ମମିତାଙ୍କୁ ନ୍ୟାୟ ଦାବିରେ ବିଜେପି ପକ୍ଷରୁ ବୁଲିଲା ରଥ
by Argus News
Mon, Feb 26 | 12:07 p.m.

  କଳାହାଣ୍ଡି : ବହୁ ଚର୍ଚ୍ଚିତ ମମିତା ମେହେରଙ୍କୁ ନ୍ୟାୟ ଦାବି ଓ ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ପରିବର୍ତ୍ତନ ନେଇ ବିଜେପି ପକ୍ଷରୁ ମମିତା ରଥ ବୁଲୁଛି ।  ବିଗତ ୨ ବର୍ଷ ବିତିଗଲା  ମହାଲିଙ୍ଗସ୍ଥିତ ସନସାଇନ ସ୍କୁଲର ଅଧକ୍ଷ୍ୟା ମମିତା ମେହେର ହତ୍ୟା ଘଟଣାକୁ ଆଜି ପ୍ରାୟ ୨ ବର୍ଷରୁ ଉର୍ଦ୍ଧ୍ବ ଦିନ ପୁରି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିପାରି ନାହିଁ । ମମିତା ମେହେରଙ୍କ ବାପା ମାଆ ମଧ୍ୟ ସିବିଆଇ ତଦନ୍ତ ଦାବି କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାହା ମଧ୍ୟ ହୋଇନାହିଁ । ରାଜ୍ୟ ସରକାର ନିଜ ବିଧାୟକ ଓ ନିଜ ଦଳକୁ ଘଣ୍ଟ ଘୋଡାଇବା ପାଇଁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ମଧ୍ୟ ଜେଲରେ ହତ୍ୟା କରି ଆତ୍ମହତ୍ୟା ରୂପ ଦିଆଯାଇଥିଲା ।  ୨୫ ବର୍ଷର ବିଜେଡି ସରକାର ମାଆକୁ ସମ୍ମାନ ନାରା ଦେଉଥିବା ବେଳେ ଏହି ସରକାର ହିଁ ମହିଳା ମାନେ ଅଧିକ ଅନ୍ୟାୟ ଅତ୍ୟାଚାରର ଶିକାର ହେଉଛନ୍ତି । 

ଅଧିକ ପଢନ୍ତୁ : 

ସେହିଭଳି ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ଦାଦନ ସମସ୍ୟା ଏକ ପ୍ରମୁଖ ସମସ୍ୟା ଅଟେ । ଆଜି ଚାଷୀ କଟନି ଛଟନିର ଶିକାର ହୋଇ ଦଲାଲ ହାତରେ ନିଜ କଷ୍ଟ ଉପାର୍ଜିତ ଧାନକୁ ଟେକି ଦେବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟ ସରକାର ବିକାଶ ନାଁ ରେ କେବଳ କର୍ମୀ ଓ ଠିକାଦାର ପୋଷୁଛନ୍ତି । ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡି ସରକାରଙ୍କ ବିଧାୟକ ପ୍ରାୟ ୧୦ ବର୍ଷ ଶାସନାଧୀନ ଥିବା ବେଳେ ଆଜି ବି ପରିବର୍ତ୍ତନ ହୋଇନାହିଁ ।  ତେଣୁ ଆଜି ବିଜେପି ପକ୍ଷରୁ ମମିତା ମେହେରଙ୍କୁ ନ୍ୟାୟ ଏବଂ ନିର୍ବାଚନ ମଣ୍ଡଳୀରେ ପରିବର୍ତ୍ତନ ଯାତ୍ରା ଆରମ୍ଭ କରାଯାଇଛି । 


 

ଆଜି ଚାଷୀଙ୍କୁ
3m ago
ଆଜି ଚାଷୀଙ୍କୁ ମିଳିବ ସିଏମ୍ କିଷାନ ସହାୟତା
ଅର୍ଗସ ବ୍ୟୁରୋ: ନୂଆଁଖାଇ ଉପଲକ୍ଷେ ଚାଷୀଙ୍କ ପାଇଁ ଖୁସି ଖବର । ଆଜି ଚାଷୀଙ୍କୁ ସିଏମ୍ କିଷାନ ସହାୟତା ଭେଟି ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସିଏମ୍ କିଷାନ ସହାୟତା ଅନ୍ତର୍ଗତ ଉପକୃତ ହେବ
ଗଣପର୍ବ ନୂଆଁଖାଇକୁ
26m ago
ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା
ଅର୍ଗସ ବ୍ୟୁରୋ: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା । ଘର ଲିପା ପୋଛା ସହ ସାଜସଜ୍ଜା । କୃଷି ଭିତ୍ତିକ ଗଣପର୍ବକୁ ପାଳନ କରିବାକୁ ପ୍ରତି ଘରେ, ପ୍ରତି ପରିବାରର
ପେଟ୍ରୋଲ ଢାଳି
44m ago
ପେଟ୍ରୋଲ ଢାଳି ଆଥଲେଟଙ୍କୁ ନିର୍ମମ ହତ୍ୟା
ଅର୍ଗସ ବ୍ୟୁରୋ: ନିର୍ଯାତନା ଏ ଶବ୍ଦ କେବଳ ଭାରତ ଭିତରେ ସୀମିତ ନୁହେଁ। ଏ ଶବ୍ଦ ସାରା ବିଶ୍ବରେ ନାରୀ ସମାଜ ଉପରେ ପ୍ରଭାବ ପକାଉଛି। ପୁରୁଷ କେବଳ ନିଜର ସୀମିତ ସ୍ବାର୍ଥ ପାଇଁ ନାରୀର ସ୍ବପ୍ନକ