ଗତବର୍ଷ ନିଜାର ହତ୍ୟା ପରେ ଭାରତ ଓ କାନାଡା ମଧ୍ୟରେ ବଢିଥିଲା ବିବାଦ
by Argus News
Sat, May 04 | 12:24 p.m.

ଅର୍ଗସ ବ୍ୟୁରୋ : ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାର ହତ୍ୟା ଘଟଣାରେ କାନାଡା ପୋଲିସ ୩ଜଣ ଭାରତୀୟଙ୍କୁ ଗିରଫ କରିଛି । ଗତବର୍ଷ ନିଜାରଙ୍କୁ ହତ୍ୟା କରାଯାଇଥିଲା । ଏହାକୁ ନେଇ ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା । ଏପରିକି ନିଜାର ହତ୍ୟାକାଣ୍ଡରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ଅଭିଯୋଗ କରିଥିଲେ । କିନ୍ତୁ ଭାରତ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କୁହାଯାଇଥିଲା ।

ସୂଚନା ଅନୁସାରେ, ପୋଲିସ କହିଛି ଯେ ତଦନ୍ତ ଆରମ୍ଭ ହେବା ପୂର୍ବରୁ ସେମାନେ ସେମାନଙ୍କୁ ଜାଣି ନଥିଲେ । ଆଇଆଇଆଇଟି ର ଅଧିକାରୀ ତଥା ଅଧୀକ୍ଷକ ମନଦୀପ ମୁକର ଏବଂ ଆରସିଏମପି ସହକାରୀ କମିଶନର ଡେଭିଡ୍ ଟେବଉଲ ଏବଂ ବ୍ରାୟନ ଏଡୱାର୍ଡସ ସାମ୍ବାଦିକଙ୍କ ସହ କଥାବାର୍ତ୍ତାରେ ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିବା ନିଶ୍ଚିତ କରିଛନ୍ତି । 

ଅଧିକ ପଢନ୍ତୁ ବିଦେଶ ଖବର

ସର୍ଚ୍ଚ ଅପରେସନ୍ ବେଳେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । କାନାଡା ଏହି ତିନି ଜଣଙ୍କୁ ଭାରତୀୟ ନାଗରିକ ବୋଲି ବର୍ଣ୍ଣନା କରୁଛି । ଜୁନ୍ ୨୦୨୩ ରେ କାନାଡାର ବ୍ରିଟିଶ କଲମ୍ବିଆରେ ଥିବା ଏକ ଗୁରୁଦ୍ୱାର ବାହାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। କାନାଡା ଏହି ହତ୍ୟାକାଣ୍ଡ ପାଇଁ ଭାରତକୁ ଦାୟୀ କରିଛି ।

 
 

CAR
now
କାର ଭିତରେ ରଖନ୍ତୁନି ଏହି ଜିନିଷ, ଘଟିପାରେ ବିସ୍ଫୋରଣ
ଅର୍ଗସ ବ୍ୟୁରୋ: ଦିନକୁ ଦିନ ତାତି ବଢ଼ି ବମି ଚାଲିଛି। ଏଭଳି ସ୍ଥିତିରେ ବାହାରକୁ ବାହାରିବା ମୁସ୍କିଲ। ଯଦି ଆପଣ କାରରେ ବି ବାହାରକୁ ଯାଉଛନ୍ତି, ତେବେ ତଥାପି ବି ଆପଣ ସତର୍
NOSE
25m ago
ନାକରୁ ଅତି ଗରମରୁ ରକ୍ତ ବାହାରେ ତେବେ ...
ଅର୍ଗସ ବ୍ୟୁରୋ: ଗରମ ଦିନରେ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଯାଇଥାଏ । ଆଉ ଅଧିକ ଗରମ ହେଲେ ନାକରୁ ରକ୍ତ ବାହାରି ଥାଏ । ତେବେ ଏହାକୁ କିପରି ରୋକି ପାରିବେ ଆସନ୍ତୁ ଜାଣିବା
ନିହଲପ୍ରସାଦ ନିକଟରେ
32m ago
ନିହଲପ୍ରସାଦ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ୨ମୃତ
ଅର୍ଗସ ବ୍ୟୁରୋ: ଢ଼େଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଟୋଲରପଶି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ