ଆଖୁ ଚାଷୀଙ୍କ ପାଇଁ ଖୁସି ଖବର
by Argus News
Thu, Feb 22 | 7:04 a.m.

ଅର୍ଗସ ବ୍ୟୁରୋ : କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି । ଆଖୁ ଚାଷୀଙ୍କ ପାଇଁ ଆସନ୍ତା ଅକ୍ଟୋବର ୨୦୨୪ ରୁ ସେପ୍ଟେମ୍ବର ୩୦, ୨୦୨୫ ମଧ୍ୟରେ ଆଖୁର ମୂଲ୍ୟ ସ୍ଥିର କରିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ବର୍ଷ ପାଇଁ କ୍ୱିଣ୍ଟାଲ ପିଛା ୩୪୦ ଟଙ୍କା ସ୍ଥିର କରିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବ ବର୍ଷ ଏହି ମୂଲ୍ୟ ୩୧୫ ଟଙ୍କା ରହିଥିଲା, ଯାହା ଚଳିତ ବର୍ଷ କ୍ୱିଣ୍ଟାଲ ପ୍ରତି ୩୪୦ ଟଙ୍କାକୁ ବୃଦ୍ଧି ପାଇଛି । 

ଅଧିକ ପଢନ୍ତୁ ଭାରତ ଖବର

ଅନ୍ୟପଟେ ମହିଳା ସୁରକ୍ଷା ଉପରେ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର କ୍ୟାବିନେଟ ୨୦୨୧-୨୨ରୁ ୨୦୨୫-୨୬ ମଧ୍ୟରେ ମହିଳାଙ୍କ ପାଇଁ ମୋଟ୍ ୧ ହଜାର ୧୭୯.୭୨ କୋଟି ଟଙ୍କା ମୂଲ୍ୟରେ 'ମହିଳାଙ୍କ ସୁରକ୍ଷା' ଉପରେ umbrela ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି । ସେହିପରି ମୋଟ ପ୍ରକଳ୍ପର ଆକଳନରୁ 885.49 କୋଟି ଟଙ୍କା MHA ନିଜ ବଜେଟରୁ ପ୍ରଦାନ କରାଯିବ ଏବଂ ନିର୍ଭୟ ପାଣ୍ଠିରୁ କ୍ୟାବିନେଟ୍ 294.23 କୋଟି ଟଙ୍କା ପ୍ରଦାନ କରାଯିବ ।

ଓଡ଼ିଶା ପ୍ରଦେଶ କଂଗ୍ରେସ
1m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି
ରାଜଧାନୀରେ କୋଷ୍ଟଗାର୍ଡ
4m ago
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍
ରାଜ୍ୟରେ ଲାଗୁ ହେବ
33m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ