ୟୁରୋ: ନିର୍ଯାତନା ଏ ଶବ୍ଦ କେବଳ ଭାରତ ଭିତରେ ସୀମିତ ନୁହେଁ। ଏ ଶବ୍ଦ ସାରା ବିଶ୍ବରେ ନାରୀ ସମାଜ ଉପରେ ପ୍ରଭାବ ପକାଉଛି। ପୁରୁଷ କେବଳ ନିଜର ସୀମିତ ସ୍ବାର୍ଥ ପାଇଁ ନାରୀର ସ୍ବପ୍ନକ
ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ