ଘରୋଇ ମଇଦାନରେ ମୁମ୍ବାଇକୁ ହରାଇଲା ଚେନ୍ନାଇ ସୁପର କିଙ୍ଗସ୍
by Argus News
Mon, Apr 15 | 7:12 a.m.

ଅର୍ଗସ ବ୍ୟୁରୋ:  ରୋହିତ ଶର୍ମାଙ୍କ ଲଢ଼ୁଆ ଶତକ ୧୦୫ ରନ୍‌ ସତ୍ତ୍ବେ ମୁମ୍ବାଇ ଇଣ୍ଡିଆନ୍ସ ଘରୋଇ ପଡ଼ିଆରେ ଚେନ୍ନାଇ ସୁପର୍ କିଙ୍ଗ୍ସଠାରୁ ହାରିଯାଇଛି। ମହେନ୍ଦ୍ର ସିଂହ ଧୋନି ଶେଷ ୪ ବଲ୍‌ରୁ ଆଦାୟ କରିଥିବା ୨୦ ରନ୍ ଶେଷରେ ଫଳାଫଳରେ ଫରକ ପକାଇଛି। ଚେନ୍ନାଇ ସୁପର୍‌ କିଙ୍ଗ୍ସର ୨୦୬ ରନ୍ ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୮୬ ରନ୍‌ରେ ସୀମିତ ରହିଯାଇଥିଲା। ପାଳି ଆରମ୍ଭ କରି ବିଦାୟୀ ଅଧିନାୟକ ରୋହିତ ଶର୍ମା ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ମଧ୍ୟ ତାଙ୍କୁ ଉପଯୁକ୍ତ ସହଯୋଗ ମିଳିନଥିଲା।

ସିଏସକେର ମଥିଶା ପଥିରାନା ୪ଟି ଓ୍ୱିକେଟ ମ୍ୟାଚ୍‌ରେ ନିର୍ଣ୍ଣାୟକ ଭୂମିକା ତୁଲାଇଥିଲେ। ଏଥି ସହିତ ଷଷ୍ଠ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ହାସଲ କରି ଚେନ୍ନାଇ ତୃତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛି। ମୁମ୍ବାଇ ଷଷ୍ଠ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରିଛି।

ଅଧିକ ପଢ଼ନ୍ତୁ ଖେଳ ଖବର:

ଅଗ୍ନିକାଣ୍ଡ
ଭୟାବହ ଅଗ୍ନିକାଣ୍ଡ , ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଞ୍ଚାୟତ ସମିତି ସଭାଗୃହରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ମୂଲ୍ୟବା
ହେମାମାଳିନୀ
ଆଜି ପୁଣି ପ୍ରଚାର ମୈଦାନକୁ ଓହ୍ଲାଇବେ ହେମାମାଳିନୀ
ଭୁବନେଶ୍ବର : ଆଜି ପୁଣି ହେମାମାଳିନୀ କରିବେ ପ୍ରଚାର । ଦେବଗଡ଼ ବାରକୋଟରେ ଜନସଭାକୁ ସମ୍ବୋଧିତ କରିବା ସହ ପାଲଲହଡ଼ାରେ ଜନସଭାକୁ କରିବେ ସମ୍ବୋଧନ । ସେହିପରି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନ
ନିଆଁ
ତୀର୍ଥଯାତ୍ରୀ ବସରେ ନିଆଁ , ୮ ଜୀବନ୍ତ ଦଗ୍ଘ
ଅର୍ଗସ ବ୍ୟୁରୋ : ହରିୟାଣାର ନୁହରେ ତୀର୍ଥଯାତ୍ରୀ ବସରେ ନିଆଁ ଲାଗିଯାଇଛି । ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବସରେ ମୋଟ ୬୦ ଜଣ ଯାତ୍ର