ସିଏମ୍ ଙ୍କ ସହ  ଶପଥ ଗ୍ରହଣ କଲେ ୧୩ ମନ୍ତ୍ରୀ
by Argus News
Thu, Oct 17 | 7:25 p.m.

 ନୂଆଦିଲ୍ଲୀ:  ହରିୟାଣାରେ ନୂଆ ସରକାର ଗଠନ କରିଛି ବିଜେପି । ତୃତୀୟ ଥର ପାଇଁ କ୍ଷମତାରେ ବିଜେପି ଏବଂ ଦ୍ବିତୀୟ ଥର ପାଇଁ ମୁଖ୍ୟ ମନ୍ତ୍ରୀ ହେଲେ ନାଏବ ସିଂ ସାଇନି । ପ୍ରଧାନମନ୍ତ୍ରୀ ମୋଦି, ଗୃହ ମନ୍ତ୍ରୀ ଅମିତ ଶାହା ଓ ଅନ୍ୟ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହରିୟାଣା ରାଜ୍ୟପାଳ, ବନ୍ଦରୁ ଦତ୍ତାତ୍ରେୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସିଏମ୍ ସାଇନି ଙ୍କ ସମେତ ୧୩ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମଧ୍ୟ ସୈନିଙ୍କ ଶପଥ ଉତ୍ସବରେ ଯୋଗ ଦେଇଛନ୍ତି।    ଐତିହାସିକ ଭାବେ ବାଜିମାତ୍ କରି ହରିୟାଣାରେ ନୂଆ ସରକାର ଗଠନ କରିଛି ବିଜେପି ...୩ୟ ଥର ପାଇଁ କ୍ଷମତାରେ ବିଜେପି ଏବଂ ୨ୟ ଥର ପାଇଁ ମୁଖ୍ୟ ମନ୍ତ୍ରୀ ହେଲେ ନାଏବ ସିଂ ସାଇନି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତି ରେ .ହରିୟାଣା ରାଜ୍ୟପାଳ, ବନ୍ଦରୁ ଦତ୍ତାତ୍ରେୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସିଏମ୍ ସାଇନି ଙ୍କ ସମେତ ୧୩ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ପ୍ରଥମ ଥର ପାଇଁ ହରିଅାଣାରେ କୈାଣସି ଦଳ ୩ୟ ଥର ପାଇଁ ସରକାର ଗଠନ କରିଛି...ହରିଆଣାର ଲଗାତାର ୨ ଥର ର ସରକାରକୁ ୩ୟ ଥରକୁ ଭଙ୍ଗ କରିବାର  ପରମ୍ପରା କୁ ବଦଳାଇ ଦେଇଛି ବିଜେପି..ଏହା ପଛରେ ରହିଛି ଦଳର ସାଙ୍ଗଠନିକ ଏକତା ସହିତ ଇଲେକସନ୍ ଷ୍ଟ୍ରାଟେଜି। ଓଡିଆ ନେତା ତଥା ମୋଦିଙ୍କର ବିଶ୍ବସ୍ଥ ସିପାହୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ରଣନୀତି ଓ କୌଶଳ ବଳରେ ସମସ୍ତ ଆକଳନ କୁ ଭୁଲ ପ୍ରମାଣିତ କରି  ହରିଆନା ରେ ଦଳକୁ ମିଳିଛି ହାଟ୍ରିକ୍ ବିଜୟ.. ଏଥିସହ ମୋଦିଙ୍କ ଗରିବ କଲ୍ୟାଣ ମିଶନ କୁ ହରିଆଣାର ଭୋଟର ଲଗାଇଛନ୍ତି ମୋହର। 
 ଚଣ୍ଡିଗଡର ପଞ୍ଚକୁଳାସ୍ଥିତ ସେକ୍ଟର ୫ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ଉତ୍ସବର ଭବ୍ୟ ଆୟୋଜନ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ। ଏଥିସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ଏନଡିଏ ମେଣ୍ଟର ସହଜୋଗୀ ଦଳ ମୁଖିଆମାନେ ମଧ୍ୟ ଯୋଗ ଦେଇଛନ୍ତି। ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମଧ୍ୟ ସୈନିଙ୍କ ଶପଥ ଉତ୍ସବରେ ଯୋଗ ଦେଇଛନ୍ତି।

OSSSC
11m ago
OSSSC ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: OSSSC ପରିଚାଳିତ ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତିର
ଦିନ ବେଳର
11m ago
ଦିନ ବେଳର ଖବର ସଂକ୍ଷେପରେ...
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020... ପୁନଃ ଗଠିତ ହେଲା ଟାସ୍କ ଫୋର୍ସ.. ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କଲେ ରାଜ୍
ହବିଷ୍ୟାଳି
13m ago
ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା
ଅର୍ଗସ ବ୍ୟୁରୋ: ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ବୃନ୍ଦାବତୀ ନିବାସର ବେସମେଣ୍ଟରେ ରହିବେ ୧୪୦ ହବିଶ୍ୟାଳି। ତେବେ ଆଜି ସୁଦ୍ଧା ସମସ୍ତ ତାଲିକ