ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ, ପୁରୀରେ ଭକ୍ତଙ୍କ ପାଇଁ କାରପେଟ୍ ବ୍ୟବସ୍ଥା
by Argus News
Sat, Apr 27 | 1:02 p.m.

ପୁରୀ : ପୁରୀରେ ଭକ୍ତଙ୍କ ପାଇଁ କରାଗଲା କାରପେଟର ବ୍ୟବସ୍ଥା ।  ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ଡହ ଡହ ଖରାରେ କଲବଲ ହେଉଥିବା ଭକ୍ତଙ୍କ ପାଇଁ କାରପେଟ୍ ବ୍ୟବସ୍ଥା କରିଛି ପ୍ରଶାସନ । ଉତ୍ତର ଦ୍ବାର ନିକଟରୁ ଏକ ସରୁ କାରପେଟ୍ ବିଛା ଯାଇଥିବାବେଳେ ସିଂହଦ୍ଵାର ବ୍ୟାରିକେଟ୍ ବାହାର ମଧ୍ୟ ଏକ କାରପେଟ୍ ବିଛା ଯାଇଛି । ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଥିବାବେଳେ ଅଳ୍ପ କିଛି ଭକ୍ତ ଏଥିରେ ଉପକୃତ ହେଉଛନ୍ତି ।

ଅଧିକ ପଢନ୍ତୁ : ଜଗନ୍ନାଥ ସଂସ୍କୃତିର ଗୌରବ ନଷ୍ଟ କରିଛନ୍ତି ବିଜେଡି ସରକାର

ମାତ୍ର ପର୍ଯ୍ୟାପ୍ତ ପରିମାଣର କାରପେଟ୍ ବିଛା ଯାଇନଥିବାବେଳେ ପରିକ୍ରମା ପ୍ରକଳ୍ପରେ ମଧ୍ୟ କାରପେଟ୍ ବିଛାନଯିବା ଯୋଗୁଁ ଭକ୍ତମାନେ ପରିକ୍ରମା ପ୍ରକଳ୍ପ ରାସ୍ତାରେ ଯାଉନାହାନ୍ତି । ଗତ କିଛି ଦିନ ତଳେ ପ୍ରଚଣ୍ଡ ଖରାରେ ଭକ୍ତ କିଭଳି ଅସୁବିଧା ଭୋଗୁଛନ୍ତି, ସେ ନେଇ ଅର୍ଗସରେ ଖବର ପ୍ରସାରଣ ହୋଇଥିଲା । ଖରାରେ ଭକ୍ତଙ୍କ ପାଦ ଫୋଟକା ହେଉଥିବାରୁ ଦୌଡିଦୌଡି ଯିବାର ଦୃଶ୍ୟ ଦେଖାଇବା ପରେ ଚେତିଥିଲା ପ୍ରଶାସନ । 

EAT
15m ago
ଗ୍ରୀଷ୍ଣ ଋତୁରେ ଖାଆନ୍ତୁ ଏହିସବୁ ପରିବା, ମିଳିବ ଅନେକ ଫାଇଦା...
ଅର୍ଗସ ବ୍ୟୁରୋ: ଗ୍ରୀଷ୍ଣ ଋତୁ ଏକ ସଂଘର୍ଷପୂର୍ଣ୍ଣ ଋତୁ। ଏହି ଋତୁରେ ଶରୀରକୁ କୋଷ୍ଠକାଠିନ୍ୟ, ଗ୍ୟାସ୍, ବାନ୍ତି ଏବଂ ଅମ୍ଳତା ,ବଂ ଏସିଡିଟି ପରି ଛୋଟ ଛୋଟ ରୋ
ADR REPORT
33m ago
ଆସିଲା ଏଡିଆର୍ ରିପୋର୍ଟ; ୮୬ ଜଣଙ୍କ ନାମରେ ରହିଛି ଗୁରୁତର ଅପରାଧ ମାମଲା
ଭୁବନେଶ୍ୱର: ଆସିଲା ଏଡିଆର୍ ରିପୋର୍ଟ । ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩୮୩ ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩୮୧ ଜ
24 ELECTION
ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ
ଅର୍ଗସ ବ୍ୟୁରୋ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ । ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୫ଟି ସଂସଦୀୟ କ୍ଷେତ୍ରର ୩୫ଟି ନିର୍ବାଚନ ମଣ୍ଡଳୀର