କମ୍ପାଇବେ ବିଜେପି ନେତା, ବବିଙ୍କ ବଢାଇବେ ଅଡୁଆ
by Argus News
Sun, Apr 28 | 8:10 p.m.

ଅର୍ଗସ ବ୍ୟୁରୋ : କଳ୍ପନାଜଳ୍ପନାର ଅନ୍ତ ହେଲା, ବିଜେପି ପ୍ରାର୍ଥୀ ଘୋଷଣା କଲା । ପୂର୍ବରୁ ଯାହା ଚର୍ଚ୍ଚା ହେଉଥିଲା ଏବେ ସେଇୟା ହିଁ ହେଲା । ଅର୍ଥାତ୍‌ ବିଜେପିର ପ୍ରାର୍ଥୀ ହେଲେ ଅଭିନେତା ଅରିନ୍ଦମ ରାୟ । ସିଏ ପୁଣି ସାଲେପୁର ପରି ଚର୍ଚ୍ଚିତ ନିର୍ବାଚନମଣ୍ଡଳୀରୁ । ଖାଲି ସେତିକି ନୁହେଁ, ଖୋର୍ଦ୍ଧା ବିଧାସଭାକୁ ନେଇ ଚାଲିଥିବା ଛକାପଂଝାର ବି ଅନ୍ତ ଘଟିଛି । ବାଦ ବିବାଦ ସତ୍ୱେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେପି ଦେଇଛି ଟିକଟ । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି । 

ସାଲେପୁରରୁ ଏଥର ଲଢେଇ କରିବେ ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ । ପୂର୍ବରୁ ବିଜେଡିରେ ତାଙ୍କୁ ଅଣଦେଖା କରାଯାଉଥିବାରୁ ସେ ଦଳ ଛାଡିଦେଇଥିଲେ, ବିଜେପିରେ ସାମିଲ ହୋଇଥିଲେ । ବବିଙ୍କ ଭିଣୋଇ ହେବା ପରେ ବି ଦଳରେ ତାଙ୍କୁ ଯେମିତି ଭାବରେ ଅଣଦେଖା କରାଗଲା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଖାଲି ଚର୍ଚ୍ଚା ହୋଇଥିଲା ତାହା ନୁହେଁ ବରଂ ବିଜେଡିର ଗୋଟି ଗୋଟି ସତ ବାହାରେ ପଡିଥିଲା । କେମିତି ଦଳ ଚାଲୁଛି ? ଶାସନ କ୍ଷମତା କାହା ପାଖରେ ଅଛି ? କିଛି ଏମିତି ସତ ସବୁ ସାମ୍ନାକୁ ଆସିଥିଲା । ସେବେଠୁ ଚର୍ଚ୍ଚା ହେଉଥିଲା କି ଦଳ ଅରିନ୍ଦମଙ୍କୁ ପ୍ରାର୍ଥୀ କରିବ ବୋଲି । ଅନୁମାନ ସତ ହୋଇଛି, ଅରିନ୍ଦମଙ୍କୁ ଦଳ ପ୍ରାର୍ଥୀ କରିଛି ।

ଖୋର୍ଦ୍ଧା...ଏହି ଆସନକୁ ନେଇ ବି ଅନେକ ସମୟରେ ଚର୍ଚ୍ଚା ଚାଲେ । କାରଣ ଦଳ ଏହି ଆସନରୁ କାହାକୁ ପ୍ରାର୍ଥୀ କରିବ ? ସେନେଇ ଅନେକ ଅଙ୍କକଷା ହୋଇଥିଲା । ହେଲେ ସେ ଅଙ୍କର ସମାଧାନ ହୋଇଛି । ଜଗଦ୍ଦେବଙ୍କ ନାଁରେ ଦଳ ମୋହର ମାରିଛି । ମୋଟ୍‌ ଉପରେ ଜଗଦ୍ଦେବ ଜଣେ ଭଲ ସଂଗଠକ ହୋଇଥିବାରୁ ତାଙ୍କ ହାତରୁ ଗଡ ନେବା ବିଜେଡି ପାଖରେ ଅସମ୍ଭବ । ଠିକ୍‌ ସେହିପରି ଅରିନ୍ଦମଙ୍କ ବବିଙ୍କ ସହ ପାରିବାରିକ ସମ୍ପର୍କ ଥିବା ପରେ ବି ବିଜେଡିରେ ତାଙ୍କୁ ସମ୍ମାନ ମିଳିଲାନି ୟ। ତେଣୁ ଦଳ ଛାଡିବା ପରେ ସବୁ ଭିତ୍ତିରି କଥା ପଦାରେ ପଡିଗଲା । ତେଣୁ ଅରିନ୍ଦମ ଓ ଜଗଦ୍ଦେବଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ।

 

VILLAGES
27m ago
ମୌଳିକ ସୁବିଧାରୁ ବଞ୍ଚିତ ଥିବା ଯୋଗୁଁ ଭୋଟ ବର୍ଜନ ନିଷ୍ପତ୍ତି
ଅର୍ଗସ ବ୍ୟୁରୋ: ମୌଳିକ ସୁବିଧାରୁ ବଞ୍ଚିତ ଥିବା ଯୋଗୁଁ ଭୋଟ ବର୍ଜନ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଭିଲାପୁଟ, ଜାନିଗୁଡା ସେମିଳିଗୁଡାର ଲୋକେ ଭୋଟ୍ ବର୍ଜ
ଧର୍ମେନ୍ଦ୍ର ପ୍ରଧାନ
28m ago
ନବୀନ ବାବୁ ନିର୍ବାଚନ ହାରିବା ପାଇଁ ପ୍ରସ୍ତୁତ ରୁହନ୍ତୁ : ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ଡିଏମକେର ଭାଷା କହୁଛନ୍ତି ନବୀନ ବାବୁ । ରାଜ୍ୟରେ ଭାଷା, ସଂସ୍କୃତିର ଅନାଦର ହେଉଛି। ପ୍ରଶାସନ ନିୟନ୍ତ୍ରଣ ମୁଖ୍ୟମନ୍ତ୍ରୀଙ୍କ ହାତରେ ନାହିଁ । ସବୁ ଅଣଓଡ଼ି
ପୁଅକୁ ଡ୍ରଗ୍ସ
48m ago
ପୁଅକୁ ଡ୍ରଗ୍ସ ଦେଇ ଚୋରି କରିବାରେ ସାହାଯ୍ୟ କରୁଥିଲା ମା'
ଅର୍ଗସ ବ୍ୟୁରୋ: ମୁମ୍ବାଇ ପୋଲିସ ବାରମ୍ବାର ଚୋରି ଅପରାଧରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହାପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୋଲିସର ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛ