ବିଜେପିର ଅଭିଯୋଗ, ଅଶାନ୍ତ କରିବାକୁ ବିଜେଡିର ଷଡ଼ଯନ୍ତ୍ର
by Argus News
Tue, Oct 01 | 7:32 p.m.

ଭଦ୍ରକ:  ବିଜେପି ଶାସନରେ ସାମ୍ପ୍ରଦାୟିକ ଅଶାନ୍ତି ଓଡିଶାର ଛବିକୁ ମଳିନ କରିଛି ବୋଲି ବିଜେଡିର ଅଭିଯୋଗ ପରେ ବିଜେପି କହିଲା ଭଦ୍ରକରେ ଅଶାନ୍ତି ପାଇଁ ବିଜେଡି କରିଥିଲା ଷଡ଼ଯନ୍ତ୍ର । କ୍ଷମତାରୁ ଯିବା ପରେ ସାଂପ୍ରଦାୟିକ ଦଙ୍ଗା କରିବାକୁ ଚେଷ୍ଟା କରୁଛନ୍ତି ନବୀନ । ଭଦ୍ରକ ହିଂସା ନେଇ ବିଜେଡିକୁ ଟାର୍ଗେଟ କଲା ବିଜେପି । କହିଲା ଠିକଣା ସମୟରେ କଡ଼ା ପଦକ୍ଷେପ ଯୋଗୁଁ ନିୟନ୍ତ୍ରଣକୁ ଆସିଲା ପରିସ୍ଥିତି । 24ବର୍ଷ ଶାସନରେ ହିଂସାକାଣ୍ଡର ପ୍ରମାଣ ରଖି ବିଜେଡିକୁ ଚୁପ କଲା ବିଜେପି । ଗ୍ରାଉଣ୍ଡରେ ସ୍ଥିତି ସମୀକ୍ଷା କଲେ ଡିଜି ।   ବିଜେଡି ଶାସନରେ ସାମ୍ପ୍ରଦାୟିକ ଅଶାନ୍ତି ଓଡିଶାର ଛବିକୁ ମଳିନ କରିଛି ବୋଲି ବିଜେଡିର ଅଭିଯୋଗ ପରେ  ବିଜେପି କହିଲା, ଭଦ୍ରକ ସାମ୍ପ୍ରଦାୟିକ ହିଂସା ପଛରେ ବିଜେଡି । ଜିଲ୍ଲା ସମୀକ୍ଷା ନାଁରେ ରାଜ୍ୟରେ ସାମ୍ପ୍ରଦାୟିକ ହିଂସା ପାଈଁ ଷଡଯନ୍ତ୍ର କରୁଛନ୍ତି ନବୀନ । କ୍ଷମତାରୁ ଯିବା ପରେ ସାଂପ୍ରଦାୟିକ ଦଙ୍ଗା କରିବାକୁ ଚେଷ୍ଟା କରୁଛନ୍ତି ନବୀନ ।  

ନବୀନ ବାବୁ ଯେଉଁ ମନ୍ତବ୍ୟ ଦେଉଛନ୍ତି ତାହା ଠିକ ନୁହେଁ. ଅତ୍ୟନ୍ତ ଦୁର୍ଭାଗ୍ୟଜନକ । 24ବର୍ଷ ଶାସନରେ ହିଂସାକାଣ୍ଡର ପ୍ରମାଣ ରଖି ବିଜେଡିକୁ ଚୁପ କଲା ବିଜେପି । କନ୍ଧମାଳ ଦଙ୍ଗା, 2017 ଭଦ୍ରକ ହିଂସା, ସମ୍ବଲପୁର ହିଂସା ବେଳେ ମୁଖ୍ୟମନ୍ତ୍ରୀ କିଏ ଥିଲେ ନବୀନ ବାବୁ ଭାବନ୍ତୁ ବୋଲି କହିଛି ବିଜେପି । କନ୍ଧମାଳ ଦଙ୍ଗାର ଯିଏ ମୁଖ୍ୟ ଅଭିଯୁକ୍ତ ସିଏ ବିଜେଡିର ରାଜ୍ୟସଭା ସାଂସଦ । କମିଶନ ତଦନ୍ତ ରିପୋର୍ଟ କାହିଁକି ଚାପି ରଖିଲେ. ନବୀନ ବାବୁ ତାହା ସ୍ପଷ୍ଟ କରନ୍ତୁ ବୋଲି ବିଜେପି କହିଛି । ଭଦ୍ରକରେ ଏବେ ଯାଏଁ ଗିରଫ ହୋଇଥିବା ଅଭିଯୁକ୍ତ ବିଜେଡିର ଆଗ ଧାଡ଼ିର ସଦସ୍ୟ । ତେଣୁ ଭଦ୍ରକ ହିଂସା ପଛରେ ବିଜେଡିର ହାତ ଥିବା ଅଭିଯୋଗ କରିଛି ବିଜେପି।  ଠିକଣା ସମୟରେ ଯଦି ବିଜେପି ସରକାର କଡା ପଦକ୍ଷେପ ନେଇନଥାନ୍ତେ ସ୍ଥିତି ଆଉଟ ଅଫ କଂଟ୍ରୋଲ ହୋଇଥାନ୍ତା ।   ଭଦ୍ରକରେ ହିଂସା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି ଡିଜି । ପ୍ରଥମେ ଧାମନଗର ପରେ ଭଦ୍ରକ ଯାଇ ସ୍ଥିତି ପରଖିଛନ୍ତି ଡିଜିପି ୱାଇବି ଖୁରାନିଆ। ସେ କହିଛନ୍ତି, 

-ସୋସିଆଲ ମିଡିଆରୁ ଦୂରେଇ ରୁହନ୍ତୁ, 
-ଅଯଥା କମେଣ୍ଟ କରନ୍ତୁନି । 
-ସାଧାରଣ ଲୋକ ଭୟଭୀତ ହେବା ଆବଶ୍ୟକ ନାହିଁ ।  
-ପରିସ୍ଥିତିକୁ ଲକ୍ଷ୍ୟ କରି ଇଣ୍ଟରନେଟ୍ ଓ ୧୬୩ ଧାରା ଅବଧି ବଢ଼ାଇ ଦିଆଯାଇପାରେ 
-ହିଂସାକାଣ୍ଡ ଘଟଣାରେ 8ଟି ମାମଲା ରୁଜୁ ହୋଇଛି 
-ମୋଟ ଗିରଫ ସଂଖ୍ୟା 33ରେ ପହଞ୍ଚିଛି ।
-ପୁରୁଣା ବଜାର ଅଞ୍ଚଳ ସହିତ ଧାମନଗର NAC ଅଞ୍ଚଳରେ 163 ଧାରା ଜାରି ରହିଛି
-ଇଣ୍ଟରନେଟ ସେବା ମଧ୍ୟ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବନ୍ଦ ରହିଛି
-ପୁରୁଣା ବଜାର ଓ ଧାମନଗରରେ 18 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ
-ଦୁଇ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ ମୃତୟନ
-ହିଂସା ଘଟଣାରେ ଯେଉଁ ମାନେ ଦୋଷୀ ଅଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ
 

ଜିଲ୍ଲାପାଳ କହିଛନ୍ତି ଜିଲ୍ଲାରେ ଶାନ୍ତି ବଜାୟ ରହିଛି । ଖୁବଶୀଘ୍ର ଜିଲ୍ଲାରେ ଇଣ୍ଟରନେଟ ସେବା ଦେବା ଉପରେ ଆଲୋଚନା ଚାଲିଛି ।   ତେବେ ଜିଲ୍ଲାରେ କେହି ମିଥ୍ୟା ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ଜିଲ୍ଲାପାଳ କହିଛନ୍ତି । 
 

ରାଜଧାନୀରେ
ରାଜଧାନୀରେ ଲଜ୍ଜା: ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
ଅର୍ଗସ ବ୍ୟୁରୋ: ରାଜଧାନୀରେ ଜଣେ ମହିଳାଙ୍କୁ କେତେକ ଚୋର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ହୋଇଛି। ଘରେ ମହିଳାଙ୍କ ସହ ତାଙ୍କ ଦୁଇ ବର୍ଷର ଛୁ
ମାହାଙ୍ଗା ଡବଲ
ମାହାଙ୍ଗା ଡବଲ ମର୍ଡର ଘଟଣା: ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ମଲିଲା ଆଶ୍ୱସ୍ତି
ଅର୍ଗସ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବତନ ଆଇନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ମଲିଲା ଆଶ୍ୱସ୍ତି। ସାଲେପୁର JMFC କୋର୍ଟଙ୍କ ରାୟକୁ ଖାରଜ କଲ
ଟେଷ୍ଟ ମ୍ୟାଚରେ
ଟେଷ୍ଟ ମ୍ୟାଚରେ ବିରାଟ କୋହଲିଙ୍କ ଆଉ ଏକ ବଡ଼ ଧମାକା
ଅର୍ଗସ ବ୍ୟୁରୋ: କାନପୁର ଟେଷ୍ଟ ମ୍ୟାଚରେ ଭାରତ ବାଂଲାଦେଶକୁ ହରାଇବା ସହ ଇତିହାସ ରଚିଛି। ଭାରତ କାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶରେ ୭ ୱିକେଟରେ ବିଜୟ ହାସଲ କରିଛି