ପଞ୍ଜାବ କିଙ୍ଗ୍ସକୁ ୯ ରନ୍‌ରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ
by Argus News
Fri, Apr 19 | 7:50 a.m.

ଅର୍ଗସ ବ୍ୟୁରୋ : ପୁଣି ବିଜୟର ଧାରାକୁ ଫେରିଲା ମୁମ୍ବାଇ ଇଣ୍ଡିଆନ୍ସ । ୯ ରନରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ । ପଞ୍ଜାବ ଏବଂ ମୁମ୍ବାଇ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ମ୍ୟାଚରେ ମୁମ୍ବାଇ ବାଜି ମାରିଛି । ପ୍ରଥମେ ବ୍ୟାଟିଂ କରି ୭ ଓ୍ବିକେଟ ବିନିମୟରେ 192 ରନ କରିଥିଲା ମୁମ୍ବାଇ । ଜବାବରେ ପଞ୍ଜାବ ୧୯.୧ ଓଭରରେ ୧୮୩ ରନ କରି ଅଲଆଉଟ ହୋଇଯାଇଥିଲା । ସେପଟେ ମୁମ୍ବାଇର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଆଇପିଏଲରେ ୨୫୦ ମ୍ୟାଚ୍ ପୂରଣ କରିଛନ୍ତି । ବିରାଟ କୋହଲିଙ୍କ ପରେ ଦ୍ବିତୀୟ ଖେଳାଳି ଭାବେ ସେ ୬୫୦୦ ରନ ପୂରଣ କରିଛନ୍ତି ।

ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ପରେ ଯଶପ୍ରୀତ୍ ବୁମ୍‌ରା ଓ ଗେରାଲ୍ଡ କୋଏତ୍‌ଜେ ମିଳିତ ଭାବେ ୮ ଓଭରରେ ୫୩ ରନ୍ ବିନିମୟରେ ୬ ୱିକେଟ୍‌ ଦଖଲ କରି ମୁମ୍ବାଇକୁ ନିହାତି ଆବଶ୍ୟକ ବିଜୟ ଦେଇଛନ୍ତି । ପ୍ରୀତି ଜିଣ୍ଟାଙ୍କ ପଞ୍ଜାବ ଦଳ ପାଇଁ ଦୁଇ ଯୁବ ଭାରତୀୟ ଆଶୁତୋଷ ଶର୍ମା (୨୮ ବଲ୍‌ରୁ ୬୧ ରନ୍) ଓ ଶଶାଙ୍କ ସିଂହ (୨୫ ବଲ୍‌ରୁ ୪୧ ରନ୍) ଲଢ଼ିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇନାହିଁ । ବୁମ୍‌ରା ମ୍ୟାଚ୍‌ର ଶ୍ରେଷ୍ଠ‌ ଖେଳାଳି ପୁରସ୍କାର ପାଇଛନ୍ତି ।

ଅଧିକ ପଢନ୍ତୁ ଖେଳ ଖବର

ସଂକ୍ଷିପ୍ତ ସ୍କୋର୍‌: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୯୨/୭ (ସୂର୍ଯ୍ୟକୁମାର ୟାଦବ-୭୮, ରୋହିତ ଶର୍ମା-୩୬, ତିଳକ ବର୍ମା-୩୪*, ହର୍ଷଲ ପଟେଲ୍‌-୩/୩୧, ସାମ କରନ୍‌-୨/୪୧, କାଗ‌ିସୋ ରବାଡ଼ା-୧/୪୨)। ପଞ୍ଜାବ କିଙ୍ଗ୍ସ ୧୯.୧ ଓଭରରେ ୧୮୩ (ଆଶୁତୋଷ ଶର୍ମା-୬୧, ଶଶାଙ୍କ ସିଂହ-୪୧, ହରପ୍ରୀତ ବ୍ରାର-୨୧, ଯଶପ୍ରୀତ ବୁମ୍‌ରା-୩/୨୧, ଗେରାଲ୍ଡ କୋଏତ୍‌ଜେ-୩/୩୨, ଶ୍ରେୟସ‌ ଗୋପାଳ-୧/୨୬, ହାର୍ଦିକ ପାଣ୍ଡ୍ୟା-୧/୩୩, ଆକାଶ ମଧୱାଲ-୧/୪୬ )।
 

EMPLOYEES
24m ago
କମ୍ପାନୀରେ ବାରମ୍ବାର ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଘଟୁଛି ଅଘଟଣ
ଅର୍ଗସ ବ୍ୟୁରୋ: ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳ । ବାଲେଶ୍ଵରରେ ଛତୁ ଫୁଟିଲା ଭଳି ମାଳ ମାଳ ଚିଙ୍ଗୁଡ଼ି କମ୍ପାନୀ । କମ୍ପାନୀରେ ନିୟୋଜିତ ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳୁଛନ୍ତ
BAJRANG PARTY
49m ago
ଗୋମାଂସ କଟାକୁ ବିରୋଧ: ବଜରଙ୍ଗ ଦଳର କର୍ମୀଙ୍କୁ ଆକ୍ରମଣ, ୧୫ ଆହତ
ଅର୍ଗସ ବ୍ୟୁରୋ: ଧର୍ମକ୍ଷେତ୍ର କାକଟପୁରରେ ଗୋମାଂସ କଟାକୁ ନେଇ ବିବାଦ । ପବିତ୍ର ସମେଶ୍ୱର ମନ୍ଦିର ନିକଟର ଥିବା ବସ୍ତିରେ ଗୋମାଂସ କଟାକୁ ବିରୋଧ କରାଯିବାରୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ
TIGER
ବାରିପଦା ସହରରେ କଲରାପତରିଆ ବାଘ ଆତଙ୍କ
ଅର୍ଗସ ବ୍ୟୁରୋ: ବାରିପଦା ସହରରେ ବାଘ ଆତଙ୍କ ।ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ