ଓଡ଼ିଶାରେ ବିଜେପିକୁ ମିଳିପାରେ ୧୩ ଲୋକସଭା ଆସନ
by Argus News
Wed, Apr 17 | 1:42 p.m.

ଅର୍ଗସ ବ୍ୟୁରୋ: ଓଡ଼ିଶାରେ ମୋଦି ସୁନାମୀ । ନ୍ୟୁଜ୍ ଏକ୍ସ ପରେ ଏବିପି ସି ଭୋଟର ସର୍ଭେରେ ଓଡ଼ିଶାରେ ବିଜେପିକୁ ବଡ଼ ବିଜୟର ଆକଳନ । ଏବିପି ସି ଭୋଟର ସର୍ଭେ କହୁଛି ଓଡ଼ିଶାରେ ବିଜେପିକୁ ମିଳିପାରେ 13 ଲୋକସଭା ଆସନ। ବିଜେଡି ଜିତିପାରେ 7 ଆସନରେ, କଂଗ୍ରେସ ହାତକୁ ଯାଇପାରେ ଗୋଟିଏ ଆସନ । ସର୍ଭେ କହୁଛି ଓଡ଼ିଶାରେ ମୋଦି ଗ୍ୟାରେଣ୍ଟିକୁ ମିଳିପାରେ ବଡ଼ ସମର୍ଥନ । ନ୍ୟୁଜ ଏକ୍ସର ଓପିନିୟନ୍ ପୋଲ ଆକଳନ କରିଥିଲା ଓଡିଶାରେ ବିଜେପିକୁ ମିଳିପାରେ 14ଟି ଆସନ । 

ବିଜେଡିକୁ 7ଟି ଆସନ ମିଳୁଥିବା ବେଳେ କଂଗ୍ରେସ ଲୋକସଭାରେ ଖାତା ଖୋଲିପାରିବନି ବୋଲି ସର୍ଭେ କହୁଛି। ଗୋଟିଏ ପରେ ଗୋଟିଏ ଓପିନିୟନ ପୋଲରେ ବିଜେପି ଓଡିଶାରେ ଆଗରେ ଥିବା ଦର୍ଶାଉଛି । ପୂର୍ବରୁ 1 କୋଟିରୁ ଅଧିକ ସବସ୍କ୍ରାଇବର ଥିବା ତାମିଲ ଚ୍ୟାନଲ ପୁଥିୟାଥାଲାଇମୁରାଇ-ଦି ଫେଡେରାଲ୍ କରିଥିବା ସର୍ଭେରେ ବିଜେପିକୁ 54.90% ଭୋଟ ମିଳିପାରେ ବୋଲି ଆକଲ କରିଥିବା ବେଳେ ବିଜେଡିର ଭୋଟ ହାର 19.35 ରହିପାରେ ବୋଲି ଆକଲ କରିଥିଲା। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

PM
ମୁଁ ଏହି କୁନି ପିଲା ଦୁଇଜଣଙ୍କ ବଡ଼ ପ୍ରଶଂସକ ପାଲଟି ଯାଇଛି : ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : ପୁଣି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ । ସବୁବେଳେ ଚର୍ଚ୍ଚା ରହି ଆସିଛନ୍ତି ଆମ ପ୍ରଧାନମନ୍ତ୍ରୀ । ଆମେ ଆଜି କୋହୁଛି କୁନି ପ୍ରଧାନମନ୍ତ୍ରୀଙ୍କ କଥା । ଆଉ ଏହି କୁନ
MODI
ଆଜି ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ମୋଦିଙ୍କ ମାରାଥନ ପ୍ରଚାର
ଅର୍ଗସ ବ୍ୟୁରୋ : ଉତ୍ତର ପ୍ରଦେଶର ମୋଦିଙ୍କ ମାରାଥନ ପ୍ରଚାର । ଆଜି ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ନିର୍ବାଚନୀ ଜନସଭାରୁ ବିରୋଧୀ ସମାଜବାଦୀ ପାର୍ଟି ସମେତ ଇଣ୍ଡି ମେଣ୍
AMIT SHAH
'ଓଡ଼ିଶାରେ ଚାଲିଛି ଠେଲା ସରକାର '
ଅର୍ଗସ ବ୍ୟୁରୋ : ଓଡ଼ିଶା ଆସିଲେ, ନବୀନଙ୍କ ଉପରେ ବର୍ଷିଲେ । କେନ୍ଦ୍ରୀୟ ଯୋଜନାର ହିସାବ ଦେଲେ, ରାଜ୍ୟର ପାରିବାପଣିଆ ଦେଖାଇଦେଲେ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିବା ପର