ସରଗରମ ଚୌଦ୍ୱାର-କଟକ ରାଜନୀତି
by Argus News
Thu, Apr 18 | 12:28 p.m.

ସରଗରମ ଚୌଦ୍ୱାର-କଟକ ରାଜନୀତି
ତିନି ଦଳର ଜୋରଦାର ପ୍ରଚାର
ବାଜିଗର ଉପରେ ଏବେ ନଜର
 

ଅର୍ଗସ ବ୍ୟୁରୋ : ଚୌଦ୍ଵାରରେ ବାଜି ମାରିବ କିଏ ? ବିଜେଡି, ବିଜେପି ନା କଂଗ୍ରେସ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ହେଲେ ରାଜ୍ୟରେ ବିଜେପି ପ୍ରତି ଯେମିତି ଭାବରେ ଜନସମର୍ଥନ ବଢିବାରେ ଲାଗିଲାଣି ସେଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଆଗାମୀ ନିର୍ବାଚନରେ ବିଜେପିର ହେବ ବିଜୟ ।

କଟକର ଇଏ ଏମିତି ଏକ ଆସନ ଯେଉଁଠାରେ ତିନି ପ୍ରମୁଖ ଦଳ ନିଜ ନିଜର ପାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି । ବିଧାୟକ ରବି ମଲ୍ଲିକଙ୍କ ବୋହୁ ମୀରା ମଲ୍ଲିକଙ୍କୁ କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିଛି । ଗୋଟିଏ ପଟେ ବିଜେଡି ବର୍ତ୍ତମାନର ବିଧାୟକ ସୌଭିକ ବିଶ୍ବାଳଙ୍କୁ ଏଠାରୁ ଟିକେଟ ଦେଇଥିବା ବେଳେ, ନୟନ ମହାନ୍ତିଙ୍କ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରିଛି ବିଜେପି । 

ତେବେ ଧୀରେ ଧୀରେ ଉଷ୍ମ ହେବାର ଲାଗିଛି ଚୌଦ୍ୱାର-କଟକ ରାଜନୀତି । ଏହି ନିର୍ବାଚନ ମଣ୍ଡଳି ପାଇଁ କଂଗ୍ରେସ ନେତ୍ରୀ ମୀରା ମଲ୍ଲିକଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ମୀରା ହେଉଛନ୍ତି ପୂର୍ବତନ ବିଧାୟକ କଂଗ୍ରେସ ନେତା ରବି ମଲ୍ଲିକଙ୍କ ବୋହୁ । କିନ୍ତୁ ଏବେ ତାଙ୍କ ବୋହୁ ମୀରା ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି । 

ସେପଟେ ଚୌଦ୍ବାର-କଟକରୁ ପୁଣି ଥରେ ଟିକେଟ ପାଇବା ପରେ ବିଧାୟକ ସୌଭିକ ବିଶ୍ବାଳ ତାଙ୍କ ପ୍ରଚାରକୁ ଯୋରଦାର କରିଛନ୍ତି । ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ କରିବା ସହ ଶୋଭାଯାତ୍ରା ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । 

 

ଏହାରି ଭିତରେ ନିଜ ନିର୍ବାଚନ ମଣ୍ଡଳରି ପ୍ରଚାରକୁ ଯୋରଦାର ଆରମ୍ଭ କରିଛନ୍ତି ବିଜେପି ପ୍ରାର୍ଥୀ ନୟନ ମହାନ୍ତି । ସେ କହିଛନ୍ତି ୧୦ ବର୍ଷ ଭିତରେ କଟକ ଚୌଦ୍ୱାରରେ କୌଣସି କାମ ହୋଇ ନାହିଁ । ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଦୁର୍ନୀତି ହୋଇଛି । ଏବଂ ଆହୁରି ଅନେକ କାମ ବି ବାକି ଏଠି ବାକି ଅଛି ବୋଲି ସେ କହିଛନ୍ତି । ଏହି ସବୁ ପ୍ରସଙ୍ଗକୁ ଦଳ ଏଥର ନିର୍ବାଚନ ଲଢିବ ଏବଂ ବିଜେପି ଜିତିବ ବୋଲି କହିଛନ୍ତି । 

ମୃତ୍ୟୁ
35m ago
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
46m ago
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
57m ago
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ