କୋରେଇରେ ବବି ବାଣ୍ଟୁଛନ୍ତି କଳା ଟଙ୍କା !
by Argus News
Fri, May 17 | 9:47 p.m.

ଅର୍ଗସ ବ୍ୟୁରୋ:  ଯାଜପୁରରୁ ଜବତ ୫ କୋଟି ଟଙ୍କା ବବିଙ୍କର ? ମାଆଙ୍କୁ ଜିତାଇବାକୁ କଳା ଟଙ୍କା ବାଣ୍ଟୁଥିଲେ କି ବବି ? ଧରାପଡିବା ପରେ ଦୋଷ ମାନିବାକୁ ଲକ୍ଷାଧିକ ଟଙ୍କା ଦିଆଯାଇଥିବା ନେଇ ସଙ୍ଗୀନ ଅଭିଯୋଗ ।

ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଯାଜପୁରରୁ ଯାଇ ସମ୍ବଲପୁରରେ ଲୋକସଭା ପ୍ରାର୍ଥୀ ହେଲେଣି, ପାଣ୍ଡିଆନ ସାଙ୍ଘାତିକ ହଇରାଣ ବି କଲେଣି । ହେଲେ ବି ନିଜ ମନ୍ଦବୁଦ୍ଧି ଛାଡିପାରୁନାହାନ୍ତି ବବି । ଗୋଡହାତ ତଳେ ପଡ଼ି କୋରେଇ ଆସନରୁ ନିଜ ମାଆଙ୍କୁ କରିଛନ୍ତି ବିଧାନସଭା ପ୍ରାର୍ଥୀ । ଯେହେତୁ ସମ୍ବଲପୁରରୁ ସେ ହାରୁଛନ୍ତି ତେଣୁ କୋରେଇ ଜିତିବାକୁ ବବି ଖଟାଉଛନ୍ତି ସବୁ ଶକ୍ତି । କଳେ ବଳେ କୌଶଳେ ନିର୍ବାଚନ ବୈତରଣୀ ପାର ହେବାକୁ ସେ ଟଙ୍କା ବାଣ୍ଟି ଭୋଟ୍‌ କିଣିବା ପରି ହୀନ ଚକ୍ରାନ୍ତ କରିବାକୁ ବି ପଛାଇନାହାନ୍ତି । ଏ କଥା ଆମେ ନୁହେଁ ବରଂ ଅଭିଯୋଗ କରିଛନ୍ତି ବିରୋଧୀ ।

ଦୁଇ ଦିନ ତଳେ ଯାଜପୁରର ଜଣେ ଠିକାଦାରଙ୍କ କାରରୁ ରାଜଧାନୀରେ ଜବତ ହୋଇଥିଲା ୫ କୋଟି ଟଙ୍କା । ଭୁବନେଶ୍ଵର ଷ୍ଟେଟ୍ ବ୍ୟାଙ୍କ ମେନ୍ ବ୍ରାଞ୍ଚରେ ଏହି ସବୁ ଟଙ୍କା ବି ଗଣାଗଲା । ବିଜେପି କହିଛି ଟଙ୍କା ଜବତ ହୋଇଥିବା କାରର ମାଲିକ ଠିକାଦାର ନିହାର ମହାନନ୍ଦ ବବି ଦାସଙ୍କ ଖାସ୍ ଅନୁଗତ । ଯାଜପୁର ଜିଲ୍ଲାରେ ହଜାର ହଜାର କୋଟି ଟଙ୍କାର ପାହାଡ଼ କେଳେଙ୍କାରୀରେ ରହିଛି ଏହି ଠିକାଦାରଙ୍କ ହାତ । ଆଉ ସେ ଟଙ୍କା ସବୁ ଯାଉଥିଲା କୋରେଇକୁ । ଯଦି ଏହା ସତ ହୋଇଥାଏ ତାହାଲେ ସାଙ୍ଘାତିକ । 

କେବଳ କୋରେଇ ନୁହେଁ ସାରା ଓଡ଼ିଶାରେ ବିଜେଡିକୁ ଘାରିଛି ପରାଜୟ ଭୟ। କଳ ବଳ ସବୁ ପ୍ରୟୋଗ କରି ବି ଭୋଟରଙ୍କୁ ମନାଇବାରେ ବିଫଳ ବିଜୁ ଜନତା ଦଳ । ଏବେ ଶାସକ ଦଳ ପାଇଁ ଶେଷ ଅସ୍ତ୍ର ପାଲଟିଛି ଟଙ୍କା। ସାରା ରାଜ୍ୟରୁ ସାମ୍ନାକୁ ଆସୁଛି ବିଜେଡି ଟଙ୍କା ବଣ୍ଟା କେଳେଙ୍କାରୀର ଚିତ୍ର। ଶାସକ ଦଳ ଖୁଲମଖୁଲ୍ଲା ଟଙ୍କା ବାଣ୍ଟୁଛି ସେମାନଙ୍କର କୋଟି କୋଟି ଟଙ୍କା ଧରାପଡୁଛି। 
 

କେମିତି କଟିବ
now
କେମିତି କଟିବ ଆଜିର ଦିନ....ସତର୍କ ରୁହନ୍ତୁ ଏହି ରାଶି
ଅର୍ଗସ ବ୍ୟୁରୋ: ଆପଣଙ୍କ ଦିନଟି କେମିତି କଟିବ ସେ ପାଇଁ ଚିନ୍ତିତ କି? ତାହେଲେ ଚାଲନ୍ତୁ ଜାଣିବା। ମେଷ- ଶାରିରୀକ ସମସ୍ୟାରୁ ମୁକ୍ତି ପାଇବେ । ଜୀବନରେ ଉନ୍ନତି ପାଇଁ ନୂଆ ସୁଯୋ
ଆସନ୍ତା ଦୁଇ ଦିନ ମଧ୍ୟର
18m ago
ଆସନ୍ତା ଦୁଇ ଦିନ ମଧ୍ୟରେ ଅବପାତରେ ପରିଣତ ହେବ ଲଘୁଚାପ
ଅର୍ଗସ ବ୍ୟୁରୋ: ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଲଘୁଚାପ ଆହୁରି ଘନୀଭୂତ ହେବାକୁ ବଳଗୋଟାଉଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଅବପାତରେ ପରିଣତ ହେବ ଲଘୁଚାପ। ଉତ୍ତର-ପଶ୍ଚି
ଆଜି ଚାଷୀଙ୍କୁ
27m ago
ଆଜି ଚାଷୀଙ୍କୁ ମିଳିବ ସିଏମ୍ କିଷାନ ସହାୟତା
ଅର୍ଗସ ବ୍ୟୁରୋ: ନୂଆଁଖାଇ ଉପଲକ୍ଷେ ଚାଷୀଙ୍କ ପାଇଁ ଖୁସି ଖବର । ଆଜି ଚାଷୀଙ୍କୁ ସିଏମ୍ କିଷାନ ସହାୟତା ଭେଟି ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସିଏମ୍ କିଷାନ ସହାୟତା ଅନ୍ତର୍ଗତ ଉପକୃତ ହେବ