ଯୋଗୀଙ୍କ ରଣହୁଙ୍କାର : କହିଲେ...
by Argus News
Tue, Sep 03 | 9:18 p.m.

ଅର୍ଗସ ବ୍ୟୁରୋ: ସମାଜବାଦୀ ପାର୍ଟି ଗଡରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରଣହୁଙ୍କାର । କହିଲେ ନବାବ୍ ବ୍ରାଣ୍ଡ ହେଉଛି ସମାଜବାଦୀ ପାର୍ଟିର ଅସଲି ଚେହେରା । କିନ୍ତୁ ବିଜେପି ସରକାର ରୋଜଗାର ମେଳା ଜରିଆରେ ଯୁବପିଢିଙ୍କ ପାଇଁ ରୋଜଗାର ଉପଲବ୍ଧ କରାଉଛନ୍ତି ।  ଆଜି ମେନପୁରୀ ବାସିନ୍ଦା  ସବୁଠି ସମ୍ମାନର ପାତ୍ର ।  ବରନାହଲରେ ଥିବା ଇଣ୍ଟରକଲେଜରେ ଆୟୋଜିତ ଜନସଭାରେ ଯୋଗୀ କହିଛନ୍ତି ଗୁଣ୍ଡାଗିରି ଏବଂ ଅତ୍ୟାଚାର ସମାଜବାଦୀ ପାର୍ଟିର ଡିଏନଏରେ ରହିଛି। ୨୦୧୭ ପୂର୍ବରୁ ମେନପୁରୀରେ ହିଁ ଏମିତି ସ୍ଥିତି ରହିଥିଲା। ସମାଜବାଦୀ ସରକାରରେ ନିଯୁକ୍ତି ବିକ୍ରି ହେଉଥିଲା ।  

କିନ୍ତୁ ବର୍ତ୍ତମାନ ସ୍ଥିତି ବଦଳିଛି । ଯୁବକମାନଙ୍କୁ ସରକାରୀ ନିଯୁକ୍ତି ମିଳୁଛି । ଉତ୍ତରପ୍ରଦେଶରେ ଆଜି ବେଟି ଓ ବ୍ଯବସାୟୀ ସୁରକ୍ଷିତ । ଏହି ଅବସରରେ ବଟନ ଦବାଇ ମେନପୁରୀ ଜିଲ୍ଲାବାସୀଙ୍କୁ ୩୬୧ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଯୋଗୀ ଯୁବକମାନଙ୍କୁ ଟାବଲେଟ୍ ବିତରଣ କରିଥିଲେ । 

ବିରଜା ପୀଠ
ବିରଜା ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଅର୍ଗସ ବ୍ୟୁରୋ: ବିରଜା ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ । ଠିକ୍‌ ସମୟରେ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟ
CRICKET MATCH
ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ଚିତପଟାଙ୍ଗ
ଅର୍ଗସ ବ୍ୟୁରୋ: ପର୍ଥରେ ଟିମ୍ ଇଣ୍ଡିଆର କମାଲ୍ । ବିଦେଶ ମାଟିରେ ପ୍ରଥମ ଟେଷ୍ଟରେ ହିଁ ହାସଲ କରିଛି ଐତିହାସିକ ବିଜୟ। 295 ରନର ବଡ଼ ରନ୍ ବ୍ୟବଧାନ ସହ ଅଷ୍ଟ୍ରେଲିଆ ବିରୋଧରେ ବିଜୟ ଅଭିଯା
ପ୍ରଧାନମନ୍ତ୍ରୀ ମୋଦି
ଗୁରୁତ୍ବପୂର୍ଣ୍ଣ ଡିଜିପି ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : ଓଡ଼ିଶାରେ ପ୍ରଥମ ଥର ଲାଗି ହେବାକୁ ଯାଉଛି ସର୍ବ ଭାରତୀୟ ଡିଜିପି ସମ୍ମିଳନୀ । ନଭେମ୍ବର 29ରୁ ଡିସେମ୍ବର 1 ଯାଏଁ ତିନି ଦିନ ଧରି ଭୁବନଶ୍ବରରେ ହେବ ଡିଜିପି ସମ୍ମିଳନ
ମହାରାଷ୍ଟ୍ର
୫ ମାସ ଭିତରେ ଓଲଟିଗଲା ଦେଶର ରାଜନୈତିକ ବାତାବରଣ
ଅର୍ଗସ ବ୍ୟୁରୋ : ବଦଳିଯାଇଛି ଅନ୍ଦାଜ। ଏଥର ଆଉ ଅନୁରୋଧ କି ଆହ୍ବାନ ନୁହେଁ । ସିଧାସିଧା ଚେତାବନୀ। ବିରୋଧୀଙ୍କ ପ୍ରତି ଅଧିକ ଆକ୍ରାମକ ମୁଦ୍ରାରେ ପ୍ରଧାନମନ୍ତ୍ରୀ। ସଂସଦର ଶୀତ ଅଧିବେଶ
ଭବ ପ୍ରସାଦ ଦାସ
3 ଟି ମାମଲାରେ ଭବ ପ୍ରସାଦ ଦାସଙ୍କ ଜାମିନ ଆବେଦନ ଖାରଜ
ଯାଜପୁର: 3 ଟି ମାମଲାରେ ଭବ ପ୍ରସାଦ ଦାସଙ୍କ ଜାମିନ ଆବେଦନ ଖାରଜ । ଏସ ଡି ଜେ ଏମ କୋର୍ଟରେ ଜାମିନ ଖାରଜ ହୋଇଛି । ପୋଲିସ ପକ୍ଷରୁ ହୋଇଥିଲା ଦୁଇଟି ଅଭିଯୋଗ । କେସ ନମ୍ବର ୪୬୯ ଏବଂ ୪୭