ନୂଆଦିଲ୍ଲୀ: ଗୃହରେ ଥିବାବେଳେ ସିଢ଼ିରୁ ପଡ଼ିଗଲେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ । ରାହୁଲ ଗାନ୍ଧୀ ଠେଲିଦେଇଥିବା କଥା ନିଜ ପ୍ରତିକ୍ରିୟାରେ କହିଛନ୍ତି ପ୍ରତାପ ଷଡଙ୍ଗୀ । ରାହୁଲ ଗାନ୍ଧୀ ପ୍ରଥମେ ଜଣେ ସାଂସଦଙ୍କୁ ଠେଲିଦେଲେ । ସିଢି ପାଖରେ ମୁଁ ଠିଆ ହୋଇଥିବାରୁ ସେ ସାଂସଦ ଜଣଙ୍କ ମୋ ଉପରେ ପଡିଗଲେ । ଫଳରେ ମୁଁ ପଡିଗଲି ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ । ଦୁର୍ଘଟଣାରେ ତାଙ୍କ ମୁଣ୍ଡ ଫାଟିଯାଇ ପ୍ରବଳ ରକ୍ତସ୍ରାବ ହେଉଥିବାବେଳେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
#WATCH | Delhi | BJP MP Pratap Chandra Sarangi says, "Rahul Gandhi pushed an MP who fell on me after which I fell down...I was standing near the stairs when Rahul Gandhi came and pushed an MP who then fell on me..." pic.twitter.com/xhn2XOvYt4
— ANI (@ANI) December 19, 2024
ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ ଅଭିଯୋଗରେ ବିଜେପି ସାଂସଦ ପ୍ରତିବାଦ କରୁଥିବା ସମୟରେ ଏହି ଏଘଟଣ ଘଟିଛି । ସଂସଦ ଭିତରେ ଏପରି ଠେଲା ପେଲା, ପୁଣି ଜଣେ ସାଂସଦ ଆହତ ହେବାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।