ଜଳ ଶୁଖିଲା ପରେ ଦେଖାଗଲା ପୁରୁଣା ସହର
by Argus News
Fri, May 03 | 5:27 p.m.

ଅର୍ଗସ ବ୍ୟୁରୋ: ବଢିବାରେ ଲାଗିଛି ଉତ୍ତାପ । ନଦୀ ଜଳସ୍ରୋତ ସବୁ ଶୁଖିବାରେ ଲାଗିଛି । ଏହି ଭୟାନକ ଗରମରେ ଶୁଖିଛି ଫିଲିପାଇନ୍ସର ଏକ ବଡ ବନ୍ଧ । ବନ୍ଧ ଶୁଖିବା ପରେ ଶତାବ୍ଦୀର ପୁରୁଣା ଜଳମଗ୍ନ ସହର ସାମ୍ନାକୁ ଆସିଛି । ଫିଲିପାଇନ୍ସର ନୁଭା ଇକିଜା ପ୍ରଦେଶରେ ପନ୍ତାବଙ୍ଗନ ନାମକ ଏକ ସ୍ଥାନ ଏକ ବଡ଼ ବନ୍ଧ ଅଛି | ଅତ୍ୟଧିକ ଉତ୍ତାପ ଯୋଗୁଁ ଡ୍ୟାମରେ ଥିବା ଜଳ ଶୁଖିଛି । ପାଣି ସବୁ ଶୁଖିବା ପରେ ଏଠାରେ ପୁରୁଣା ସହର ଦେଖିବାକୁ ମିଳିଛି । ୧୯୭୦ ମସିହାରେ ଏଠାରେ ବାସ କରୁଥିବା ଲୋକମାନଙ୍କୁ ବନ୍ଦ ହେବା ପାଇଁ ଅନ୍ୟ ସ୍ଥାନକୁ ବିସ୍ଥାପିତ କରାଯାଇଥିଲା 

ବନ୍ଦ ହେବା ପରେ ଏହି ଅଞ୍ଚଳରେ ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରନ୍ତି । ଚାଉଳ ଚାଷ କରିବା ଏମାନଙ୍କର ରୋଜଗାର । କିନ୍ତୁ ଅତ୍ୟଧିକ ଉତ୍ତାପ ହେତୁ ଫସଲ ନଷ୍ଟ ହୋଇଗଲା | ଶହ ଶହ କୃଷକଙ୍କୁ କ୍ଷତି ସହିବାକୁ ପଡିଛି । କିନ୍ତୁ ଶତାଦ୍ଦୀ ଶତାଦ୍ଦୀ ଧରି ପାଣିରେ ବୁଡି ରହିଥିବା ଏହି ସହରର ଠାବ ମିଳିଛି । ସେଠାରେ ଥିବା ଭଙ୍ଗା ଚର୍ଚ୍ଚ ଦେଖିବାକୁ ମିଳିଛି । ଯାହାକୁ ଦେଖିବାକୁ ଲୋକଙ୍କର ଭିଡ ଜମୁଛି । ଏହି ନଦୀରେ ମାଛ ଧରି ବିକ୍ରି କରି ଜୀବନ ନିର୍ବାହ କରୁଥିବା ମାଛଧରାଳିଙ୍କ ଜୀବିକା ଏବେ ବିପଦରେ । ଏସିଆର ବିଭିନ୍ନ ଦେଶରେ ଏବେ ଭୟାନକ ଗରମ ଅନୁଭୂତ ହେଉଛି । ସ୍କୁଲ କଲେଜ ସବୁ ବନ୍ଦ କରାଯାଇଛି ।  ଫିଲିପାଇନ୍ସ ସରକାର ମଧ୍ୟ ଖରା ଦାଉରୁ ମୁକ୍ତି ପାଇବା ପାଇଁ ଲୋକଙ୍କୁ ଘରେ ରହିବା ସହ ଛୋଟ ପିଲା ମାନଙ୍କୁ ବାହାର ନଯିବାକୁ ପରାମର୍ଶ ଦେଇଛନ୍ତି ।

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ