ସାରା ଦେଶରେ ଲାଗୁ ହେଲା CAA
by Argus News
Mon, Mar 11 | 6:19 p.m.

ଅର୍ଗସ ବ୍ୟୁରୋ: ଦେଶରେ ଲାଗୁ ହେଲା ସିଏଏ । ସିଏଏକୁ ନେଇ ଜାରି ହେଲା ବିଜ୍ଞପ୍ତି । 3 ଦେଶର ସଂଖ୍ୟାଲଘୁଙ୍କୁ ମିଳିବ ନାଗରିକତା । ଏନେଇ ବିଜ୍ଞପ୍ତି ଜାରି କଲେ କେନ୍ଦ୍ର ସରକାର । ଶରମାର୍ଥୀମାନଙ୍କୁ ମିଳିପାରିବ ନାଗରିକତା । 3 ଦେଶ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ । ଏହି ଦେଶର 2014 ପୂର୍ବରୁ ଶରଣ ନେଇଥିବା ଶରଣାର୍ଥୀଙ୍କୁ ମିଳିବ ନାଗରିକତା ।   

2019 ଡିସେମ୍ବରରେ ସିଏଏ ପାରିତ ହୋଇଥିଲା । ଏହା ସପକ୍ଷରେ 125 ଓ ବିରୋଧରେ 105 ଖଣ୍ଡ ଭୋଟ୍ ପଡ଼ିଥିଲା । ରାଷ୍ଟ୍ରପତିଙ୍କ ଦ୍ବାରା ଏହି ବିଧେୟକକୁ 2019, 12 ଡିସେମ୍ବରରେ ମଞ୍ଜୁରୀ ମିଳିଥିଲା । 

୨୦୧୪ ଡିସେମ୍ବର ୩୧ ପୂର୍ବରୁ ପଡୋଶୀ ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶରେ ଉତ୍ପୀଡ଼ନର ଶିକାର ହୋଇ ଭାରତରେ ପ୍ରବେଶ କରିଥିବା ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କୁ ନାଗରିକତ୍ୱ ପ୍ରଦାନ କରିବା ଏହି ଆଇନର ଉଦ୍ଦେଶ୍ୟ । ଏହା ଭାରତୀୟ ନାଗରିକଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ । ଏହା ବ୍ୟତୀତ କୌଣସି ବିଦେଶୀ ଭାରତୀୟ ନାଗରିକତ୍ୱ ଗ୍ରହଣ ଲାଗି ନାଗରିକତ୍ୱ ଆଇନ, ୧୯୫୫ରେ ରହିଥିବା ବ୍ୟବସ୍ଥାକୁ ସିଏଏ ପ୍ରଭାବିତ କରିବ ନାହଁ ।

କେମିତି କରିହେବ ଆବେଦନ ?

-ସମଗ୍ର ପ୍ରକ୍ରିୟା ଅନଲାଇନ୍ ହୋଇଥିବାରୁ ଅନଲାଇନ୍ ପୋର୍ଟାଲ ମାଧ୍ୟମରେ ଆବେଦନ
-ଆବେଦନ ପାଇଁ କୌଣସି ଦସ୍ତାବିଜର ଆବଶ୍ୟକତା ନାହିଁ
-ଆବେଦନକାରୀ କେବଳ ଭାରତକୁ ଆସିଥିବା ବର୍ଷ ନେଇ ତଥ୍ୟ ଦେବେ

ଖଲ୍ଲିକୋଟ ହିଂସା ପାଇଁ
ଖଲ୍ଲିକୋଟ ହିଂସା ପାଇଁ ଗଠନ ହେଲା SIT, ଗିରଫ ହେବେ ଫେରାର୍ ଅଭିଯୁକ୍ତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଗଠନ ହେଲା SIT . ଏସଆଇଟି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍
AC
ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ
ଅର୍ଗସ ବ୍ୟୁରୋ: ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ । ଥଣ୍ଡା ହେତୁ ଶରୀର ଏବଂ ଗଣ୍ଠିରେ ଯନ୍ତ୍ରଣା ହେବାର ସମସ୍ୟା ବଢିପାରେ । ଏସି,କୁଲରର ପବ
ଗ୍ରୀଷ୍ମ ପ୍ରବାହ
୨୦ ରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସକାଳେ ଖରା ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ମେଘୁଆ ପାଗ ସହ କାଁ ଭାଁ ସ୍ଥାନରେ ବର୍ଷା ହେବା