ଇଏ ଏମିତି ଏକ ଗାଁ ଯେଉଁଠି ନିଶା ସେବନ ମନା, ନିଶା ଖାଇଲେ ଜୋରିମାନା
by Argus News
Fri, Sep 27 | 7:31 p.m.

ଅର୍ଗସ ବ୍ୟୁରୋ: ଆଜିକାଲି ଗାଁ ଗାଁରେ, ଘରେ ଘରେ ପ୍ରାୟତଃ ସମସ୍ତେ ନିଶା ସେବନ କରୁଛନ୍ତି । ଆଉ ଯାହାର କରୁଣ ପରିଣତି କଣ ହେଉଛି ତାହା ଆମେ ନିଇତି ଟିଭିରେ ହେଉ ନହେଲେ ଖବର କାଗଜରେ ଦେଖୁଛନ୍ତି । ନିଶା ସେବନକୁ ଯେତେ ବାରଣ କଲେ ବି ତାହା ଆଦୌ ଫଳପ୍ରଦ ହେଉନି । କିନ୍ତୁ ଭାରତରେ ଏବେ ଏମିତି ଏକ ଗାଁକୁ ନେଇ ଚର୍ଚ୍ଚା ହେଉଛି ଯେଉଁଠି ନିଶା ସେବନ କଲେ ଜୋରିମାନା ଦେବାକୁ ପଡ଼ିବ । କେବଳ ନିଶା ନିବାରଣ ପାଇଁ ଗାଁ ଲୋକ ମିଶି ଏମିତି ନିଷ୍ପତ୍ତି ନେଇଥିବା କୁହାଯାଉଛି । 

ଏବେ ପୁରା ଦେଶରେ ଏବେ ଗୋଟିଏ ଚର୍ଚ୍ଚା ।  ଗାଁହେବ ତ ଚେନ୍‌ପୁର୍‌ ଗାଁ ପରି  । କାରଣ ଗାଁ ଲୋକେ ମିଶି ନିବାରଣ ପାଇଁ ଯେଉଁ ନିୟମ କରିଛନ୍ତି ତାହାକୁ ନେଇ ସବୁଠି ପ୍ରଶଂସା କରାଯାଉଛି । କାରଣ ଗାଁରେ ରହୁଥିବା କୌଣସି ବ୍ୟକ୍ତି ଯଦି ନିଶା ସେବନ କଲେ, ତେବେ ତାଙ୍କୁ ଦେବାକୁ ପଡ଼ିବ ଜରିମାନା । ଯିଏ ନିୟମ ଭାଙ୍ଗିବ ୫ ହଜାର ଟଙ୍କା ଫାଇନ୍‌ କଟିବ । ଛତିଶଗଡ଼ ଅମ୍ବିକାପୁର ଜିଲ୍ଲାର ଚେନ୍‌ପୁର୍‌ ଗାଁକୁ ନେଇ ଏବେ ଜାତୀୟ ସ୍ତରରେ ବି ଚର୍ଚ୍ଚା ଚାଲିଛି । କେବଳ ମଦ ନୁହେଁ ବରଂ ମଦ ସହିତ ତମାଖୁ ବି ପୂରା ନିଷେଧ କରାଯାଇଛି । 

କଥା ହେଲା ଚେନ୍‌ପୁର୍‌ ଗାଁରେ ପୂର୍ବରୁ ଅନେକ ଲୋକ ମଦ୍ୟପାନ କରୁଥିଲେ । ଆଉ ମଦ ପିଇବା ପରେ ଘରେ , ବାହାରେ ସବୁଠି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିଲା । ସ୍ଥିତି ଅଣାୟତ୍ତ ହେବାରୁ କେମିତି ସ୍ଥିତି ପୁଣି ଥରେ ସ୍ଵାଭାବିକ ହେବ ସେନେଇ ଗ୍ରାମସଭା ହେଲା । ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା କି ଗାଁରେ ଏଣିକି ମଦ ଓ ତମାଖୁ ସଂପୂର୍ଣ୍ଣ ଭାବରେ ବ୍ୟାନ ହେବ । ଖାଲି ବ୍ୟାନ ହେବ ତାହା ନୁହେଁ ବରଂ ଯେଉଁମାନେ ନିୟମ ମାନିବେ ନାହିଁ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଯିଏ ବି ଏହି ନିୟମ ଭଙ୍ଗ କରିବ ତାଙ୍କୁ ୫୦୦୦ ଟଙ୍କା ଫାଇନ୍‌ ଦେବାକୁ ପଡ଼ିବ । ତଦାରଖ କମିଟିରେ ୫ ଜଣ ମହିଳା ରହିବେ । ଯେଉଁମାନେ ଘଟଣାକୁ ପୂରା ତଦାରଖ କରିବେ । 

ସୂଚନା ଅନୁସାରେ, ଚେନପୁର ଗାଁ ଭୌଗୋଳିକ ଦୃଷ୍ଟି କୋଣରୁ ୪୨୯.୪୬ ହେକ୍ଟର ଅଂଚଳ, ଅମ୍ବିକାପୁର ଜିଲ୍ଲା ମୁଖ୍ୟାଳୟଠାରୁ ୬୫ କିଲୋମିଟର ଦୂରରେ ଅବସ୍ଥିତ ରହିଛି ଚେନପୁର ଗାଁ । ଏହାର ମୋଟ ଜନସଂଖ୍ୟା ୧୫୦୦ରୁ ଅଧିକ । ଗାଁର ସାକ୍ଷରତା ହାର ପ୍ରାୟ ୪୭ ପ୍ରତିଶତ ଥିବାବେଳେ ସମୁଦାୟ ଜନସଂଖ୍ୟାର ୯୫ ପ୍ରତିଶତରୁ ଅଧିକ ଲୋକ ଆଦିବାସୀ ।  ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଗାଁରେ ଗଢାଯାଇଥିବା କମିଟି ମଦ, ସିଗାରେଟ୍ ଓ ତମାଖୁ ବିକ୍ରି ଓ ସେବନ ଉପରେ କମିଟି ନଜର ରଖିବ । ଖୁଚୁରା ଦୋକାନଗୁଡିକରେ ମଧ୍ୟ ମଦ, ସିଗାରେଟ୍, ତମାଖୁ, ବିଡି ଏବଂ ଗାଁରେ ଡ୍ରଗ୍ସ ବିକ୍ରି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିକ୍ରି କିମ୍ବା କିଣୁଥିବା ଦୋକାନୀମାନଙ୍କୁ ବି ଜରିମାନା ଦେବାକୁ ପଡ଼ିବ । କୁହାଯାଉଛି କି ଭାରତ ଚେନ୍‌ପୁର ଗାଁ ପ୍ରଥମ ଯିଏକି ନିଶା ନିବାରଣକୁ ନେଇ ଫାଇନ୍‌ କରୁଛି ।
 

CHIEF MINISTER
19m ago
ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ
ଅର୍ଗସ ବ୍ୟୁରୋ: ଗତ 22 ବର୍ଷରେ ଓଡ଼ିଶାରେ ହୋଇଥିବା ମହିଳା ହିଂସାକୁ ନେଇ ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ସିଏମ୍ କହିଲେ, ୨୨ ବର୍ଷ ଓଡ଼ିଶ
STATE GOVERNMENT
ଆଜି ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ରାଜ୍ୟ ସରକାରଙ୍କ ସମ୍ମିଳନୀ
ଅର୍ଗସ ବ୍ୟୁରୋ: ଆଜି ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ରାଜ୍ୟ ସରକାରଙ୍କ ସମ୍ମିଳନୀ । ଗତକାଲି ଜିଲ୍ଲାପାଳଙ୍କ ସମ୍ମିଳନୀ ଶେଷ ହୋଇଥିବା ବେଳେ ଆଜି ଜିଲ୍ଲାପାଳ ଓ ଆରକ୍ଷ
HYDERABAD
ଲିଜେଣ୍ଡସ କ୍ରିକେଟ ଲିଗରେ ଆଜି ଟୋୟମ ହାଇଦ୍ରାବାଦ ସହ ଗୁଜରାଟ ଗ୍ରେଟ ମୁକାବିଲା
ଅର୍ଗସ ବ୍ୟୁରୋ: ଲିଜେଣ୍ଡସ କ୍ରିକେଟ ଲିଗରେ ଆଜି ଟୋୟମ ହାଇଦ୍ରାବାଦ ସହ ଗୁଜରାଟ ଗ୍ରେଟ ମୁକାବିଲା । ଗତକାଲି ବର୍ଷା ଧୋଇନେଲା କୋଣାର୍କ ସୂୟାର୍ସ ଓଡିଶା ବନାମ ମାଣିପାଲ ଟାଇଗର୍